ସଂକ୍ଷେପରେ ଆଜିର ତାଜା ଖବର - Sunday, 20 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୨ ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଲା କାର୍; କନେଷ୍ଟବଳଙ୍କ ମୃତ୍ୟୁ

ବୌଦ୍ଧ ଆଡ଼େଣିଗଡ ଫାଣ୍ଡି କଖାରୁଫାଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି କନେଷ୍ଟବଳ ପ୍ରମୋଦ କୁମାର ପାଣିଗ୍ରାହୀ । More

ଡେଙ୍ଗୁ ସଂକ୍ରମଣରେ ନୋ ବ୍ରେକ୍; ଟେଷ୍ଟିଂ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ସ୍ଥିତି

କ୍ୟାପିଟାଲ ହସ୍ପିଟାଲରେ ନିଜ ୩ ବର୍ଷର ଛୁଆର ଡେଙ୍ଗୁ ଟେଷ୍ଟ କରାଇବାକୁ ଦୁଇ ଘଣ୍ଟା ଛିଡ଼ା ହେଲେଣି ମହିଳା । ତଥାପି ପାଳି ପଡ଼ିନି। କେବଳ ସେ ନୁହନ୍ତି, ଭୁବନେଶ୍ୱର ସମେତ ଖୋର୍ଦ୍ଧା, ପୁରୀରୁ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ଟେଷ୍ଟ କରାଇବାକୁ ଆସୁଥିବା ବହୁ ଲୋକ ପ୍ରତିଦିନ ଏମିତି ହଇରାଣ ହେଉଛନ୍ତି । More

ବାରିପଦା ମେଡିକାଲ କଲେଜ କୋଠାରେ କେମିତି ଲାଗିଲା ନିଆଁ ? କାରଣ ଜାଣିବାକୁ ତଦନ୍ତ ନିଶ୍ଚିତ କହିଲେ ସୁପରିଟେଣ୍ଡେଣ୍ଟ

ବାରିପଦା ମେଡିକାଲ କଲେଜ ବିଲଡିଂରେ କେମିତି ଲାଗିଲା ନିଆଁ ? ସର୍ଟସର୍କିଟ୍ ନା ମେଣ୍ଟେନାନ୍ସ ବିଭାଗର ବେପରୁଆ ପଣ ? ନା ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ? ଶୁକ୍ରବାର ଅପରାହ୍ନରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଲାଗିଥିବା ନିଆଁକୁ ପ୍ରାୟ ୩ ଘଣ୍ଟାର କସରତ ପରେ ଲିଭାଯିବା ପରଠୁ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି ଏଭଳି କିଛି ପ୍ରଶ୍ନ । More

ଚାକିରି ଦେବା ନାଁରେ ମାଳମାଳ ଠକ; ମାଷ୍ଟରମାଇଣ୍ଡ ସହ ୨ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ STF

ରକାରୀ ଚାକିରି ଖଣ୍ଡେ ପାଇବା ପାଇଁ ବାଛୁଛନ୍ତି କି ସର୍ଟକଟ୍ ଉପାୟ ? ସରକାରୀ ଚାକିରି ଦେବାକୁ କେହି ଆପଣଙ୍କୁ ଦେଖାଇଛି କି ଲୋଭ ? କାହା ପାଲରେ ପଡ଼ି ଆପଣ ଟଙ୍କା କାରବାର କରିନାହାଁନ୍ତି ତ ? ଯଦି ହଁ, ତେବେ ସାବଧାନ୍ ! More

ଯୌତୁକ କରିଦେଲା ଅନ୍ଧ; ବୋହୂକୁ ତତଲା ତାୱା ଚେଙ୍କ ଦେଲେ ଅଧ୍ୟାପିକା ଶାଶୂ !

