ସଂକ୍ଷେପରେ ଆଜିର ତାଜା ଖବର - Saturday, 16 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା

ଗୀତା ମେହେଟ୍ଟା ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ । ପୂର୍ବରୁ ଗୀତାଙ୍କ ସ୍ୱାମୀଙ୍କ ମଧ୍ୟ ପରଲୋକ ହୋଇସାରିଛି । More

ସୌମ୍ୟରଂଜନ ପଟ୍ଟନାୟକଙ୍କ ନାଁରେ ଲୋନ୍ ଦୁର୍ନୀତି ଅଭିଯୋଗ

ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଅଭିଯୋଗ । ଏଚଆର୍ ହେଡ୍ ବୈଜୟନ୍ତି କରଙ୍କ ବିରୋଧରେ ବି ଅଭିଯୋଗ ହୋଇଛି । More

କେଁ କଟର ଭିତରେ ଉଦଘାଟିତ ହେଲା ନେତାଜୀ ବସ୍ ଟର୍ମିନାଲ

କଟକବାସୀଙ୍କ ମାଳ ମାଳ ଆପତ୍ତି ଓ ଅଭିଯୋଗ ସହ ତୀବ୍ର ଅସନ୍ତୋଷ ଭିତରେ ଲୋକାର୍ପିତ ହେଲା ନେତାଜୀ ବସ୍ ଟର୍ମିନାଲ୍। More

ଯୁବ ଭୋଟରଙ୍କ ଉପରେ ଶାସକ ଦଳର ନଜର; ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗିବ ସରକାରୀ ହୋର୍ଡିଂ

ଉଚ୍ଚଶିକ୍ଷା ବିଭାଗର ଚିଠିକୁ ନେଇ ରାଜନୀତି ଘନେଇଛି । ଛାତ୍ର ବୃତ୍ତି ଯୋଜନା ସମ୍ପର୍କିତ ହୋର୍ଡିଂକୁ, କ୍ୟାମ୍ପସରେ ଲଗାଇବାକୁ ସରକାର ଏବେ କାହିଁକି ନିଷ୍ପତ୍ତି ନେଲେ ? ନା ଆଗକୁ ନିର୍ବାଚନ ଥିବାରୁ ଯୋଜନା ଦେଖାଇ, ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏ ପ୍ରୟାସ ? ଛାତ୍ର କଂଗ୍ରେସ କହିଛି ଛାତ୍ର ସଂସଦ ନିର୍ବାଚନ ସରକାର ବନ୍ଦ କରିଛନ୍ତି । More

ଗାଁ ଭୋଟ୍ ନେବାକୁ ନୂଆ ଫନ୍ଦି; ରାଜ୍ୟ ସରକାର ଆଣିଲେ ଲକ୍ଷ୍ମୀ ଯୋଜନା

ନିର୍ବାଚନ ପୂର୍ବରୁ ଗାଁ ଭୋଟ୍ ନେବାକୁ ନୂଆ ଫନ୍ଦି । ଲକ୍ଷ୍ମୀ ଯୋଜନାରେ ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିବେ SHG । ବିଜୁ ଗାଁ ଗାଡ଼ି ଭଳି ଫେଲ୍ ମାରିବନି ତ ଲକ୍ଷ୍ମୀ ଯୋଜନା ? ରାଜ୍ୟ କ୍ୟାବିନେଟରେ 'ଲୋକେସନ୍ ଆକ୍ସେସିବିଲିଟି ମଲ୍ଟି-ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନାକୁ ଅନୁମୋଦନ ପରେ ପରେ ଆରମ୍ଭ ହୋଇଯାଇଛି ବିବାଦ । More

ଅନ୍ଧାରକରି ମାଡ଼ି ଆସିଲା; ଟ୍ୱିନ୍‌ ସିଟିରେ ପ୍ରବଳ କାଚିଲା

୧୮ ତାରିଖରେ ଘଡ଼ଘଡି ସହ ବର୍ଷା ନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ଅନୁଗୁଳ, ବୌଦ୍ଧ ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । More

କଟକ ନେତାଜୀ ବସ୍ ଟର୍ମିନାଲ ଲୋକାର୍ପିତ

୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । More

ଆସନ୍ତା ୨୩ ରେ ‘ୱାନ ନେସନ ୱାନ ଇଲେକସନ’ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର ଆସିଥିବା ବେଳେ ବଡ଼ ସୂଚନା ଦେଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨୩ରେ ଏକକ ନିର୍ବାଚନ କମିଟିର ପ୍ରଥମ ବୈଠକ ହେବ ବୋଲି ସୂଚନା ଦେଇଛନ୍ତି । More

