ସଂକ୍ଷେପରେ ଆଜିର ତାଜା ଖବର - Friday, 25 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଟସର ନୁହେଁ ଅହିଂସା ସୂତାରେ ଠାକୁରଙ୍କ ଖଣ୍ଡୁଆ ପାଟ

ଟସର ନୂହେଁ ଅହିଂସା ସୂତାରେ ଖଣ୍ଡୁଆ ପାଟ । ନିଜ ଜନ୍ମ ଦିନରେ ପିନ୍ଧିବେ ଶ୍ରୀ ଶ୍ରୀ ବଳଦେବ ଜିଉ । କେନ୍ଦ୍ରାପଡ଼ାର ମହାପ୍ରଭୁ ବଳଦେବ ଜିଉଙ୍କ ଜନ୍ମତିଥି ପାଇଁ ଏହି ନୀଳାମ୍ବରି ପାଟ ଓ ପ୍ରଭୁ ଜଗନ୍ନାଥଙ୍କ ପାଇଁ ମନଲୋଭା ପିତାମ୍ବରୀ ପାଟ ପ୍ରସ୍ତୁତ କରିଛନ୍ତି କଟକ ନୂଆପାଟଣାସ୍ଥିତ ନମ୍ବର ୱାନ ସୋସାଇଟର ବୁଣାକାରମାନେ । More

ଡ୍ରଗସ୍ ଡିପୋ ବାଲେଶ୍ୱର ! ସାରା ରାଜ୍ୟରେ ୭୧ କେଜି ବ୍ରାଉନସୁଗର ଜବତ

ଡ୍ରଗସ୍ କବଳରେ ପଡ଼ି ଯୁବପିଢ଼ି ବରବାଦ ହେଉଛନ୍ତି । ତେଣୁ ନିଶା କାରବାର ରୋକିବାକୁ ୨ ବର୍ଷ ହେଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଳାଇଛି କଡ଼ା ଅଭିଯାନ । ଏହି ସମୟ ଭିତରେ ୭୧ କେଜି ବ୍ରାଉନସୁଗର, ୨୦୨ ଗ୍ରାମ କୋକେନ ଜବତ ହୋଇଛି । More

BMCରେ ନିଯୁକ୍ତ ହେବେ ୪୧୬ କର୍ମଚାରୀ; ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କଲା ଘୋଷଣା

କାୟା ବଢାଉଛି ରାଜଧାନୀ । ତା ସହ ବଢୁଛି ପରିଚାଳନାଗତ ଚ୍ୟାଲେଞ୍ଜ୍ । ତେଣୁ ଭୁବନେଶ୍ୱର ମହାନଗର ନିଗମର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । BMCକୁ ଅଧିକ କାର୍ଯ୍ୟଦକ୍ଷ କରିବାକୁ ସୃଷ୍ଟି ହେବ ୪୧୬ ନୂଆ ପଦବୀ । More

ଚିନ୍ତା ବଢ଼ାଉଛି ଡେଙ୍ଗୁ; କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ଭିଡ଼, ଖୋଲିବ ଆଉ ଦୁଇ ଟେଷ୍ଟିଂ ଲ୍ୟାବ୍

କ୍ୟାପିଟାଲ ହସ୍ପିଟାଲର ସମନ୍ୱିତ ପରୀକ୍ଷା କେନ୍ଦ୍ର ଆଗରେ ଲାଗିଛି ଭିଡ଼ । କିଏ ରକ୍ତ ପରୀକ୍ଷା ଲାଗି ସକାଳୁ ଛିଡ଼ା ହୋଇଛି ତ’ ଆଉ କାହା ଅପେକ୍ଷା ଗତକାଲିଠୁ ସରୁନି । ଆଉ କେତେକଙ୍କର ତ ଧୈର୍ଯ୍ୟ ସୀମା ପାର କରିଗଲାଣି । More

କେମିତି ଅଛି ଜହ୍ନ ରାଇଜ ? ବୁଲି ଦେଖୁଛି ପ୍ରଜ୍ଞାନ, ଖୋଜୁଛି ପାଣି

ଏବେସୁଦ୍ଧା ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ୮ ମିଟର ବାଟ ଅତିକ୍ରମ କରିସାରିଲାଣି ବୋଲି ସୂଚନା ଦେଇଛି ଇସ୍ରୋ । ୬ ଚକିଆ ରୋଭରର ଲମ୍ବ ୯୧.୭ ସେଣ୍ଟିମିଟର, ଓସାର ୭୫ ସେଣ୍ଟିମିଟର, ଉଚ୍ଚତା ୩୯.୭ ସେଣ୍ଟିମିଟର ଏବଂ ଓଜନ ୨୬ କେଜି । More

