• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆରମ୍ଭ ହେଲା ଯୁକ୍ତ ଦୁଇ ଆଡମିଶନ୍ । ଏଥର ଛାତ୍ରଛାତ୍ରୀଙ୍କ ପସନ୍ଦ କିନ୍ତୁ ବଦଳିଛି । ପୂର୍ବ ଟ୍ରେଣ୍ଡକୁ ଭାଙ୍ଗି କ୍ୟାରିୟରକୁ ଅଗ୍ରାଧିକାର ଦେଇଛନ୍ତି ଶିକ୍ଷାର୍ଥୀ । ଭଲ କଲେଜ କି ଷ୍ଟ୍ରିମ୍ ନୁହେଁ କ୍ୟାରିୟରକୁ ନଜରରେ ରଖି ପିଲାଏ ନେଇଛନ୍ତି ନିଷ୍ପତ୍ତି । ଯେଉଁଥିପାଇଁ ବିଜେବି, ରମାଦେବୀ, ରାଜଧାନୀ ଭଳି କଲେଜରେ କଟ୍ ଅଫ୍ କମ୍ ଯାଇଛି । ଅନ୍ୟପଟେ ପ୍ରଥମ ଦିନରେ ସର୍ଭର ଜନିତତ୍ରୁଟି ଲାଗି ଆଡମିଶନ୍ ବାଧାପ୍ରାପ୍ତ ହୋଇଛି ।

ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା । ପ୍ରଥମ ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଆଡମିଶନ ପାଇଁ କଲେଜକୁ ଯାଇ ଦାଖଲ କରିଛନ୍ତି ସାର୍ଟିଫିକେଟ । ଆଜି ଠାରୁ ୧୩ ତାରିଖ ଯାଏ ଚାଲିବ ଆଡମିଶନ ପ୍ରକ୍ରିୟା । ତେବେ ଆଡମିଶନର ପ୍ରଥମ ଦିନରୁ ହିଁ ଦେଖାଦଇଛି ବିଭ୍ରାଟ । ଷ୍ଟୁଡେଣ୍ଟସ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ ବ ସାମ୍ସ ପୋର୍ଟାଲର ସର୍ଭର ଡାଉନ୍ ରହିବାରୁ ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଡାଉନଲୋଡ୍ କରି ପାରିନଥିଲେ । ଫଳରେ ଦୂରଦୂରାନ୍ତରୁ ଆସିଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ସେପଟେ ଉପାନ୍ତ ଅଞ୍ଚଳରେ କଲେଜ ସଂଖ୍ୟା କମ୍ ଥିବାରୁ ଘର ପାଖ କଲେଜରେ ଆଡମିଶନ୍ ମିଳୁନି । ଫଳରେ କାହା ପାଠରେ ଡୋରି ବନ୍ଧା ହେବାକୁ ଯାଉଛି ତ ଆଉ କେଉଁ ଅଭିଭାବକ ଖର୍ଚ୍ଚାନ୍ତ ହୋଇ ଦୂର କଲେଜରେ ପିଲାଙ୍କ ନାମ ଲେଖାଉଛନ୍ତି । ସମସ୍ୟାର ସମାଧାନ ପାଇଁ ଦୁର୍ଗମ ଅଞ୍ଚଳରେ ସିଟ୍ ସଂଖ୍ୟା ବଢାଇବାକୁ ଦାବି ହୋଇଛି । ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କହିଛି ସିଟ୍ ଯଥେଷ୍ଟ ଅଛି । ଚଳିତ ବର୍ଷ ଯୁକ୍ତ ଦୁଇରେ ଦେଖିବାକୁ ମିଳିଛି ନୂଆ ଟ୍ରେଣ୍ଡ । ଛାତ୍ରଛାତ୍ରୀଙ୍କ ପସନ୍ଦ ବଦଳିଛି । ମାଟ୍ରିକରେ ୯୫ ପ୍ରତିଶତ ଉପରେ ମାର୍କ ରଖି ବି ପିଲାଏ କଳାରେ ଆଡମିଶନ କରିଛନ୍ତି । ଜଣେ କି ଦୁଇ ଜଣ ନୁହେଁ ପ୍ରଥମ କଟ୍ ଅଫ୍ ରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ଥିବା ରେଭେନ୍ସାରୁ ଆସିଛି ଏଭଳି ତଥ୍ୟ ।

କେନ୍ଦ୍ରାପଡ଼ାର ଅଭିଲିପ୍ସା ୯୬.୮ ପ୍ରତିଶତ, କଟକର ଶୁଭମ ସୁମିତ ପାଢି ୯୫.୪ ପ୍ରତିଶତ ଓ ରିତିକା ପୃଷ୍ଟି ମାଟ୍ରିକରେ ୯୨ ପ୍ରତିଶତ ମାର୍କ ରଖି ରେଭେନ୍ସାରେ କଳା ବିଭାଗରେ ନାମ ଲେଖାଇଛନ୍ତି । କାରଣ ଏମାନଙ୍କ ଲକ୍ଷ୍ୟ ହେଲା, ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା । ସେହିପରି ଆଉ ଏକ ନୂଆ ଟ୍ରେଣ୍ଡ ହେଲା ବିଜେବି, ରମାଦେବୀ, ରାଜଧାନୀ ଭଳି ଖ୍ୟାତି ସମ୍ପନ୍ନ କଲେଜରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ଘରୋଇ କଲେଜ ଗୁଡିକୁ ଅଧିକ ପସନ୍ଦ କରିଥିବା ଦେଖିବାକୁ ମିଳିଛି । କିନ୍ତୁ କଲେଜ କର୍ତ୍ତୃପକ୍ଷଙ୍କ ଯୁକ୍ତି ସିବିଏସ୍ଇ, ଆଇସିଏସ୍ଇ ବୋର୍ଡରୁ ଏଥର ଅଧିକ ଛାତ୍ରଛାତ୍ରୀ ଆସିନଥିବାରୁ ଏଭଳି ସ୍ଥିତି ।

୧୯ରେ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଏଥିପାଇଁ ୨୦ରୁ ଆଡମିଶନ କରାଯିବ । ଅଗଷ୍ଟ ୧ରୁ ଆରମ୍ଭ ହେବ ନୂଆ କ୍ଲାସ୍ ।

 

  • Reported by:
  • DEBASHISH MOHANTY , RASHMIRANJAN DAS , JAGDISH DAS , Mihir Jati