Advertisment

କାଳିମାଡ଼ କରି ମୁଁ କିଛି ଭୁଲ୍ କରି ନାହିଁ : ଭାସ୍କର ସାହୁ

'ଶାସନ ବ୍ୟବସ୍ଥାରେ ସୁଧାର ପାଇଁ ଛୋଟିଆ ପଦକ୍ଷେପ । ବ୍ୟବସ୍ଥାରେ ସୁଧାର ନ ଆସିବା ଯାଏଁ ପ୍ରତିବାଦ କରିବି ।

author-image
Prangyan Parimita
ଅଦ୍ୟତନ ହୋଇଛି
Bhaskar Sahu

Bhaskar Sahu

ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ କାଳି ମାଡ କରିଥିବା ଭାସ୍କର ସାହୁଙ୍କୁ ପୋଲିସ ଛାଡି ଦେଇଛି । ଗତକାଲି ସତ୍ୟବାଦୀରେ ପାଣ୍ଡିଆନଙ୍କ ଉପରେ କାଳିମାଡ଼ କରିବା ପରେ ଭାସ୍କରଙ୍କୁ ଅଟକ ରଖିଥିଲା ପୋଲିସ।

Advertisment

ତେବେ କାଳି ମାଡ଼ ନେଇ ଭାସ୍କର ସାହୁ କହିଛନ୍ତି, ମୁଁ କିଛି ଭୁଲ୍ କରି ନାହିଁ। ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏହା ମୋର ଛୋଟ ପଦକ୍ଷେପ। ଦାବି କରିବାର ଅଧିକାର ଅଛି କିନ୍ତୁ ତରିକା ଭୁଲ ଥିଲା । ପାଣ୍ଡିଆନ ଶାସନ କଳର ଅପବ୍ୟବହାର କରୁଛନ୍ତି ।

କାଳିମାଡ କରିଥିବାରୁ ଜିଲ୍ଲାପାଳଙ୍କୁ କ୍ଷମା ମାଗୁଛି ବୋଲି ଭାସ୍କର କହିଛନ୍ତି । ସେପଟେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଏ କାର୍ଯ୍ୟକୁ ଘୃଣା କରିଛନ୍ତି। ଏ କାଳି ମାଡ଼ ଫାଇଭ-ଟି ସଚିବଙ୍କୁ ନୁହେଁ, ଏ କାଳି ମାଡ଼ ସତ୍ୟବାଦୀକୁ ଓ ବିକାଶକୁ ବୋଲି ସେ କହିଛନ୍ତି ।...

Advertisment

ସେପଟେ 5T ସଚିବଙ୍କୁ କାଳିମାଡ଼ ଘଟଣାକୁ ପ୍ରାୟୋଜିତ କହିଛନ୍ତି ପିସିସି ସଭାପତି । ଯେଉଁ ବ୍ୟକ୍ତି କାଳିମାଡ଼ କଲା ତାକୁ ପୋଲିସ ମୁକ୍ତ କରିସାରିଛି । ରାଜ୍ୟବାସୀ ଜାଣିଛନ୍ତି ବିଜେଡି ଓ ବିଜେପି ଭାଇ ଭାଇ । କେବଳ ସିମ୍ପାଥି ଓ ଅଲଗା ବୋଲି ଦେଖାଇବା ପାଇଁ କାଳିମାଡ଼ହୋଇଛି । କିନ୍ତୁ ଯେଉଁ କୌଶଳ ଆପଣାଇଲେ ବି କଂଗ୍ରେସକୁ ଭୋଟ ମିଳିବ ।

ସୂଚନାଯୋଗ୍ୟ ଗତକାଲି ଭିଡ଼ ଭିତରୁ ଜଣେ ଯୁବକ ଆସି ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ସିଧାସଳଖ କାଳି ଫୋପାଡ଼ିଥିଲେ । କେବଳ 5T ସଚିବ ନୁହଁନ୍ତି, ସାଙ୍ଗରେ ଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମୁହଁରେ ବି ପଡ଼ିଥିଲା କାଳି ଛିଟା । କିଛି ସମୟ ପରେ କାଳି ଲଗା ଡ୍ରେସକୁ ବଦଳାଇ ମିଶନ ଶକ୍ତିର ଜନଶୁଣାଣି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ପାଣ୍ଡିଆନ୍ ।

ପୁରୀ ଜିଲ୍ଲାରେ 5T ସଚିବ ପାଣ୍ଡିଆନଙ୍କ ଥିଲା ୨ ଦିନିଆ ଗସ୍ତ କାର୍ଯ୍ୟକ୍ରମ । ତେବେ ସତ୍ୟବାଦୀ କାର୍ଯ୍ୟକ୍ରମ ଥିବାବେଳେ ସୁରକ୍ଷା ବଳୟକୁ ଭେଦି ସିଧାସଳଖ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ କଲେ ଯୁବକ ଜଣକ । କାଳିମାଡ଼ କଲା କ୍ଷଣି ଉପସ୍ଥିତ ବିଜେଡି କର୍ମୀ ଓ ପୋଲିସ୍ ଏହି ଯୁବକଙ୍କୁ ଉଠାଇନେଇଥିଲେ । 

Advertisment
Advertisment