Advertisment

ପିଙ୍କ୍‌ ହ୍ୱାଟ୍ସଆପ୍‌କୁ ସାବଧାନ ! ଭୁଲ୍‌ରେ କ୍ଲିକ୍‌ କରନ୍ତୁ ନାହିଁ ଲିଙ୍କ୍‌, ନହେଲେ ଚୋରି ହୋଇପାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ...

ପିଙ୍କ୍ ହ୍ୱାଟ୍ସଆପ୍‌ ହେଉଛି ସାଇବର ଠକଙ୍କ ଏକ ନୂଆ କୌଶଳ। ଯଦି ଆପଣଙ୍କ ମୋବାଇଲକୁ ହ୍ୱାଟ୍ସଆପ୍‌ ଅପଡେଟ୍‌ କରିବାକୁ ଲିଙ୍କ୍ ଆସୁଛି, ତେବେ ଭୁଲ୍‌ରେ ବି ସେହି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ ନାହିଁ।

author-image
Rajalaxmi Sahoo
Be Alert To Pink WhatsApp

Be Alert To Pink WhatsApp

ପିଙ୍କ୍‌ ହ୍ୱାଟ୍ସଆପ୍‌କୁ ସାବଧାନ ! ଠକ ପଠାଇଥିବା ଲିଙ୍କ୍‌ରେ କ୍ଲିକ୍‌ କଲେ କ୍ଷଣିକ ଭିତରେ ଆପଣଙ୍କ ମୋବାଇଲକୁ ନିଜ ନିୟନ୍ତ୍ରଣକୁ ନେଇଯିବେ ସାଇବର ହ୍ୟାକର। ପିଙ୍କ୍ ହ୍ୱାଟ୍ସଆପ୍‌ ହେଉଛି ସାଇବର ଠକଙ୍କ ଏକ ନୂଆ କୌଶଳ। ଯଦି ଆପଣଙ୍କ ମୋବାଇଲକୁ ହ୍ୱାଟ୍ସଆପ୍‌ ଅପଡେଟ୍‌ କରିବାକୁ ଲିଙ୍କ୍ ଆସୁଛି, ତେବେ ଭୁଲ୍‌ରେ ବି ସେହି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ ନାହିଁ।

Advertisment

ଯଦି ବି ଆପଣ ଭୁଲ୍‌ରେ ଲିଙ୍କ୍‌ରେ କ୍ଲିକ୍‌ କରୁଛନ୍ତି, ତା’ହେଲ ଆପଣଙ୍କ ଫୋନରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି। ଏନେଇ ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ ମୁମ୍ବାଇ ପୋଲିସ ନର୍ଥ ରିଜନ ପକ୍ଷରୁ ମଧ୍ୟ ଏନେଇ ସତର୍କତା ଜାରି  କରାଯାଇଥିଲା। 

Advertisment

ପିଙ୍କ୍‌ ହ୍ୱାଟ୍ସଆପ୍‌ କ’ଣ ? 

  • ପିଙ୍କ୍ ହ୍ୱାଟ୍ସଆପ୍‌ ଗୁଗୁଲ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧ ନୁହେଁ। ହ୍ୟାକରମାନେ ଏହି ଆପ୍‌କୁ ଏକ ଲିଙ୍କ୍ ବା URL ମାଧ୍ୟମରେ ଭାଇରାଲ କରିଥାନ୍ତି।
  • ହ୍ୱାଟ୍ସଆପ୍‌ ଭଳି ଏହା ଅବିକଳ ଦେଖାଯାଇଥାଏ, ହେଲେ ଏହା ପିଙ୍କ୍ କଲରରେ ହୋଇଥିବାରୁ ଏହାକୁ ହ୍ୟାକର ପିଙ୍କ୍ ନାଁ ଦେଇଛନ୍ତି।
  • ଏହାକୁ ଡାଉନଲୋଡ କରିବା ପାଇଁ ଲୋକଙ୍କୁ ହ୍ୟାକର୍‌ମାନେ ପ୍ରବର୍ତ୍ତାଇଥାନ୍ତି। କେହି ଯଦି ଏହାକୁ ନିଜ ମୋବାଇଲରେ ଡାଉନଲୋଡ କରିଥାନ୍ତି, ତା’ହେଲେ ମୋବାଇଲ୍‌ ହ୍ୟାକରଙ୍କ ନିୟନ୍ତଣକୁ ଚାଲିଯାଏ।
  • ଫଳରେ ଅନାୟସରେ ମୋବାଇଲର ଇନବକ୍ସ ମେସେଜ ପଢିବାଠାରୁ ଆରମ୍ଭ କରି କଣ୍ଟାକ୍ଟ ନମ୍ବର ସବୁକିଛି ପାଇଥାନ୍ତି ହ୍ୟାକର

ତେଣୁ ଏଭଳି ଲିଙ୍କ୍‌କୁ କ୍ଲିକ୍‌ ନକରିବା ଲାଗି ସାଇବର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Advertisment
Advertisment