ସଂକ୍ଷେପରେ ଆଜିର ତାଜା ଖବର - Friday, 29 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ

ଆସନ୍ତା ୪ରେ ଅବସର ଗ୍ରହଣ କରିବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର। ଜଷ୍ଟିସ୍ ତାଳପତ୍ରଙ୍କ ସ୍ଥାନରେ ମୁଖ୍ୟ ବିଚାରପତି ଦାୟିତ୍ୱରେ ରହିବେ ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ। More

ପାବର୍ଣ ଋତୁରେ ଛାତିଥରା ଡିଜେକୁ ନେଇ ଉଦବେଗ୍, ହୋଇପାରେ ହାର୍ଟ ଆଟାକ୍ କିମ୍ବା ବ୍ରେନ୍ ଷ୍ଟ୍ରୋକ୍

ଜଣେ ସାଧାରଣ ବ୍ୟକ୍ତି ପାଇଁ ୮୫ ଡେସିବଲରୁ ଅଧିକ ତୀବ୍ରତାର ଶବ୍ଦ କ୍ଷତିକାରକ ହେଉଥିବା ବେଳେ, ଡିଜେ ସାଉଣ୍ଡର ମାତ୍ରା ୧୦୦ରୁ ୧୨୦ ଡେସିବଲ । ଏତେ ତୀବ୍ର ଶବ୍ଦରେ କାନ ପରଦା ଫାଟିଯିବାର ଆଶଙ୍କା ରହିଛି। କାନର ସ୍ନାୟୁ ବା ନର୍ଭ୍ ମସ୍ତିଷ୍କ ଓ ହୃତପିଣ୍ଡ ସହ ସଂଯୁକ୍ତ ହୋଇଥିବାରୁ, ଏହା ବ୍ରେନ୍ ଷ୍ଟ୍ରୋକ୍ ଓ ହାର୍ଟ ଆଟାକ୍ ବି ଆଣିପାରେ। More

ଗଞ୍ଜାମରେ ଉପୁଜିବନି ତ ପଶ୍ଚିମବଙ୍ଗ ସ୍ଥିତି ? ମାସେ ଭିତରେ ଗଡ଼ିଲାଣି ତିନି ତିନିଟି ମୁଣ୍ଡ

୨୪ ଘଣ୍ଟା ଭିତରେ ଗଞ୍ଜାମ ଜିଲ୍ଲାରେ ଇଏ ଦ୍ବିତୀୟ ପଲିଟିକାଲ୍ ମର୍ଡର। ଗତରାତିରେ କୋଦଳା ଥାନା ଦାନପୁର ଗାଁ ମଝିରେ ବି ହୋଇଥିଲା ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ। ସେଠାକୁ ଗଣେଶ ଭସାଣ ଭୋଜି ଖାଇବାକୁ ଯାଇଥିବା ବେଳେ, ଆସ୍କା ବ୍ଲକ୍ ଅଧ୍ୟକ୍ଷାଙ୍କ ଦେଢ଼ଶୁର ସୁନୀଲ ନାହାକଙ୍କୁ ପଥର କିମ୍ବା ଶାବଳରେ ଛେଚି ହତ୍ୟା କରିଥିଲେ ଦୁର୍ବୃତ୍ତ। More

ପାର୍ବଣ ଭିଡ଼ ଆଗରୁ କଟକରେ ଭୟଙ୍କର ଅଗ୍ନିକାଣ୍ଡ

ଚୌଧୁରୀ ବଜାରରେ ଜଳିଗଲା ଲୁଗା ସୋରୁମ ...ଲାଗି ଲାଗି ଘର ପାଇଁ ନାକେଦମ୍ ଦମକଳ ବାହିନୀ, ୪ ଘଣ୍ଟା ପରେ କାବୁ ହେଲା ନିଆଁ, ଅଗ୍ନି ନିର୍ବାପନ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ... More

