• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ଜୋରଦାର ତଦନ୍ତ କରୁଛି CBI । ଆଜି CBI ଟିମ୍‌ ଚନ୍ଦକା ଥାନାରେ ପହଞ୍ଚିଛି । ସୂଚନା ଅନୁସାରେ CBI ପକ୍ଷରୁ ୫ ଜଣିଆ ଟିମ୍‌ ଚନ୍ଦକା ଥାନାରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ପଚରାଉଚରା କରିବ । ଏହା ବ୍ୟତୀତ ଜଣେ ରେଳ କର୍ମଚାରୀଙ୍କୁ CBI ପକ୍ଷରୁ ସମନ କରାଯାଇଥିବା ସୂଚନା ମିଳିଛି ।

ଗତ ଜୁନ୍‌-୨ ତାରିଖରେ ବାହାନଗାରେ ହୋଇଥିବା ବଡ଼ ଟ୍ରେନ୍‌ ଦୁର୍ଘଟଣାକୁ ନେଇ CBI ଆହୁରି ପ୍ରମାଣ ଯୋଗାଡ଼ କରୁଛି । ତ୍ରୁଟି ନିର୍ଦ୍ଦିଷ୍ଟ ଭାବେ କେଉଁଠି ହୋଇଥିଲା ? ଗିରଫ ତିନି ଅଭିଯୁକ୍ତଙ୍କ ବ୍ୟତୀତ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ? ବ୍ୟକ୍ତିଗତ ସ୍ତରରେ ଅବହେଳା ନା ଅନ୍ୟ କାହା ପ୍ରଭାବରେ ଅଭିଯୁକ୍ତମାନେ ଏପରି କରିଛନ୍ତି ତା’କୁ ନେଇ ଜୋରଦାର ତଦନ୍ତ କରୁଛି CBI ।

ଖାଲି ସେତିକି ନୁହେଁ, ପ୍ରମାଣ ଲୁଚାଇବାର ଉଦ୍ଦେଶ୍ୟ କ’ଣ ? ଭୁଲରେ ତ୍ରୁଟି ହୋଇଛନ୍ତି ନା ଏଥିପାଇଁ ବିଧିବଦ୍ଧ ଷଡ଼ଯନ୍ତ୍ର ହୋଇଛି ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ସିବିଆଇ । ୩ ରେଳ କର୍ମଚାରୀ ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାନ୍ ଏବଂ ଟେକ୍ନିସିଆନ ପପୁ କୁମାରଙ୍କୁ ୫ ଦିନ ରିମାଣ୍ଡରେ ନେବା ପରେ ଚାଲିଛି ଘନଘନ ଜେରା ।

୩ ଅଭିଯୁକ୍ତଙ୍କୁ ଚନ୍ଦକା ଥାନାରେ ରଖି ପଚରା ଉଚରା କରାଯାଉଛି । ଅଭିଯୁକ୍ତ ମାନଙ୍କ ବିରୋଧରେ ଆଇପିସି ଧାରା ୩୦୪, ୨୦୧ ଏବଂ ୧୫୩ ରେଲୱେ ଆକ୍ଟ ଲାଗିଛି । IPC 304-ହତ୍ୟା ଉଦ୍ଦେଶ୍ୟ ନଥାଇ କାର୍ଯ୍ୟରେ ଅବହେଳା ଯୋଗୁଁ ଜୀବନ ଯିବା, IPC ୨୦୧- ପ୍ରମାଣ ଲୁଚାଇବା । ତେଣୁ ଏହି ଦୁଇଟି ଦଫାକୁ ସାବ୍ୟସ୍ତ କରିବା ଏବେ ସିବିଆଇ ପାଇଁ ମୁଖ୍ୟ ଟାସ୍କ ହୋଇଛି ।