ସଂକ୍ଷେପରେ ଆଜିର ତାଜା ଖବର - Thursday, 20 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆସନ୍ତାକାଲିଠୁ ସମ୍ବଲପୁରରେ ଆହୁରି କୋହଳ ହେବ କର୍ଫ୍ୟୁ

ଧାର୍ମିକ ସ୍ଥଳରେ ମଧ୍ୟ ଏକତ୍ରିତ ହେବାକୁ କଟକଣା ଜାରି ହୋଇଛି । ଯଦି ଲୋକେ କୌଣସି ସ୍ଥାନରେ ଏକାଠି ହୁଅନ୍ତି, ତେବେ ପୂର୍ବରୁ ଅନୁମତି ନେବାକୁ ପଡ଼ିବ । More

ସମ୍ବଲପୁରରେ ଆଉ ୪୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା: ଅନଲାଇନ୍ ଆସିପାରୁନଥିବାରୁ ଦୁର୍ବିସହ ଜିଲ୍ଲାବାସୀଙ୍କ ଜୀବନ

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା ପରେ ଆଜିକୁ ୮ ଦିନ ହେବ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍ ସେବା ସଂପୂର୍ଣ୍ଣ ବନ୍ଦ୍। ଗୋଟେପଟେ କର୍ଫ୍ୟୁ ଅନ୍ୟ ପଟେ ଇଣ୍ଟରେନେଟ୍ ସେବାରେ କଟକଣାରୁ ଦୁର୍ବିସହ ହୋଇପଡ଼ିଛି ଜିଲ୍ଲାବାସୀଙ୍କ ଜୀବନ। More

ଓଡ଼ିଶାରେ ଆରମ୍ଭ ହେଲା କି ଧର୍ମକୁ ନେଇ ରାଜନୀତି ଟ୍ରେଣ୍ଡ୍ ?

ଓଡ଼ିଶାରେ ବି ଆରମ୍ଭ ହେଲା କି ଧର୍ମକୁ ନେଇ ରାଜନୀତି ଟ୍ରେଣ୍ଡ୍। ସମ୍ବଲପୁର ହିଂସାକୁ ନେଇ VHPର ବନ୍ଦକୁ ବିଜେପିର ସମର୍ଥନ ଓ ତାର ପ୍ରତିବାଦରେ ବିଜେଡି ଶାନ୍ତି ଶୋଭାଯାତ୍ରା ବାହାର କରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ତେଣେ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। More

ରାଜ୍ୟରେ ବଢୁଛି ସିଜରିଆନ୍ ଡେଲିଭରି ଟ୍ରେଣ୍ଡ୍

ଅସ୍ତ୍ରୋପଚାର ପ୍ରସବରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା ! ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ- ୧୫ ପ୍ରତିଶତରେ ସୀମିତ ରଖ । ହେଲେ ରାଜ୍ୟର ଘରୋଇ ହସ୍ପିଟାଲରେ ଏଇ ହାର ୭୦ ପ୍ରତିଶତରୁ ଅଧିକ । More

ପୁରୀରେ ଅଣ୍ଡରଗ୍ରାଉଣ୍ଡ ହୋଇଥିଲା କି ଗୁଡ୍ଡୁ ମୁସଲିମ୍ ?

ଉମେଶ ପାଲ୍ ହତ୍ୟାକାଣ୍ଡର ଜଣଙ୍କ ପରେ ଜଣେ ଅଭିଯୁକ୍ତ ୟୁପି ପୋଲିସର ଏନକାଉଣ୍ଟର ଭୟରେ ଗୋଟିଏ ପରେ ଗୋଟିଏ ରାଜ୍ୟର ସୀମାଡେଇଁ ଚକମା ଦେଉଛନ୍ତି, ଯେମିତି ଗୁଡ୍ଡୁ । ଆଉ ଶେଷ ଥର ପାଇଁ ଗୁଡ୍ଡୁର ଲୋକେସନ୍ ଥିଲା ପୁରୀ । More

ଆଗୁଆ ହେଲା ଖରାଛୁଟି; କାଲିଠୁ ପ୍ରଥମରୁ ଦ୍ୱାଦଶ ଯାଏଁ ସବୁ ସ୍କୁଲ ବନ୍ଦ

ଆସନ୍ତାକାଲି ହେବାକୁ ଥିବା ରାଜ୍ୟବ୍ୟାପୀ ଅଭିଭାବକ-ଶିକ୍ଷକ ବୈଠକ ସକାଳ ସାଢେ ୬ରୁ ସାଢେ ୧୦ ମଧ୍ୟରେ ଅନୁଷ୍ଠିତ ହେବ । ଯେଉଁଠି ପିଲାଙ୍କ ଗ୍ରୀଷ୍ମ ଅବକାଶ ହୋମୱାର୍କ, ସାଇବର ସିକ୍ୟୁରିଟି ବିଷୟରେ ଅଭିଭାବକଙ୍କ ଅବଗତ କରାଯିବ । More