ପାର୍ବଣ ଭିଡ଼ ଆଗରୁ କଟକରେ ଭୟଙ୍କର ଅଗ୍ନିକାଣ୍ଡ, ନାକେଦମ କଲା ଚୌଧୁରୀ ବଜାରର ନିଆଁ

ଆଗକୁ ପାର୍ବଣ ପାଇଁ ସୋରୁମରେ ଭରା ମାଲ ରଖିଥିଲେ ମାଲିକ। ସୋ ରୁମର ପ୍ରଥମ ଓ ଦ୍ବିତୀୟ ମହଲାରେ ଶାଢୀ ଓ ଡ୍ରେସ୍ ମ୍ୟାଟେରିଆଲ ଥିବା ବେଳେ ତୃତୀୟ ମହଲା କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ଭରି ରହିଥିଲା। ଆଉ ଏପଟେ ବିଜୁଳି ବେଗରେ ନିଆଁ ଲାଗିବାରୁ ସାମଗ୍ରୀ ଉଦ୍ଧାର କରିବାକୁ ଉପାୟ ନଥିଲା। More

ରତ୍ନଭଣ୍ଡାର ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ରାୟ, ଖୁବ୍‌ଶୀଘ୍ର ଗଠନ ହୋଇପାରେ ଉଚ୍ଚସ୍ତରୀୟ କମିଟି

ରତ୍ନଭଣ୍ଡାରର ଦୁର୍ବଳ ସ୍ଥିତି ଓ ଅଳଙ୍କାର ସୁରକ୍ଷା ନେଇ ଏଏସଆଇ ଓ ଶ୍ରୀମନ୍ଦିର ସେବାୟତ ଏବଂ ଭକ୍ତ ସମସ୍ତେ ଚିନ୍ତା ପ୍ରକଟ କରିଆସୁଛନ୍ତି। ୨୦୧୮ ଏପ୍ରିଲ ମାସରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ୧୭ ଜଣିଆ ହାଇଲେବଲ୍ ଟିମ୍ ଯାଇ ଭିତର ଭଣ୍ଡାର ଚାବି ନଥିବାରୁ ବାହାର ଭଣ୍ଡାରରୁ ଉପରଠାଉରିଆ ଅନୁଧ୍ୟାନ ସାରି ଫେରି ଆସିଥିଲା। More

ବଦଳୁଛନ୍ତି ନବୀନ, ବଦଳୁଛି ଷ୍ଟ୍ରାଟେଜି, ବିରୋଧୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ

ରାଜ୍ୟ ରାଜନୀତିକୁ ପୁଣି ଫେରିଛି ୧୨ ବର୍ଷ ତଳର ଡାଲି ଦୁର୍ନୀତି ପ୍ରସଙ୍ଗ। ସେତେବେଳେ ଡାଲି ଦୁର୍ନୀତିରେ ଛନ୍ଦି ହୋଇ ମନ୍ତ୍ରୀ ପଦରୁ ବିଦା ହୋଇଥିଲେ ତତ୍କାଳୀନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଏବେ ସେ ବାଚସ୍ପତି। ତେଣୁ ସାଙ୍କେତିକ ଭାବେ ବାଚସ୍ପଚିଙ୍କ ଉପରକୁ ଡାଲି ଫିଙ୍ଗି ପୂର୍ବ ଘଟଣାକୁ ତାଜା କରିବାର ଉଦ୍ୟମ କରିଛନ୍ତି ବିରୋଧୀ। More

୪ ଦିନ ଭୁବନେଶ୍ୱର ୧ନଂ ହାଟର ସବୁ ଦୋକାନ ବନ୍ଦ

ବର୍ତ୍ତମାନ ପାର୍କିଂ ସମସ୍ୟାକୁ ନେଇ ୧ ନଂ ହାଟରେ ଅନୁରୂପ ସ୍ଥିତି ଉପୁଜିଛି । ରାସ୍ତାରେ ପାର୍କିଂ ସମ୍ପୂର୍ଣ୍ଣ ବାରଣ ଥିବାରୁ ଗ୍ରାହକମାନେ ହାଟକୁ ଆସିବା ପସନ୍ଦ କରୁନାହାନ୍ତି । More

