/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694885434.jpg)
Eminent writer & Odisha CM Naveen Patnaik's sister, Gita Mehta passes away
ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଛି । ଆଜି ଦିଲ୍ଲୀ ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଗୀତା ମେହେଟ୍ଟା । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଗୀତା ମେହେଟ୍ଟା ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ । ପୂର୍ବରୁ ଗୀତାଙ୍କ ସ୍ୱାମୀଙ୍କ ମଧ୍ୟ ପରଲୋକ ହୋଇସାରିଛି । ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନୀ ମେହେଟ୍ଟାଙ୍କ ୨୦୧୯ରେ ପରଲୋକ ହୋଇଥିଲା ।
ଅନେକ ଦିନ ଧରି ଗୀତା ଅସୁସ୍ଥ ଥିଲେ । ତାଙ୍କ ଚିକିତ୍ସା ଜାରି ରହିଥିଲା । ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଗୀତା ମେହେଟ୍ଟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଗୀତା ମେହେଟ୍ଟା ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେ । ଲେଖନୀ ଚାଳନା ଓ ଫିଲ୍ମ ନିର୍ମାଣରେ ଗୀତାଙ୍କର ଅଧିକ ରୁଚି ଥିଲା ବୋଲି ମୋଦି ଟ୍ୱିଟ୍ କରିଛନ୍ତି ।
ସେହିପରି ଗୀତାଙ୍କ ପରଲୋକରେ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ବୈଜୟନ୍ତ ଶୋକ ପ୍ରକାଶ କରିଥିବାବେଳେ ସେ ଲେଖିଛନ୍ତି, ଗୀତା ମେହେଟ୍ଟାଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କର ଉଦାର ଭାବ ଓ ଆତିଥେୟତାକୁ ବୈଜୟନ୍ତ ମନେ ପକାଇଛନ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)