ଜଗା ଦର୍ଶନ ପାଇଁ ପୁରୀ ଯିବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଶ୍ରୀମନ୍ଦିରରେ ଅଧ ଘଣ୍ଟା ମହାପ୍ରଭୁଙ୍କୁ ଦର୍ଶନ କରିବେ..ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ ପରେ ରାଜଭବନ ଫେରିବେ..ରାଜଭବନରୁ ସିଧା ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ More

ଏଣିକି ଭେଣ୍ଡିଂ ମେସିନ୍‌ରେ ମିଳିବ କପଡ଼ା ବ୍ୟାଗ

ଲୋକେ ୫ ଟଙ୍କା ପକାଇ ଉକ୍ତ ଭେଣ୍ଡିଂ ମେସିନ୍‌ରୁ ପାଇବେ କଟନ ବ୍ୟାଗ୍। ପଲିଥିନ୍ ପରିବର୍ତ୍ତେ କପଡ଼ା ବ୍ୟାଗ ଅଳ୍ପ ଖର୍ଚ୍ଚରେ ନେଇ ବ୍ୟବହାର କରିପାରିବେ। More

ଓଟିଭିରେ ଖବର ପ୍ରସାରଣ ପରେ ଚିକିତ୍ସା ପାଇଁ ମିଳିଲା ସହାୟତା

ଓଟିଭିରେ ଖବର ପ୍ରସାରଣ ପରେ ଚିକିତ୍ସା ପାଇଁ ମିଳିଲା ସହାୟତା। ଦୀର୍ଘଦିନ ହେବ କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲେ, ତେବେ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଚିକିତ୍ସାରେ ବାଧା ଉପୁଜିଥିଲା। More

ଦାଶ କାଠିଆ ମାଧ୍ୟମରେ ଗୀତ ଗାଇ ହକ୍‌ ଦାବି କରୁଛନ୍ତି ଶିକ୍ଷକ, ଭିଡିଓ ଭାଇରାଲ୍‌..

ହାତରେ ଦାଶ କାଠିଆ, ଆଉ ତାଳେ ତାଳେ ଗୀତ ବୋଲି ନିଜର ହକ୍‌ ଦାବି କରୁଛନ୍ତି ଶିକ୍ଷକ। ନିଜର ହକ୍‌ ପାଇଁ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଥିବାବେଳେ ଦାଶ କାଠିଆ ମାଧ୍ୟମରେ କିଭଳି ଭାବେ ସରକାରଙ୍କୁ ସେମାନଙ୍କର ଦାବି ଜଣାଉଛନ୍ତି ତା’ର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। More

ଘୁଞ୍ଚିଲା ବାଚସ୍ପତି ନିର୍ବାଚନ: ୨୧ ପରିବର୍ତ୍ତେ ୨୨ରେ ହେବ ନିର୍ବାଚନ

ଦିନଟିଏ ପାଇଁ ବିଧାନସଭା ବାଚସ୍ପତି ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି। ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ। More

ଏଣିକି ଆଉ ପୋଲିସ୍‌ ନୁହେଁ, ଜଗିବେ ଜନତା...ହେଲ୍‌ମେଟ୍‌ ନପିନ୍ଧିଲେ ଉଠିବ ଫଟୋ

ଏଣିକି ବାଇକ ଚଳାଇବା ବେଳେ ହେଲ୍‌ମେଟ୍‌ ନପିନ୍ଧିଲେ ଆଉ ନିସ୍ତାର ନାହିଁ । କାହିଁକି ନା ଆଉ ପୋଲିସ ନୁହେଁ, ଏଥର ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଜଗିବେ ଜନତା। More

ଡେରାସ MIPରେ ଜବରଦଖଲ ପ୍ରସଙ୍ଗ: ପୁଣି ଚିଠି ଲେଖିଲେ ସାଂସଦ ଅପରାଜିତା

ଭୁବନେଶ୍ୱର ଉପକଣ୍ଠ ଡେରାସ MIP ର କେନାଲ ଖୋଳା ଓ ଏବଂ ବିବାଦୀୟ ଜମିର ଚିହ୍ନଟ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି ଚିଠି ଲେଖିଛନ୍ତି। More

ପେଟ ପୋଷିବା ପାଇଁ ବାହାରକୁ ଯାଇଥିଲେ, ପାଖରେ ଟଙ୍କା ନଥିବାରୁ ୧୫୦ କି.ମି. ଚାଲି ଚାଲି ଆସିଲେ...