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ୍ ମୃତ୍ୟୁ ମାମଲା, ପ୍ରଶାସନିକ ଅଧିକାରୀଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଲେ ଜର୍ଜ ତିର୍କୀ

ସୁସ୍ମିତାଙ୍କ ଭାଇ ସିବିଆଇ ତଦନ୍ତ ଦାବି କରିଆସୁଥିଲେ । ମାତ୍ର ଡିଏସପି ପାହ୍ୟାର ଅଫିସରଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବାରୁ ଘଟଣାର ସତ୍ୟାସତ୍ୟ ସାମନାକୁ ଆସିବନି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ଆସନ୍ତା ୬ ତାରିଖରେ ଜିଲ୍ଲାପାଳ ଅଫିସ ଘେରିବାକୁ ଚେତାବନୀ ଦେଇଛନ୍ତି ଆଦିବାସୀ ନେତା ଆଲବର୍ଟ କିଣ୍ଡୋ। More

ରତ୍ନଭଣ୍ଡାର ମରାମତି ମାମଲା; ଗଠନ ହେବ ଉଚ୍ଚସ୍ତରୀୟ କମିଟି

୨ ମାସ ଭିତରେ କମିଟି ଗଠନ ସଂପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ରହିଛି । ଏ ନେଇ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଗଣମାଧ୍ୟକୁ ସୂଚନା ଦେଇଛନ୍ତି । More

ଜଳ ନେଉଛି ଜୀବନ; ଦୂଷିତ ପାଣି ପିଇ ଗୋଟିଏ ଗାଁର ଗଲାଣି ୬୦ ଜୀବନ

କଟକ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ବାଙ୍କୀ ବ୍ଲକ ଉତ୍ତର ପାର୍ଶ୍ୱରେ ଥିବା କନ୍ତ ପହଁରା ଗାଁରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଯେଉଁଠି ମଣିଷ ଭୋଗୁଛି ଜଳ ଯନ୍ତ୍ରଣା । ପାଣି ପାଇଁ ଧୀରେ ଧୀରେ ଖାଲି ହେବାରେ ଲାଗିଲାଣି ଗାଁ । More

ମୁଖ୍ୟମନ୍ତ୍ରୀଙ୍କୁ ବସନ୍ତଙ୍କ ସଂଘାତିକ ପ୍ରଶ୍ନ ! ଭାକ୍ଟିକାନ୍‌ ସିଟିକୁ ସାଙ୍ଗରେ ଯାଇଥିବା ଶ୍ରଦ୍ଧା କିଏ ?

ଶ୍ରଦ୍ଧା କଥା ଲୋକଲୋଚନକୁ ଆଣନ୍ତୁ, ନହେଲେ ଦାୟିତ୍ବରୁ ଓହରନ୍ତୁ କହିଲେ ବସନ୍ତ । More

ନିର୍ବାଚନ ପାଖୋଉଛି, ହିଂସା ବଢ଼ୁଛି ! ଯୁବ ନେତାଙ୍କ ମୁଣ୍ଡକୁ ଛେଚି ଛେଚି ହତ୍ୟା

ବିଜେଡି ନେତାଙ୍କ ମୁହଁକୁ ଛେଚି ହତ୍ୟା କରାଯାଇଛି। ହତ୍ୟାର କାରଣ ଜଣାପଡିନାହିଁ। ମୃତ ସୁନିଲ ନାହାକଙ୍କ ଶରୀର ଦୀର୍ଘ ସମୟ ଧରି ରାସ୍ତାରେ ପଡି ରହିଥିଲା। More

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ନାବାଳିକା

ଗାଧୋଇବା ସମୟରେ ହିଁ ଉଭୟେ ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲେ । More

ଚୌଧୁରୀ ବଜାର ଲୁଗା ଦୋକାନରେ ଅଗ୍ନିକାଣ୍ଡ ଘଟଣା, ୪ ଘଣ୍ଟା ପରେ ଲିଭିଲା ନିଆଁ

କିପରି ଭାବେ ନିଆଁ ଲାଗିଲା, ସେ ନେଇ ରିପୋର୍ଟ ଦେବା ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । More

କୁନି ଝିଅକୁ ଧରି ନଦୀକୁ ଡେଇଁଥିବା ବାପାର ମୃତଦେହ ଉଦ୍ଧାର !

