/odishatv-khabar/media/post_attachments/uploadimage/library/16_9/16_9_0/____1688786538.jpg)
4 Odia Youth Stranded In African Country Returned Odisha
ମଧ୍ୟ ଆଫ୍ରିକୀୟ ଦେଶ ଗାବନରେ ଫସିଥିବା ୪ ଜଣ ଓଡ଼ିଆ ଯୁବକ ନିଜ ମାଟି କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି। ଗତକାଲି ବିଳମ୍ବିତ ରାତିରେ କୋଣାର୍କ ଏକ୍ସପ୍ରେସ୍ରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ଏହାପରେ ସେମାନେ କ୍ୟାମେରା ସାମ୍ନାରେ ସେମାନଙ୍କ ମନର ବ୍ୟଥା ବଖାଣିଛନ୍ତି। ସେମାନେ ଯେଉଁ ଘରୋଇ କମ୍ପାନୀରେ ଚାକିରି କରୁଥିଲେ, ସେମାନଙ୍କୁ ଗତ ୫ ମାସ ଧରି ଦରମା ମିଳୁନଥିଲା।
ଫଳରେ ସେମାନେ ଓଡ଼ିଶା ଫେରି ଆସିବାକୁ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଯୋଗାଯୋଗ କରିଥିଲେ। ବୈଜୟନ୍ତ ସେଠାକାର ଦୂତାବାସଙ୍କ ସହ ଯୋଗାଯୋଗ କରିବା ପରେ ୪ ଜଣ ଯୁବକ କେନ୍ଦ୍ରାପଡ଼ା ଫେରିଛନ୍ତି।
ଏନେଇ ରାଜନଗର ବାସିନ୍ଦା ଶୁଭ୍ରକାନ୍ତ ପ୍ରଧାନ କହିଛନ୍ତି, ‘ଆଫ୍ରିକୀୟ ଦେଶକୁ ୫ ମାସ ହେବ କାମ ପାଇଁ ଯାଇଥିଲୁ। ହେଲେ ସେଠାରେ ଆମକୁ କୌଣସି ଦରମା ମିଳୁନଥିଲା। ଶେଷରେ ବୈଜୟନ୍ତ ସାର୍ଙ୍କ ସହ ଆମ ପରିବାର ଲୋକ ଏସମ୍ପର୍କରେ କଥା ହୋଇଥିଲେ। ଏହାପରେ ସେ ସେଠାକାର ଦୂତାବାସ ସହ ଯୋଗାଯୋଗ କରିଥିଲେ। ଶେଷରେ ତାଙ୍କ ସହଯୋଗରେ ଆମେ ଓଡ଼ିଶା ଫେରି ପାରୁଛି।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)