ବିଶାଖାପାଟଣାରୁ ସାଲୁର ଘାଟି ପର୍ଯ୍ୟନ୍ତ ପ୍ରାୟ ୧୫୦ କିଲୋମିଟର ଚାଲି ଚାଲି ଆସିଲେ ନବରଙ୍ଗପୁର ଝରିଗାଁ ବ୍ଲକର ୫ ଜଣ ଶ୍ରମିକ। More

Today Panchang 16th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ଶନିବାର । ଚନ୍ଦ୍ର –କନ୍ୟା ଅହୋରାତ୍ର । ତିଥି –ପ୍ରତିପଦ ଦିବା ୦୯.୧୭ ଗତେ ୨ୟା । ଘାତ ଚନ୍ଦ୍ର – ବୃଷ ରାଶିର ଅହୋରାତ୍ର । More

ବିଜେବି ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଶ୍ନ ପଚାରିବାରୁ ଗଣ୍ଡଗୋଳ, ସଭାସ୍ଥଳ ଛାଡ଼ି ପଳାଇଲେ ମନ୍ତ୍ରୀ...

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ସମ୍ପର୍କରେ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚରାଯିବାରୁ ଭରା ସଭାରେ ଗଣ୍ଡଗୋଳ। ଆଉ ଏହାରି ଭିତରେ ସଭାସ୍ଥଳ ଛାଡ଼ି ଚାଲି ଯାଇଥିଲେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ। More

ଆଜି ଉଦ୍‌ଘାଟିତ ହେବ ୯୦ କୋଟି ବ୍ୟୟରେ ନିର୍ମିତ କଟକର ନେତାଜୀ ବସ୍ ଟର୍ମିନାଲ

ଆଜି ଉଦ୍‌ଘାଟିତ ହେବ କଟକର ନେତାଜୀ ବସ୍ ଟର୍ମିନାଲ। ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ଉଦ୍‌ଘାଟନ କରିବେ। More

କଟକରେ ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ ଏନ୍‌କାଉଣ୍ଟର

ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ ଏନକାଉଣ୍ଟର କରାଯାଇଛି । More

ଭୋଟ୍ ପୂର୍ବରୁ ଟାର୍ଗେଟରେ ପଛୁଆ ବର୍ଗ; ବିଶ୍ୱକର୍ମା ଜୟନ୍ତୀରେ ବିଶ୍ୱକର୍ମା ଯୋଜନା ଶୁଭାରମ୍ଭ

ଭୋଟ୍ ପୂର୍ବରୁ ପିଏମ୍ ବିଶ୍ୱକର୍ମା ଯୋଜନା ନାଁରେ ପଛୁଆ ବର୍ଗ ଭୋଟ୍ ନେବାକୁ କେନ୍ଦ୍ରର ଉଦ୍ୟମକୁ ନେଇ ଚର୍ଚ୍ଚା । ଦିନକ ପରେ ଅର୍ଥାତ ବିଶ୍ୱକର୍ମା ଜୟନ୍ତୀରେ ଦେଶବ୍ୟାପୀ ଲାଗି ହେବାକୁ ଯାଉଛି ଏଇ ଯୋଜନା । ଏଥିପାଇଁ ବିସ୍ତୃତ ଗାଇଡଲାଇନ୍ ବି ଆସିଛି । More

୧୯ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ; ବସ୍‌ଷ୍ଟାଣ୍ଡ ଯୋଜନା ‘ଲକ୍ଷ୍ମୀ’କୁ କ୍ୟାବିନେଟ ମୋହର

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ମୋଟ ୧୯ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର । More

ଏ ସରକାର ଭାରି ଜିଦିଆ ! ଶିକ୍ଷକଙ୍କ ଦାବି ପୂରଣ କରୁନାହାନ୍ତି, ଆନ୍ଦୋଳନ ବି ଥମୁନି

ଶିକ୍ଷକ ଆନ୍ଦୋଳନର ସପ୍ତାହେ ପରେ ବି ସ୍ଥିତି ସମାନ । ପାଠ ପଢା ଠପ୍, ଚିନ୍ତାରେ ଅଭିଭାବକ। ସରକାର କିନ୍ତୁ ଯେମତି ନିଦା ବିଷ୍ଣୁ । ଶିକ୍ଷକ ଆସୁନଥିବାରୁ କେଉଁଠି ଅଭିଭାବକ ତ କେଉଁଠି ଉପଜିଲ୍ଲାପାଳ ପାଠ ପଢ଼ାଇଲେଣି । More

ସେବାୟତଙ୍କ ଜିଦ୍‌ ! ୯ ଘଣ୍ଟା ଖାଡା ଉପବାସରେ ରହିଲେ ମହାପ୍ରଭୁ

ଶ୍ରୀମନ୍ଦିରେ ପୁଣି ବଡ଼ ଧରଣର ନୀତି ବିଭ୍ରାଟ । ୯ଘଣ୍ଟା ଉପାସରେ ରହିଲେ ମହାପ୍ରଭୁ । ଜଣେ ସେବାନିବୃତ ସେବକ ରତ୍ନ ସିଂହାସନ ଉପରକୁ ଉଠି ଜୋରଜବରଦସ୍ତି ସେବା କରିବାରୁ ଠାକୁର ମହାସ୍ନାନ ହେଲେ, ଭକ୍ତ କ୍ଷୋଭ କଲେ । More