• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ-ବାଲିଆପାଳ ମୁଖ୍ୟ ରାସ୍ତାର ପେଜଗଳା ବ୍ରିଜ ନିକଟରେ ସିରିଜ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୦ଜଣ ଗୁରୁତର ହୋଇଛନ୍ତି । ସୌଭାଗ୍ୟ ବସତଃ ଏଥିରେ କାହାର ଜୀବନ ଯାଇନାହିଁ ।

ସୂଚନା ଅନୁଯାୟୀ ବାଲିଆପାଳ ଅଞ୍ଚଳର ୨ ଜଣ ବ୍ୟକ୍ତି ରୋଗୀ ନେଇ କଟକ ଡାକ୍ତରଖାନାରୁ ଏକ କାର୍‌ ଯୋଗେ ଫେରୁଥିଲେ । ସେହି ସମୟରେ ପେଜଗଳା ବ୍ରିଜ ନିକଟରେ ବିପରୀତ ଦିଗର ବସ୍ତା ଷ୍ଟେସନକୁ ଯାତ୍ରୀ ନେଇ ଯାଉଥିବା ଏକ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଅନ୍ୟପଟେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ କାର୍‌କୁ ଜୋରରେ ଧକ୍କା ଦେଇଥିଲା । ଫଳରେ ରାସ୍ତାର ତଳକୁ ବାଇକ୍‌ଟି ଖସିପଡିଥିଲା । ଯାହାଦ୍ୱାରା ଅଟୋ, କାର ଏବଂ ବାଇକ୍‌ ଦୁର୍ଘଟଣାରେ ୧୦ଜଣ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଟାକ୍ତରଖାନାରେ ଭର୍ତ୍ତି କରିଥିଲେ ।

୪ଜଣକୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ୬ଜଣଙ୍କୁ ବସ୍ତା ହସପିଟାଲକୁ ପଠାଯାଇଥିଲା । ସେଠାରେ ସେମାନଙ୍କ ଚିକିତ୍ସା କରାଯାଉଛି । ଏନେଇ ଖବର ପାଇବା ପରେ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।