/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694874705.jpg)
Heavy downpour in Bhubaneswar triggers waterlogging
ଟୁଇନ୍ ସିଟିରେ ଘଣ୍ଟାଧିକ କାଳ ଛେଚିଲା ପ୍ରବଳ ବର୍ଷା । କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ରାଜଧାନୀର ଅନେକ ସ୍ଥାନରେ ପାଣି ଜମିଛି । କଟକରେ ବି ପ୍ରଭାବିତ ହୋଇଛି ଜୀବନ ଯାତ୍ରା । ତେଣେ ରାଜ୍ୟରେ ୧୮ ତାରିଖରୁ ପୁଣି ୩ ଦିନ ବର୍ଷା ସମ୍ଭାବନା ରହିଛି ।
୧୮ ତାରିଖରେ ଘଡ଼ଘଡି ସହ ବର୍ଷା ନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ଅନୁଗୁଳ, ବୌଦ୍ଧ ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ନୟାଗଡ଼, କନ୍ଧମାଳ, କଟକ, ଅନୁଗୁଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ସୂଚନା ମିଳିଛି ।
ସେପଟରେ ଆସନ୍ତା ୧୮ରୁ ରାଜ୍ୟରେ ପୁଣି ପ୍ରବଳ ବର୍ଷିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ୧୮ ତାରିଖରୁ ରାଜ୍ୟରେ ପୁଣି ୩ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ଘଡ଼ଘଡି ସହ ବର୍ଷା ନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି ।
ସେହିପରି ଗଜପତି, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ଅନୁଗୁଳ, ବୌଦ୍ଧ ଓ ରାୟଗଡ଼ା ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଞ୍ଜାମ, ନୟାଗଡ଼, କନ୍ଧମାଳ, କଟକ, ଅନୁଗୁଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)