/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695967947.jpg)
Woman dies dengue
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଡାକ୍ତରଙ୍କ ଚିକିତ୍ସା ଅବହେଳାକୁ ଦାୟୀ କରିଛନ୍ତି ମୃତକଙ୍କ ପରବାର ବର୍ଗ । ଭୁଲ୍ ଚିକିତ୍ସା ପାଇଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଏହାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା । ମୃତ ମହିଳା ଜଣକ ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ଚନ୍ଦ୍ରକଳା ମାନସିଂହ ।
ତାଙ୍କୁ ଜ୍ୱର ହୋଇଥିବାରୁ ଡେଙ୍ଗୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ଓ ଟ୍ରେନିଂ ନର୍ସଙ୍କ ଅବହେଳାରୁ ସନ୍ଧ୍ୟା ବେଳେ ସ୍ୱାସ୍ଥ୍ୟ ବିଗିଡ଼ିବା ସହ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ଓ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ତେବେ ଏନେଇ ହସ୍ପିଟାଲ ପକ୍ଷରୁ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ସେପଟେ ଏଣିକି ବର୍ଷ ତମାମ ଡେଙ୍ଗୁ ଲାଗି ରହିବ । କେବଳ ବର୍ଷା ଦିନ ନୁହେଁ ବରଂ ସମସ୍ତ ଋତୁରେ ଡେଙ୍ଗୁ ମଶା ଜୀବିତ ରହିପାରିବ । ଡେଙ୍ଗୁ ବ୍ୟାପୁଥିବା ମଶାର ନୂଆ ସବ ଭାରିୟାଣ୍ଟ ଚିହ୍ନଟ ପରେ ବଢିଛି ଚିନ୍ତା । ଏଡିସ ଆଲବୋପିକ୍ଟସ ମଶା ମଧ୍ୟ ଡେଙ୍ଗୁ ବାହକ ଜଣା ପଡିବା ପରେ ଏନେଇ ଅଧିକ ଗବେଷଣା ଆରମ୍ଭ ହୋଇଛି ।
ପୂର୍ବରୁ କେବଳ ଏଡିସ ଇଜିପ୍ଟିଆ ଡେଙ୍ଗୁ ବାହକ ହୋଇଥିବା ବେଳେ ଏବେ ଆଲବୋପିକ୍ଟସ ମଶା ଦ୍ୱାରା ଡେଙ୍ଗୁ ବ୍ୟାପୁଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏହି ମଶା ଦିନ ବ୍ୟତୀତ ସନ୍ଧ୍ୟା ଏବଂ ରାତି ସମୟରେ ବି କାମୁଡ଼ିବାର ଭୟ ରହିଛି । ତେବେ ଜମି ରହିଥିବା ସଫା ପାଣି, ସନ୍ତସନ୍ତିଆ ସ୍ଥାନ ସହ ଜଙ୍ଗଲିଆ ଅଂଚଳରେ ବି ଏହା ବଂଶ ବୃଦ୍ଧି କରିଥାଏ ।
ବର୍ଷା ଋତୁ ବ୍ୟତୀତ ଖରା ଏବଂ ଶୀତ ଦିନରେ ବି ଏହି ମଶା କାମୁଡିବା ଆଶଙ୍କା ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ନୂଆ ଭାରିଆଣ୍ଟ ମଶା ବା ଆଲବୋପିକ୍ଟସ କାମୁଡ଼ିଲେ ଡେଙ୍ଗୁ ହେବା ସହ ସମାନ ଲକ୍ଷଣ ଦେଖାଯାଏ । ଏଥିରୁ ବଂଚିବାକୁ ମଶାରୀ ଟାଙ୍ଗି ଶୋଇବା ସହିତ ଆଖପାଖ ଅଂଚଳ ସଫା ରଖିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)