ବୈତରଣୀ ନଦୀର କଣ୍ଟିଘାଇରୁ ମିଳିଲା ବାପାର ମୃତଦେହ । ୨୭ ତାରିଖରେ ନିଜ କୁନି ଝିଅକୁ ଧରି ନଦୀକୁ ଡେଇଁପଡ଼ିଥିଲେ ଚନ୍ଦନ । More

ବିଧାନସଭାରୁ ବିରୋଧୀଙ୍କୁ ସିଧା ଟାର୍ଗେଟ୍‌ କଲେ ମୁଖ୍ୟମନ୍ତ୍ରୀ

ଯେଉଁମାନେ ଅପରାଧକୁ ନେଇ ରାଜନୀତି କରୁଛନ୍ତି, ସେମାନେ ଗୃହକୁ ଆସି ପାରିବେନି । ବିକାଶରେ ବାଧା ସୃଷ୍ଟି କରୁଥିବା ବିରୋଧୀଙ୍କ ବ୍ୟବହାର ଲୋକେ ଦେଖୁଛନ୍ତି । More

ଏଣିକି ବର୍ଷ ତମାମ ଲାଗି ରହିବ ଡେଙ୍ଗୁ ! କ୍ୟାପିଟାଲ ହସ୍ପିଟାଲରେ ଗଲା ଜଣଙ୍କ ଜୀବନ

ଡାକ୍ତର ଓ ଟ୍ରେନିଂ ନର୍ସଙ୍କ ଅବହେଳାରୁ ସନ୍ଧ୍ୟା ବେଳେ ସ୍ୱାସ୍ଥ୍ୟ ବିଗିଡ଼ିବା ସହ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ଓ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ତେବେ ଏନେଇ ହସ୍ପିଟାଲ ପକ୍ଷରୁ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । More

Panchang Today 29th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ଘାତ ଚନ୍ଦ୍ର -ଧନୁ ରାଶିର ଅହୋରାତ୍ର । ଘାତ ବାର - ବିଛା, ଧନୁ ଓ ମୀନ । More

ଆସୁଛି ବଡ଼ ବର୍ଷା ! ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । More

ଜୀବନର ଆଧାର ଭାଗବତ

ଜାଣନ୍ତୁ ଭାଗବତ ଜନ୍ମକୁ ନେଇ କିଛି ରୋଚକ କଥା... More

ଭୟାବହ ଅଗ୍ନିକାଣ୍ଡ ! ଚାହୁଁ ଚାହୁଁ ଜଳିଗଲା ଲୁଗା ଦୋକାନ

ସକାଳୁ ଲୁଗା ଦୋକାନରେ ନିଆଁ ଲାଗିଥିବା ସୂଚନା ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ । More

ମାର୍କେଟ କମ୍ପ୍ଲେକ୍ସରେ ବସାଇବେ କହି ଉଠାଇଦେଲେ, ଏବେ ଭୁଲିଗଲେ..