ଯୌତୁକ ପାଇଁ ବୋହୂକୁ ଅକଥନୀୟ ନିର୍ଯାତନା ! ଗରମ ତାୱାରେ ଚେଙ୍କ, ବେକରେ ଶିଳପୁଆ ଥୋଇ ହତ୍ୟା ଉଦ୍ୟମ ଅଭିଯୋଗ । ଅଧ୍ୟାପିକା ଶାଶୁ ଓ ସ୍ୱାମୀଙ୍କ ବିରୋଧରେ ଥାନାରେ ଏତାଲା । ବନ୍ଧା ହେଲେ ଶାଶୁ ଓ ସ୍ୱାମୀ । ଏଭଳି ଏକ ସଙ୍ଗୀନ ଅଭିଯୋଗ ମାମଲାରେ ଗତକାଲି ଜଗତସିଂହପୁର ଉଗ୍ରତାରା କଲୋନୀରୁ । More

ଦୋହଲାଇ ଦେଲା କୁନିଝିଅର ଦୁଇ ପଦ କଥା; ପଙ୍କ କାଦୁଅରେ ଘାଣ୍ଟି ହେଲେ ସରକାରୀ ବାବୁ

କେବେ ବାବୁ ଭାୟାଙ୍କ ନଜର ପଡ଼ିନଥିବା ପଦୁଗୁଡ଼ାରେ ଗାଁରେ ଆଜି ପାଦ ପଡ଼ିଛି କୋରାପୁଟ ଜିଲ୍ଲା ପ୍ରଶାସନର । ଦଶମନ୍ତପୁର ବ୍ଲକ୍ ଲୁଲା ପଞ୍ଚାୟତର ପାହାଡି ଗାଁକୁ ଯାଇଛନ୍ତି ଏଭଳି ପାହାଡ଼ ଚଢ଼ି । କାଦୁଅ ଭିତରେ ପଶିବାକୁ ବାଧ୍ୟ ହୋଇଛନ୍ତି ବିଡିଓ ଏବଂ କର୍ମଚାରୀ । More

ଖାଉଟି ଛାନିଆ ! ଟମାଟୋ ତାଉ ନଯାଉଣୁ, ବଢ଼ିଲାଣି ପିଆଜ ଦର

କନ୍ଦାଉଛି ପିଆଜ । ୨ ସପ୍ତାହରେ ବଢିଲାଣି ୧୦ ଟଙ୍କା । ସେପ୍ଟେମ୍ୱରରେ ୭୦ ଛୁଇଁବା ଆଶଙ୍କା । ରାଜଧାନୀରେ ପିଆଜ ଏବେ କିଲୋ ପିଛା ୩୫ରୁ ୪୦ ଟଙ୍କା ରହିଛି । କଟକରେ ବିକ୍ରି ହେଉଛି ୩୦ରୁ ୩୫ ଟଙ୍କାରେ । More

ଥମୁନି 5T ସଚିବଙ୍କୁ କାଳିମାଡ଼ ଚର୍ଚ୍ଚା; ମୁହଁ ଖୋଲିଲେ କାଳି ଫିଙ୍ଗିଥିବା ଯୁବକ ଭାସ୍କର ସାହୁ

ଭାସ୍କର ଜଣେ ସୂଚନା ଅଧିକାରୀ କର୍ମୀ । ବିଭିନ୍ନ ସମାଜସେବା କାର୍ଯ୍ୟରେ ବି ଜଡ଼ିତ । ଦୟା ସୁରକ୍ଷା ଅଭିଯୋନରେ ମଧ୍ୟ ସେ ଜଣେ କର୍ମକର୍ତ୍ତା । ଗତ ପଂଚାୟତ ନିର୍ବାଚନରେ ସେ ସମିତି ସଭ୍ୟ ପଦ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । More

କାଳିମାଡ଼ କରି ମୁଁ କିଛି ଭୁଲ୍ କରି ନାହିଁ : ଭାସ୍କର ସାହୁ

'ଶାସନ ବ୍ୟବସ୍ଥାରେ ସୁଧାର ପାଇଁ ଛୋଟିଆ ପଦକ୍ଷେପ । ବ୍ୟବସ୍ଥାରେ ସୁଧାର ନ ଆସିବା ଯାଏଁ ପ୍ରତିବାଦ କରିବି । More