ପ୍ରଦୀପ ପାଣିଗ୍ରାହୀଙ୍କୁ 5T ସଚିବଙ୍କ ଟାର୍ଗେଟ୍‌

ପ୍ରଦୀପଙ୍କ ନାଁ ନନେଇ ତାଙ୍କ ନିର୍ବାଚନରେ ହିଁ ତାଙ୍କୁ ଟାର୍ଗେଟ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । More

ପ୍ରଦୀପଙ୍କୁ ସୁରକ୍ଷା ଦେଇପାରିଲାନି ପୋଲିସ ! ଅଟକିଲେ ୩ ଘଣ୍ଟା, ଅଣ୍ଡା ସାଙ୍ଗକୁ ହେଲା ପଥର ମାଡ଼

ରାଜରାସ୍ତାରେ ଧସ୍ତାଧସ୍ତି... ନାରାବାଜି ସହ ମୁହାଁମୁହିଁ... ତାହାରି ଭିତରେ ଗାଡ଼ିରେ ଫସିରହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗାଡ଼ିକୁ ହୋଇଛି ଅଣ୍ଡା ମାଡ଼ । ଫିଙ୍ଗାଯାଇଛି ଟେକାପଥର । ପାଣି ବୋତଲ ବି ମାଡ଼ ହୋଇଛି । ଆଉ ଏହାକୁ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଷ୍ଠୀ ଏବଂ ତାଙ୍କ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ । More

ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩; ଜାଣିବା ସେବା କ୍ଷେତ୍ରରେ ରହିଛି କାହାର ଦବ୍‌ଦବା

ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା। More

ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩; ଜାଣିବା ଅଳଙ୍କାର କ୍ଷେତ୍ରରେ ରହିଛି କାହାର ଦବ୍‌ଦବା

ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା। More

ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩; ଜାଣିବା ଶିକ୍ଷା କ୍ଷେତ୍ରରେ ରହିଛି କାହାର ଦବ୍‌ଦବା

ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା। More

ଇତିହାସ ରଚିଲେ ଓଡ଼ିଆ ପୁଅ; ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ ଫାଇନାଲରେ କିଶୋର

ଯୋଗ୍ୟତା ହାସଲ କରିଥିବା ପ୍ରଥମ ୧୨ ଜଣଙ୍କ ମଧ୍ୟରେ ସେ ନବମ ସ୍ଥାନରେ ରହି ପଦକ ଦୌଡରେ ସାମିଲ ହୋଇଛନ୍ତି । କିଶୋର ଜେନାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୪ ଦଶମିକ ୩୮ ମିଟର । More

ରାଜଧାନୀରେ ଖୋଲିବ ଆଉ ଦୁଇଟି ଡେଙ୍ଗୁ ଟେଷ୍ଟିଂ ସେଣ୍ଟର...

ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା ଲାଗି ଶଯ୍ୟା ସଂଖା ବଢାଯାଇଛି । ୪ଟି ସହରାଞ୍ଚଳ ଗୋଷ୍ଠୀକେନ୍ଦ୍ରରେ ସ୍ୱତନ୍ତ୍ର ବେଡ୍‌ ବ୍ୟବସ୍ଥା କରାଯାଇଛି । More

ପାଣ୍ଡିଆନ୍ ପ୍ରୋଜେକ୍ଟ ନାଁରେ ଜମି ହଡ଼ପ, କେହି କିଛି କରିପାରିବେନି...!

ଭୁବନେଶ୍ୱର ଉପକଣ୍ଠ ଭଗବତୀପୁର ଓ ଗିରିଙ୍ଗାଘାଟ ମୌଜାରେ ୧୫୦ ଏକର ଜମି ଜବରଦଖଲ ହୋଇଛି। ତାର ବାଡ଼ ଦେଇ ଏହାକୁ ଘେରାବନ୍ଦୀ କରାଯାଇଛି। More

ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡା-ବୋତଲ ମାଡ଼

5T ସଚିବଙ୍କ କାର୍ଯ୍ୟକ୍ରମକୁ ସେ ଯାଉଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି । ଗୋପାଳପୁର ବିଧାୟକ ଭାବେ ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ । More

MLA ପ୍ରଦୀପ ପାଣିଗ୍ରାୟୀ-ବିଜେଡି ସମର୍ଥକ ମୁହାଁମୁହିଁ

ଲାଞ୍ଜିପଲ୍ଲୀ NH ନିକଟରେ ତାଙ୍କୁ ବିରୋଧ କରିଛନ୍ତି ବିଜେଡି କର୍ମୀ । ଫଳରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ଅଟକି ରହିଛନ୍ତି ବିଧାୟକ । More

ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ ! ମୁଁ ଯାଉଛି, ମୋର କିଛି ହେଲେ CM-DG-CS ଦାୟୀ

ସରକାରୀ କାର୍ଯ୍ୟକ୍ରମରେ ୪ ହଜାର ପୋଲିସ ଜଗିବେ। ଓଡ଼ିଶା ଲୋକଙ୍କୁ କଣ ଭାବୁଛନ୍ତି କି ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ।  More

ସାରା ରାଜ୍ୟରେ ହେବ ବର୍ଷା !

