/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694881067.jpg)
Soumya Ranjan Patnaik
ଦୈନିକ ଖବରକାଗଜ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ମାନବସମ୍ବଳ ବିଭାଗର ଅଧିକାରୀ ବୈଜୟନ୍ତି କରଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ । ଫେକ୍ ଆକାଉଣ୍ଟ ତିଆରି କରି ନିଜ କର୍ମଚାରୀଙ୍କ ନାଁରେ ୠଣ କରାଯାଉଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଖବରକାଗଜର ଜଣେ ପୂର୍ବତନ କର୍ମଚାରୀ ଏଭଳି ଅଭିଯୋଗ ଆଣିଛନ୍ତି । ଓକିଲଙ୍କ ଜରିଆରେ ଇଓଡବ୍ଲୁରେ ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କର ବିନା ଅନୁମତିରେ ନକଲି ଆକାଉଣ୍ଟ ତିଆରି କରି ୫ ଲକ୍ଷ ଟଙ୍କା ୠଣ ଉଠାଯାଇଛି ।
କେବଳ ସେ ନୁହଁନ୍ତି, ଏଭଳି ବହୁ କର୍ମଚାରୀଙ୍କ ନାଁରେ ୠଣ କରାଯାଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ପୂର୍ବତନ କର୍ମଚାରୀ । ତେବେ 5T ସଚିବଙ୍କ ବିରୋଧରେ ସୌମ୍ୟରଂଜନଙ୍କ ଆଲେଖ୍ୟ ଏବଂ ଖୋଲା ମନ୍ତବ୍ୟ ପରେ ପରେ ସାମ୍ନାକୁ ଆସିଥିବା ଫେକ୍ ଆକାଉଣ୍ଟରେ ୠଣ ଅଭିଯୋଗକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି ।
ତେବେ ଏନେଇ ସମ୍ବାଦ ଗ୍ରୁପ୍ କିମ୍ବା ଏଚଆର ହେଡ୍ ବୈଜୟନ୍ତି କରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । କିନ୍ତୁ ସମ୍ପାଦକ ସୌମ୍ୟରଂଜନଙ୍କୁ ଯୋଗାଯୋଗ
କରାଯାଇଥିବାବେଳେ ସେ କହିଛନ୍ତି, ଏସଂପର୍କରେ ସେ ଅବଗତ ନାହାଁନ୍ତି, ପରବର୍ତ୍ତି ସମୟରେ ପ୍ରତିକ୍ରିୟା ରଖିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)