ଡେଙ୍ଗୁ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ବଢ଼ାଯିବ ବେଡ୍

ଡେଙ୍ଗୁ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ବଢ଼ାଯିବ ଆଉ ୨୦ଟି ବେଡ୍। ଫଳରେ ଡେଙ୍ଗୁ ରୋଗୀଙ୍କ ପାଇଁ ଥିବା ସ୍ୱତନ୍ତ୍ର ବେଡ୍ ସଂଖ୍ୟା ୫୦ରୁ ୭୦କୁ ବଢ଼ିବ। More

ଦିନେ ଅଣଦେଖା କରୁଥିଲେ, ଏବେ କୁନି ଝିଅର ଗୁହାରି ପରେ ଗାଁରେ ପହଞ୍ଚିଲା ପ୍ରଶାସନ...

ଅଭିନୟ ମାଧ୍ୟମରେ କୋରାପୁଟର କୁନି ଝିଅ ନିଜ ଅଞ୍ଚଳର ସମସ୍ୟା ବଖାଣିବା ପରେ ପଦୁଗୁଡ଼ା ଗାଁରେ ଦଶମନ୍ତପୁର ବ୍ଲକ୍ ପ୍ରଶାସନ ପହଞ୍ଚିଛି। More

ପ୍ରେମିକକୁ ଦେଖା କରିବାକୁ ଯାଇଥିଲେ, ଶବ ହୋଇ ଫେରିଲେ...

ପ୍ରେମିକକୁ ଦେଖା କରିବାକୁ ଆସିଥିବା ଯୁବତୀଙ୍କ ରହସ୍ୟଜନକ ମୃତ୍ୟୁ। ଗଞ୍ଜାମ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। More

ଷ୍ଟାଡିୟମ୍ ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ : ଖର୍ଚ୍ଚ ହେଲାଣି ୨୦ ଲକ୍ଷ, ହେଲେ ଖେଳାଳିଙ୍କ କାମରେ ଆସୁନି

ପଡିଆ ଚାରିପଟ ବଡ଼ ବଡ଼ ଅନାବନା ଗଛଲତାରେ ଭର୍ତ୍ତି। ସନ୍ଧ୍ୟା ହେଲେ ଅସାମାଜିକ ଯୁବକଙ୍କ ମଦ ଆସର ଜମୁଛି। ପ୍ରଶ୍ନ ଉଠୁଛି କଣ କେବଳ ପାଚେରି ଓ ଗେଟରେ ନିର୍ମାଣ ହୋଇଛି ୨୦ ଲକ୍ଷ ଟଙ୍କା ? ଖେଳାଳିଙ୍କ ପାଇଁ କାହିଁକି ବାକି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇନି ? More

ଦିଗହରା ସରକାରୀ ପ୍ରକଳ୍ପ,ର-ଠ କାମ କରି ଲକ୍ଷ ଲକ୍ଷ ଟଙ୍କା ହଡପ୍

MCL ଅଧିଗ୍ରହଣ କରିଥିବା ଗାଁରେ ବ୍ଲକ ପ୍ରଶାସନ କରୁଛି ସରକାରୀ ପ୍ରକଳ୍ପ। କରୁଛି ତ କରୁଛି ନିମ୍ନମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ। More

Panchang Today 20th August 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ସିଂହ  ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ରବିବାର । ଚନ୍ଦ୍ର-କନ୍ୟା ଅହୋରାତ୍ର, ତିଥି – ୪ର୍ଥୀ ରାତ୍ରି ୧୨.୨୨  ଗତେ ୫ ମୀ, ଘାତ ଚନ୍ଦ୍ର- ବୃଷ ରାଶି ର ଅହୋରାତ୍ର, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି ଭୂମିଦାନ More

ପାଣ୍ଡିଆନଙ୍କୁ କାଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ଛାଡ଼ିଦେଲା ପୋଲିସ

5T ସଚିବ ଭି.କେ ପାଣ୍ଡିଆନଙ୍କୁ କାଳିମାଡ଼ କରିଥିବା ଭାସ୍କର ସାହୁଙ୍କୁ ଛାଡିଦେଲା ପୋଲିସ। ମହିଳାଙ୍କ ସହ 5T ସଚିବ ହାତ ମିଳାଉଥିବାବେଳେ ପିଚକାରୀରେ ଭାସ୍କର କାଳିମାଡ଼ କରିଥିଲେ। More

