ସଂକ୍ଷେପରେ ଆଜିର ତାଜା ଖବର - Saturday, 08 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନିରାଶ୍ରୟ ଭବନରୁ ହଠାତ୍ ୪୫ଜଣଙ୍କୁ ସ୍ଥାନାନ୍ତର କାହିଁକି ? ଭଡ଼ାଘରେ ଦୟନୀୟ ସ୍ଥିତିରେ ଅଛନ୍ତି ଅନ୍ତେବାସୀ

ନିରାଶ୍ରୟମାନଙ୍କ ଏବେ ଦୁଃସ୍ଥିତି। ବରେଇପାଲିର ଏକ ଭଡ଼ା ଘରେ ଗୁଞ୍ଜାଗୁଞ୍ଜି କରି ବେଡ୍ ପଡ଼ିଛି, ଆଉ ସେଇଥିରେ ଦୁଇ ସପ୍ତାହ ହେଲେଣି ୪୫ ଜଣ ଅନ୍ତେବାସୀ ଏମିତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ନୂଆ କୋଠାରୁ ଏମାନଙ୍କୁ କାହିଁକି ବାହାର କରାଗଲା, ସେମାନେ ଜାଣନ୍ତିନି। More

ଜବତ ୩୨ କୋଟି ଆସିଲା କୁଆଡୁ ? ଚାରି ଦିନର ଚଢ଼ାଉ ପରେ ବି ହିସାବ ସରୁନି..!

DN ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କୁ ମାରାଥନ ଜେରା । ଏପଟେ ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ । More

ପିଜିଆଇ ରିପୋର୍ଟରୁ ଖୋଲିଗଲା ସ୍କୁଲ ଶିକ୍ଷାର ପୋଲ

ଶିକ୍ଷା ମନ୍ତ୍ରାଳୟର ପର୍ଫମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ ବା ପିଜିଆଇ ସୂଚକାଙ୍କର ରିପୋର୍ଟରେ ଯାହା ଖୋଲି ଦେଇଛି ରାଜ୍ୟରେ ଡିଣ୍ଡିମ ପିଟା ଶିକ୍ଷା ବ୍ୟବସ୍ଥାର ବାସ୍ତବ ରୂପ। More

‘ରାଜ୍ୟରେ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ, ଚାଲିପାରିବନି ପ୍ରକ୍ସି ଗଭର୍ଣ୍ଣମେଣ୍ଟ’ କହିଲେ ଅପରାଜିତା

5T ସଚିବଙ୍କ ଗସ୍ତକୁ ନେଇ ନବୀନଙ୍କୁ ଅପରାଜିତାଙ୍କ ଟାର୍ଗେଟ୍ । More

Bahanaga Train Tragedy: କାହିଁକି ପ୍ରମାଣ ନଷ୍ଟ ଉଦ୍ୟମ କରିଥିଲେ ଗିରଫ ୩ ଅଭିଯୁକ୍ତ ?

ରିମାଣ୍ଡରେ ନେଇ ଚନ୍ଦକା ଥାନାରେ ସିବିଆଇର ଖୋଳତାଡ଼ । ଏଣେ କର୍ମଚାରୀଙ୍କ ତ୍ରୁଟି ନା ଅନ୍ତର୍ଘାତୀ ପ୍ଲାନ୍ । More

ଭାରତୀୟ ଫୁଟ୍‌ବଲ୍ ଟିମ୍ ପାଇଁ ଗେମ୍ ଚେଞ୍ଜର୍ ହେବ କି ୨୦୨୩

ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ଫୁଟ୍‌ବଲ୍ ଟିମ୍ ଗୋଟିଏ ମାସ ମଧ୍ୟରେ ଦୁଇଟି ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଜିତିବା ସହ ଫିଫା ମାନ୍ୟତାର ଟପ୍‌-୧୦୦କୁ ପ୍ରତ୍ୟାବର୍ତ୍ତନ କରିଛି । ଚଳିତ ବର୍ଷ ଟିମ୍ ସମ୍ମୁଖରେ ବିଶ୍ୱକପ୍ କ୍ୱାଲିଫାୟର୍‌, ଏସିଆଡ୍ ଭଳି ବଡ଼ ଚାଲେଞ୍ଜ୍ ରହିଛି । ଏବେ ଚର୍ଚ୍ଚା ହେଉଛି ଯେ ୨୦୨୩ ଭାରତୀୟ ଫୁଟ୍‌ବଲ୍ ପାଇଁ ଗେମ୍ ଚେଞ୍ଜର୍ ସାବ୍ୟସ୍ତ ହେବ କି? More

ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର, ଆଗକୁ ବିସ୍ଫୋରଣ ହେବ: ମନମୋହନ

ଏବେ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି। ଆଗକୁ ଏହା ବିସ୍ପୋରଣ ହେବ ବୋଲି କହିଛନ୍ତି ମନମୋହନ ସାମଲ। More

ଏହି ୧୨ ଜିଲ୍ଲାରେ ପ୍ରବଳ ବର୍ଷିବ...