୧୭ଟି ଜିଲ୍ଲାରେ ସ୍ୱାଭାବିକ ଏବଂ ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବା ସେ କହିଛନ୍ତି। More

ବିରୋଧ ଭୟ ! ସଚିବଙ୍କ ଗସ୍ତ ପୂର୍ବରୁ ଗଞ୍ଜାମ ବିଜେପି ନେତାଙ୍କୁ ଉଠାଇନେଲା ପୋଲିସ

ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀଙ୍କୁ ମଧ୍ୟ ଉଠାଇନେଇଛି । ଆଲୋକ ଶତପଥୀ ବେଗୁନିଆପଡ଼ାରେ ଛିଡ଼ା ହୋଇଥିବା ବେଳେ ଉଠାଇନେଲା ପୋଲିସ । More

Today Panchang 25th August 2023: ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର...ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ... More

ଆଗକୁ ଦଶମ-ଦ୍ୱାଦଶରେ ୨ଟି ବୋର୍ଡ ପରୀକ୍ଷା, ଅଧିକ ମାର୍କ ହେବ କାଉଣ୍ଟ

ଏଥିସହ ସେମିଷ୍ଟର ବ୍ୟବସ୍ଥା ବି ନୂଆକରି ଲାଗୁ ହେବ। ତାସହ କଳା, ବିଜ୍ଞାନ ଓ ବାଣିଜ୍ୟ ଷ୍ଟ୍ରିମ୍ ଛାତ୍ରଛାତ୍ରୀ ନିଜ ପସନ୍ଦର ଯେ କୌଣସି ବିଷୟ ନେଇ ପାରିବେ । More

5-T ସଚିବଙ୍କ ଗଂଜାମ ଗସ୍ତ ପୂର୍ବରୁ ବଢୁଛି ବିରୋଧ, ସଭାସ୍ଥଳରୁ କାନ୍ଥବାଡ଼ ସବୁଠି ବିରୋଧାତ୍ମକ ଲେଖା

ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହି ଗଂଜାମ ଜିଲ୍ଲାପାଳ, ଡିଆଇଜି ସତ୍ୟବ୍ରତ ଭୋଇଙ୍କ ଉପରେ ବି ବର୍ଷିଛନ୍ତି ପ୍ରଦୀପ । More

ମହିଳା ହୋମଗାର୍ଡଙ୍କୁ ନିର୍ଯାତନା; ତେଜୁଛି ବିବାଦ, NHRCଙ୍କୁ ଭେଟିଲା ବିଜେପି

କାହିଁକି ରାଜ୍ୟ ସରକାରଙ୍କ ଏଭଳି ମନୋଭାବ ? ଏଭଳି ପ୍ରଶ୍ନ ଉଠାଇବା ସହ ସୈରିନ୍ଦ୍ରୀଙ୍କ କ୍ଷେତ୍ରରେ ମାନବାଧିକାରର ଖୋଲା ଉଲଂଘନ ହୋଇଥିବା କହିଛନ୍ତି ମାନବାଧିକାର କର୍ମୀ । More

ସୂର୍ଯ୍ୟ ଉପରେ ଇସ୍ରୋର ଆଖି; ସେପ୍ଟେମ୍ବର ଆରମ୍ଭରେ ଆଦିତ୍ୟ-L1 ଲଞ୍ଚ ପାଇଁ ପ୍ରସ୍ତୁତି

ମିଶନ ଗଗନାୟନ ପରେ ରହିଛି ଭାରତର ଦ୍ୱିତୀୟ ମଙ୍ଗଳୟାନ ବା ମାର୍ସ ଅର୍ବିଟର ମିଶନ-୨ । ୨୦୨୪ କିମ୍ବା ୨୫ରେ ଏହି ମିଶନ ପୂରା କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଆସନ୍ତାବର୍ଷ ଶୁକ୍ର ଗ୍ରହର ରହସ୍ୟ ଉପରୁ ପରଦା ହଟାଇବାକୁ ଅଭିଯାନ ପାଇଁ ଇସ୍ରୋ ଯୋଜନା କରିଛି। More

ରାଜଧାନୀରେ ଡେଙ୍ଗୁ ବେକାବୁ,ଅନ୍ୟ ଜିଲ୍ଲାକୁ ବି ବ୍ୟାପୁଛି.. କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟା ଲାଇନ

 ରାଜଧାନୀରେ ହୁ ହୁ ହୋଇ ବଢ଼ି ଚାଲିଥିବା ଡେଙ୍ଗୁ । ଜ୍ୱର ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏବେ ରକ୍ତ ପରୀକ୍ଷା କରିବାକୁ ଲାଗୁଛି ଲୋକଙ୍କ ଲମ୍ବା ଲାଇନ୍। More