କଥାକୁହା ବିରଳ ଫଟୋର ଶିଳ୍ପୀ ଇଞ୍ଚୁଡିର ସର୍ବେଶ୍ୱର ଦାସ

ଗାଥା ବଖାଣୁଛି ଇତିହାସର କଳା ଧଳା ଫଟୋ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ଛାଡ ଆନ୍ଦୋଳନ ହେଉ ଅବା ଅସହଯୋଗ ଆନ୍ଦୋଳନ ଏବଂ ଲବଣ ସତ୍ୟାଗ୍ରହ। More

ପୂର୍ବତଟ ରେଲୱେର ନୂଆ ରଣନୀତି; ହାତୀ ମୃତ୍ୟୁକୁ ରୋକିବ IDS

ଲୌହ ଦାନବଠୁ କିଭଳି ସୁରକ୍ଷିତ ରହିବେ ଗଜରାଜ ? କ’ଣ କଲେ ରେଳ ଧାରଣାରେ ଯିବନି ହାତୀଙ୍କ ଜୀବନ ? More

ମନ ଇଚ୍ଛା ଗାଡ଼ି ଚଢି ବୁଲି ପାରିବେନି ସରକାରୀ ବାବୁ

ସରକାରୀ ଗାଡ଼ିର ଅପବ୍ୟବହାର ହେଉଛି କି ? ସରକାରୀ ବାବୁମାନେ ଚଢୁଥିବା ଗାଡି ବାବଦକୁ ଖର୍ଚ୍ଚରେ ହେଉଛି କି ହେରଫେର? ଭଡା ଗାଡି ବାବଦକୁ ଖର୍ଚ୍ଚ ପାଇଁ ଅର୍ଥ ବିଭାଗର ନୂଆ ଗାଇଡଲାଇନ ପରେ ଉଠିଛି ଏମିତି ପ୍ରଶ୍ନ। More

ଦୋଛକିରେ ଦୂତୀଙ୍କ ଆଥଲେଟିକ୍ ଜୀବନ; ବାସନ୍ଦ ପଛରେ କ୍ୟାନସର କାରଣ !

ଡୋପ୍ ଟେଷ୍ଟରେ ବିଫଳତାରୁ ଆଥଲେଟିକ୍ ଜଗତରୁ ୪ ବର୍ଷ ବାସନ୍ଦ ହେବା ପରେ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ କହିଛନ୍ତି- ଜାଣିଶୁଣି କୌଣସି ନିଷିଦ୍ଧ ଔଷଧ ସେବନ କରିନି । More

ଏ କେମିତିକା ବ୍ୟବସ୍ଥା? ୫୦୦ ଟଙ୍କା ଭତ୍ତା ଲାଗି ଟ୍ରଲିରେ ବୁହା ହେଲେ ବୃଦ୍ଧା

ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ । ୧୨ ନମ୍ବର ୱାର୍ଡର ଲବଙ୍ଗ ଗୟା । ବୟସ ୯୫ ହେଲାଣି । ସରକାରୀ ନିୟମ ଅନୁସାରେ ତାଙ୍କୁ ୭୦୦ ଟଙ୍କା ଭତ୍ତା ମିଳିବାର କଥା । ହେଲେ ୭ ଶହ ତ ଦୂରର କଥା ୫୦୦ ଟଙ୍କା ଭତ୍ତା ବି ତାଙ୍କ ଲାଗି ସ୍ୱପ୍ନ ହୋଇଛି । ପ୍ରଥମତଃ ଘର ପାଖରେ ଭତ୍ତା ଟଙ୍କା ମିଳୁଥିଲା । ହେଲେ ପରବର୍ତ୍ତୀ ସମୟରେ ବ୍ୟାଙ୍କ ଆକାଉଣ୍ଟଙ୍କୁ ଯାଇଥିଲା ଭତ୍ତା ଟଙ୍କା More