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଂଜ ଦେଓଗଡ଼, ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ । More

‘ମୁଖ୍ୟମନ୍ତ୍ରୀ ଅସୁସ୍ଥ; ତାଙ୍କୁ ଗୃହବନ୍ଦୀ କରାଯାଇଛି, ଏଇ ୪ ବର୍ଷ ହେଲା ଏମିତି ଚାଲିଛି’

ମୁଖ୍ୟମନ୍ତ୍ରୀ କାହିଁକି ବାହାରିବେନି କି କାହିଁକି ଘୋଷଣା କରିବେନି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଦଳରେ 5T ସଚିବ ସବୁଆଡ଼େ ଗସ୍ତ କରୁଛନ୍ତି । More

ଯେତେ ଖୋଜିଲେ, ସେତେ ମିଳୁଛି...୪ ଦିନ ଧରି ରେଡ୍‌ ପରେ ଡିଏନ୍ ଗ୍ରୁପ୍ ମାଲିକଙ୍କୁ ଜେରା

ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ଆୟକର ବିଭାଗର ଟିମ୍‌ ପଚରାଉଚରା କରିଛନ୍ତି। ଲଗାତାର ୪ ଦିନ ଧରି ଡିଏନ୍ ଗ୍ରୁପ୍‌ ଉପରେ ଚଢ଼ାଉ ଓ ତଦନ୍ତ ପରେ ଆଜି ମାଲିକଙ୍କୁ ପଚରାଉଚରା କରିଛି ଆୟକର ବିଭାଗର ଟିମ୍‌। More

ପିଙ୍କ୍‌ ହ୍ୱାଟ୍ସଆପ୍‌କୁ ସାବଧାନ ! ଭୁଲ୍‌ରେ କ୍ଲିକ୍‌ କରନ୍ତୁ ନାହିଁ ଲିଙ୍କ୍‌, ନହେଲେ ଚୋରି ହୋଇପାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ...

ପିଙ୍କ୍ ହ୍ୱାଟ୍ସଆପ୍‌ ହେଉଛି ସାଇବର ଠକଙ୍କ ଏକ ନୂଆ କୌଶଳ। ଯଦି ଆପଣଙ୍କ ମୋବାଇଲକୁ ହ୍ୱାଟ୍ସଆପ୍‌ ଅପଡେଟ୍‌ କରିବାକୁ ଲିଙ୍କ୍ ଆସୁଛି, ତେବେ ଭୁଲ୍‌ରେ ବି ସେହି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ ନାହିଁ। More

ଉତ୍ତରକାଶୀରେ ରହସ୍ୟମୟ ଜଗନ୍ନାଥ ମନ୍ଦିର; ସପ୍ତାହରେ ୩ ଦିନ ମହାପ୍ରଭୁ ପାଉଛନ୍ତି ପୂଜା

ଶ୍ରୀମନ୍ଦିର ବରିଷ୍ଠ ସେବକ ତଥା ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ଠାରୁ ଏହି ଜଗନ୍ନାଥ ମନ୍ଦିର ସମ୍ପର୍କରେ ଖବର ପାଇ ସେଠାକୁ ଯାଇଥିଲେ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା । More

ସରିଲା ଶ୍ରୀଜିଉଙ୍କ ରଥଯାତ୍ରା; ଏବେ ଭାଇରାଲ ହେଉଛି ରଥ ଉପରେ ଅଣ ସେବାୟତଙ୍କ ଭିଡିଓ

ରଥ ଉପରେ ଅଣସେବାୟତ ଶ୍ରୀଜିଉଙ୍କୁ ଅଲିଙ୍ଗନ କରି ବିଭିନ୍ନ ପୋଜରେ ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । More

ବାଇକ୍-କାର୍-ଅଟୋ ଧକ୍କା; ୧୦ ଆହତ

ବାଲିଆପାଳ ଅଞ୍ଚଳର ୨ ଜଣ ବ୍ୟକ୍ତି ରୋଗୀ ନେଇ କଟକ ଡାକ୍ତରଖାନାରୁ ଏକ କାର୍‌ ଯୋଗେ ଫେରୁଥିଲେ । ସେହି ସମୟରେ ପେଜଗଳା ବ୍ରିଜ ନିକଟରେ ବିପରୀତ ଦିଗର ବସ୍ତା ଷ୍ଟେସନକୁ ଯାତ୍ରୀ ନେଇ ଯାଉଥିବା ଏକ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । More

ଚନ୍ଦକା ଥାନାରେ CBIର ୫ ଜଣିଆ ଟିମ୍‌; ୩ ଅଭିଯୁକ୍ତଙ୍କୁ କରିବ ପଚରାଉଚରା

ଆଜି CBI ଟିମ୍‌ ଚନ୍ଦକା ଥାନାରେ ପହଞ୍ଚିଛି । ସୂଚନା ଅନୁସାରେ CBI ପକ୍ଷରୁ ୫ ଜଣିଆ ଟିମ୍‌ ଚନ୍ଦକା ଥାନାରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ପଚରାଉଚରା କରିବ । More

ଶିକ୍ଷାରେ ତଳକୁ ଖସିଲା ଓଡ଼ିଶା, ୧୦ରୁ ସିଧା ୨୪...

