• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସେପଟେମ୍ବର ୨୩ ରେ ‘ୱାନ ନେସନ ୱାନ ଇଲେକସନ’ର ପ୍ରଥମ ବୈଠକ ହେବ । ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ୱାନ ନେସନ ୱାନ ଇଲେକନସନ କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦ । ଭୁବନେଶ୍ୱର ଆସିଥିବା ବେଳେ ଆଜି ସେ ଏହା କହିଛନ୍ତି । ଏକ ଘରୋଇ ୟୁନିଭରସିଟିର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ କୋବିନ୍ଦ ଏହା କହିଛନ୍ତି ।

ଏକା ଥରେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ କରାଇବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର । ଏହାକୁ କେମିତି କାର୍ଯ୍ୟକାରୀ କରାଯିବ, ସେଥିପାଇଁ ଏକ କମିଟି ଗଠନ କରିଛନ୍ତି, ଯାହାର ଅଧ୍ୟକ୍ଷ ହେଉଛନ୍ତି ରାମନାଥ କୋବିନ୍ଦ ।

ଭୁବନେଶ୍ୱର କାର୍ଯ୍ୟକ୍ରମ ସାରି ପୁରୀ ଯିବେ ପୂର୍ବତନ ରାଷ୍ଟ୍ରପତି ତଥା ୱାନ ନେସନ ୱାନ ଇଲେକନସନ କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦ । ପ୍ରଥମେ ପୁରୀ ରାଜଭବନରେ ପହଞ୍ଚିବା ପରେ ସେଠାରେ କିଛି ସମୟ ବିଶ୍ରାମ ନେବେ । ଏହା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଶ୍ରୀମନ୍ଦିର ଭିତରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ଆର୍ଶୀବାଦ ନେବା ସହ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିବେ ।

ଦର୍ଶନ ସାରି ଶ୍ରୀମନ୍ଦିରରୁ ବାହାରି ପୁର୍ନବାର ରାଜଭବନ ଅଭିମୁଖେ ବାହାରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ । ପୂର୍ବତନ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ତେବେ ରାମନାଥ କୋବିନ୍ଦଙ୍କ ଦର୍ଶନ ସମୟରେ ସାଧାରଣ ଭକ୍ତଙ୍କ ଦର୍ଶନରେ କୌଣସି ବାଧା ଉପୁଜିବ ନାହିଁ । କେବଳ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି କହିଛନ୍ତି ପୁରୀ ଏସପି ବିଶାଲ୍ ସିଂହ ।