/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692966339.jpg)
World Athletics 2023
ଇତିହାସ ସୃଷ୍ଟି କଲେ ଓଡ଼ିଆ ପୁଅ କିଶୋର ଜେନା । ପ୍ରଥମ ଓଡ଼ିଆ ଆଥଲେଟ୍ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପର ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି କିଶୋର । ହଙ୍ଗେରୀର ବୁଦାପେଷ୍ଟଠାରେ ଚାଲିଥିବା ୱାର୍ଲଡ୍ ଆଥଲେଟିକ୍ସ ଚାମ୍ପିୟନସିପର ଜାଭେଲିନ୍ ଥ୍ରୋର କ୍ୱାଲିଫାଇଂ ରାଉଣ୍ଡରେ କିଶୋର ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ପ୍ରଥମ ଆଟେମ୍ପଟରେ ୮୦ ଦଶମିକ ୫୫ ମିଟର ଜାଭେଲିନ୍ ଫିଙ୍ଗିଥିଲେ । ତେବେ ଅନ୍ୟ ଦୁଇଟି ଆଟେମ୍ପଟରେ ତାଙ୍କର ପ୍ରଦର୍ଶନ ଏତେ ଉତ୍ସାହଜନକ ନ ଥିଲା ।
ହେଲେ ଯୋଗ୍ୟତା ହାସଲ କରିଥିବା ପ୍ରଥମ ୧୨ ଜଣଙ୍କ ମଧ୍ୟରେ ସେ ନବମ ସ୍ଥାନରେ ରହି ପଦକ ଦୌଡରେ ସାମିଲ ହୋଇଛନ୍ତି । କିଶୋର ଜେନାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୪ ଦଶମିକ ୩୮ ମିଟର । ସେହିପରି ଅଲମ୍ପିକ୍ସ ପଦକ ବିଜେତା ତଥା ୱାର୍ଲଡ ଚାମ୍ପିୟନ୍ ଭାରତର ନୀରଜ ଚୋପ୍ରା କ୍ୱାଲିଂପାଇଁ ରାଉଣ୍ଡରେ ୮୮ ଦଶମିକ ୭୭ ମିଟର ଜାଭେଲିନ୍ ଫିଙ୍ଗି ପ୍ରଥମ ସ୍ଥାନରେ ରହି ଯୋଗ୍ୟତା ହାସଲ କରିଛନ୍ତି ।
ସେହିପରି ଅନ୍ୟତମ ଯୁବ ଭାରତୀୟ ଆଥଲେଟ ଡିପି ମନୁ ମଧ୍ୟ ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି । ପ୍ରଥମ ଥର ଲାଗି ୱାଲର୍ଡ ଆଥଲେଟିକ୍ସ ଚାମ୍ପିୟନସିପର ଜାଭେଲିନ ଥ୍ରୋର ଫାଇନାଲ ରାଉଣ୍ଡରେ ୩ ଜଣ ଭାରତୀୟ ପହଞ୍ଚିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)