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡିଶାର ପ୍ରଦର୍ଶନ ହ୍ରାସ ପାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ଥିବାବେଳେ ଏଥର ୧୪ଟି ସ୍ଥାନ ତଳକୁ ଖସି ୨୪ତମ ସ୍ଥାନରେ ରହିଛି। More

‘କାମ ପାଇଁ ଆଫ୍ରିକା ଯାଇଥିଲୁ, ହେଲେ ଆମକୁ ଦରମା ମିଳୁ ନଥିଲା’

ମଧ୍ୟ ଆଫ୍ରିକୀୟ ଦେଶ ଗାବନରେ ଫସିଥିବା ୪ ଜଣ ଓଡ଼ିଆ ଯୁବକ ନିଜ ମାଟି କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି। ଗତକାଲି ବିଳମ୍ବିତ ରାତିରେ କୋଣାର୍କ ଏକ୍ସପ୍ରେସ୍‌ରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। More

ସକାଳୁ ସକାଳୁ ବଡ଼ ଦୁର୍ଘଟଣା: ଟ୍ରେନ୍‌ ଲାଇନ ନିକଟକୁ ମାଡ଼ିଗଲା ବସ୍‌

ଭାରସାମ୍ୟ ହରାଇ ଟ୍ରେନ୍‌ ଲାଇନ ନିକଟକୁ ମାଡ଼ିଗଲା ବସ୍‌। ସୌଭାଗ୍ୟବଶତଃ, ବଡ଼ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।  More

୫ ଦିନିଆ ରିମାଣ୍ଡରେ ଗଲେ ବାହାନଗା ଅଭିଯୁକ୍ତ

ସିବିଆଇ ପକ୍ଷରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପ୍ରଥମେ ମେଡିକାଲ ଚେକ୍ ଅପ୍ କରାଯାଇଥିଲା । କଡ଼ା ସୁରକ୍ଷାରେ ଭୁବନେଶ୍ୱର ସିବିଆଇ ଅଫିସରୁ ୩ ଅଭିଯୁକ୍ତଙ୍କୁ କ୍ୟାପିଟାଲ ହସପିଟାଲ ଅଣାଯାଇଥିଲା । More

+୨ ନାମଲେଖା ଆରମ୍ଭ; ସାମସ ପୋର୍ଟାଲରେ ସମସ୍ୟାରୁ ଆଡମିଶନରେ ବାଧା

ଉପାନ୍ତ ଅଞ୍ଚଳରେ କଲେଜ ସଂଖ୍ୟା କମ୍ ଥିବାରୁ ଘର ପାଖ କଲେଜରେ ଆଡମିଶନ୍ ମିଳୁନି । ଫଳରେ କାହା ପାଠରେ ଡୋରି ବନ୍ଧା ହେବାକୁ ଯାଉଛି ତ ଆଉ କେଉଁ ଅଭିଭାବକ ଖର୍ଚ୍ଚାନ୍ତ ହୋଇ ଦୂର କଲେଜରେ ପିଲାଙ୍କ ନାମ ଲେଖାଉଛନ୍ତି । More

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବେ ଧର୍ମେନ୍ଦ୍ର, ସାମିଲ ହୋଇପାରନ୍ତି ଅପରାଜିତା !

ମନ୍ତ୍ରିମଣ୍ଡଳରୁ ବାଦ ନ ପଡିଲେ ବି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିଭାଗ ବଦଳିପାରେ ବୋଲି ମଧ୍ୟ ଚର୍ଚ୍ଚା। ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ନେଇ ତାଙ୍କ ବିଭାଗ ବଦଳାଇପାରନ୍ତି ପ୍ରଧାନମନ୍ତ୍ରୀ। More

କଡ଼ା ସୁରକ୍ଷା ଭିତରେ କୋର୍ଟରେ ହାଜର ହେଲେ ବାହାନଗା ଅଭିଯୁକ୍ତ

ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ସେମାନଙ୍କୁ ହାଜର କରାଯାଇଛି ସିବିଆଇ । କଡ଼ା ସୁରକ୍ଷା ଭିତରେ ସିବିଆଇ ଅଫିସ୍‌ରୁ ୩ ଅଭିଯୁକ୍ତଙ୍କୁ ନିଆଯାଇ ପ୍ରଥମେ ସେମାନଙ୍କ ମେଡିକାଲ ଚେକ୍‌ଅପ କରାଯାଇଥିଲା । More

DN Groupରେ ତିନି ଦିନ ହେଲାଣି ସରୁନି ରେଡ୍, ଖୋଳତାଡ଼ କରୁଛି IT

ଆଇଟି ସ୍କାନରରେ ୧୦୫ କୋଟିର ରିୟଲ ଇଷ୍ଟେଟ୍ ବିଜନେସ୍ । କାହିଁକି ଆକ୍ସନ ମୋଡକୁ ଆସୁନି ଓରେରା ? More