ପୂର୍ବରୁ ମଧ୍ୟ ୨୦୧୫ ମସିହା ନବକଳେବର ସମୟରେ ଅନେକ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଥିଲା । ପରବର୍ତ୍ତୀ ସମୟରେ ମାର୍କେଟ କମ୍ପଲେକ୍ସ ନିର୍ମାଣ କରାଯାଇ ଏମାନଙ୍କୁ ଥଇଥାନର ପ୍ରତିଶୃତି ମିଳିଥିଲା । More

ଜାତୀୟ ରାଜପଥ ପାଲଟିଛି ମୃତ୍ୟୁର ସୌଦାଗର; ପ୍ରତିଦିନ ଗଡୁଛି ମୁଣ୍ଡ

ମାଇଲ ମାଇଲ୍ ଧରି ଲମ୍ବିଯାଇଥିବା କଳା ମଚ୍ ମଚ୍ ରାସ୍ତା ଯେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଦିଏ ତା’ନୁହେଁ, ବରଂ ଟିକିଏ ଅସାବଧାନତା ହେଲେ ସ୍ୱର୍ଗକୁ ବି ଦେଖାଇ ଦିଏ ବାଟ । ଏଇ ଯେମିତି ଗଞ୍ଜାମ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ । ଯାହା ପୂର୍ବରୁ ଦକ୍ଷିଣ ଭାରତ ଯାଏଁ ଯୋଡେ ଏହି NH । କିନ୍ତୁ ଖଲ୍ଲିକୋଟର ବଡ଼ଘାଟି ଓ ନାରାୟଣୀ ଛକ ମଧ୍ୟରେ ତ୍ରୁଟିପୂର୍ଣ୍ଣ ଡିଜାଇନ ଏବଂ ସତର୍କତା ପାଇଁ ସାଇନବୋର୍ଡ ନଥିବାରୁ ବାରମ୍ବାର ଘଟିଚାଲିଛି ଦୁର୍ଘଟଣା । More

ପାର୍ବଣ ବେଳେ ଅସହ୍ୟ ହେଉଛି ଡିଜେ ସାଉଣ୍ଡ୍; ୧୫ରୁ ଅଧିକ ଅସୁସ୍ଥ

ରାତି ଅଧରେ ବିକଟାଳିଆ ଶବ୍ଦ, ଉତୁପାତିଆ ନାଚ । ଡିଜେ ବ୍ୟାଣ୍ଡର ଶଦ୍ଦର ତୀବ୍ରତା ଏତେ ଅଧିକ ଯେ, କାନ ବନ୍ଦ କରି ଶୁଣିଲେ ବି ପରଦା ଫାଟିଯିବାର ଭୟ । ଆଉ ତାରି ଭିତରେ ବେତାଳିଆ ନୃତ୍ୟରେ ବିଭୋର ଯୁବଗୋଷ୍ଠୀ । More

‘ମୁଖ୍ୟମନ୍ତ୍ରୀଙ୍କ ବଦଳରେ ତାଙ୍କ ବ୍ୟକ୍ତିଗତ ସଚିବ ଉତ୍ତର ଦେବାକୁ ବିଧାନସଭା ଆସିପାରନ୍ତି’

5-T ସଚିବଙ୍କ ଗସ୍ତକୁ ନେଇ ଥମୁନି ବରଂ ବଢି ଚାଲିଛି ବିବାଦ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ବି ପାଣ୍ଡିଆନଙ୍କୁ ନେଇ ମୁହାଁମୁହିଁ ଶାସକ ବିରୋଧୀ । More

ଲକ୍ଷ୍ମୀଙ୍କ ସାହସ ଓ ସେବାକୁ ସଲାମ୍; ମହିଳା ହୋଇ ବି ମଶାଣିକୁ ନାହିଁ ଭୟ

ନିସ୍ୱାର୍ଥପର ସେବା ଯାହାର ମନ୍ତ୍ର । ବିପଦରେ ସାହାଯ୍ୟ କରିବାକୁ ଯାହାର ମନ । ତାଙ୍କୁ ବା ଡର କ’ଣ, ଭୟ କ’ଣ । ବାରିପଦା ବାରୁଣୀ ଘାଟ ଶ୍ମଶାନରେ ବେଶ୍ ପରିଚିତା ନାଁ ଲକ୍ଷ୍ମୀ ଜେନା । ଦୀର୍ଘ ୧୩ବର୍ଷ ଧରି ଅବିରତ କରି ଚାଲିଛନ୍ତି ଶବ ସତ୍କାର । More