ଅସମ୍ଭାଳ ତାତିରେ ଫୁଟୁଛି ସାରା ଓଡ଼ିଶା; ଡହଡହ ଖରାରେ ହେଉଛି ମଜୁରୀ କାମ

ଏହାରି ଭିତରେ ଖୋର୍ଦ୍ଧା, କଟକ ସମେତ ୪ ଜିଲ୍ଲାକୁ ଆସନ୍ତାକାଲି ଯାଏଁ ଜାରି କରାଯାଇଛି ଅରେଞ୍ଜ୍ ୱାର୍ଣ୍ଣିଂ । ସେପଟେ ତାତି ବଢାଇଛି ଦିନ ମଜୁରିଆଙ୍କ ସମସ୍ୟା । ସରକାରଙ୍କ ବାରଣ ସତ୍ତ୍ୱେ ବି ଡହଡହ ଖରାରେ ପେଟ ପାଇଁ ମୂଲ ଖଟିବାକୁ ବାଧ୍ୟ ହେଉଛନ୍ତି ସେମାନେ । More

ପାଠ ପଢ଼ିବାକୁ ବହୁତ ଆଗ୍ରହ ଅଛି ହେଲେ ଦିବ୍ୟାଙ୍ଗ ବୋଲି ହଷ୍ଟେଲ ମିଳୁନି

ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ରଘୁରାମ । କଥାଟା ଟିକେ ହଜମ ନହେଲେ ବି ସତ । More

୫ ଏକର ଜାଗାରେ ଶହେ ପ୍ରକାରର ଆମ୍ବ ଫଳାଇଛନ୍ତି ସାଲେପୁରର ଗଛବାବା

ପାଞ୍ଚ କି ଦଶ ପ୍ରକାରର ଗଛ ଥିବା ଆମ୍ବ ବଗିଚା ଦେଖିବା ସହଜ କଥା ଟିଏ। ହେଲେ ଏକା ଥରକେ ଶହେରୁ ଅଧିକ ପ୍ରକାରର ଆମ୍ବ ଗଛ ଦେଖିବାକୁ ମିଳିଛି ଗୋଟିଏ ବଗିଚାରେ । ତାହାପୁଣି ଭାରତର ବହୁ ସୁଆଦିଆ ଆମ୍ବର ସମ୍ଭାର ଥିବା ବଗିଚା । ଏଭଳି ଏକ ନିଆରା ଆମ୍ବ ବଗିଚା ରହିଛି କଟକ ଜିଲ୍ଲା ମାହାଙ୍ଗାର ଜାତିପାରିଲୋ ଗାଁରେ.. More

ବାଃ.. ବାଃ..ରେ ବ୍ୟବସ୍ଥା ! ଦିବ୍ୟାଙ୍ଗ ପୁଅକୁ ଦେଇପାରିଲେନି ଔଷଧ, ଚାଲିଗଲା ଜୀବନ

୬ ମାସରୁ ଅଧିକ ସମୟ ହେବ ଭତ୍ତା ନ ମିଳିବାରୁ ପୁଅକୁ ମହଙ୍ଗା ମେଡିସିନ୍ ଦେବାରେ ଅକ୍ଷମ ରହିଲେ ବାପା ମାଆ । More

ଜିଲ୍ଲାପାଳ ହେବ ତ ଏମିତି ! ଗୁଣ ଚିହ୍ନେ ଗୁଣିଆ ଭଳି, ସେ ଚିହ୍ନିଥିଲେ ସୁରେନ୍ଦ୍ରଙ୍କ ଟ୍ୟାଳେଣ୍ଟ

ଅନୁରୋଧ ପରେ ସହଯୋଗର ହାତ ବଢାଇଥିଲେ ଜିଲ୍ଲାପାଳ । More

ନୟାଗଡ଼ ଜିଲ୍ଲାପାଳ ମାଗିଥିଲେ କି ୨୫ ଲକ୍ଷ ଟଙ୍କା ଲାଞ୍ଚ ?

ଅଭିଯୋଗ ନେଇ ପ୍ରଥମେ ଚାନ୍ଦପୁର ଥାନା, ପରେ ନୟାଗଡ଼ SPଙ୍କୁ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ ସୁଶାନ୍ତ l ହେଲେ କୌଣସି ସୁଫଳ ନ ମିଳିବାରୁ ଖଣି ଲିଜଧାରୀ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ l More

ଜଙ୍ଗଲରୁ ମିଳିଲା ଯବାନଙ୍କ ଝୁଲନ୍ତା ମୃତଦେହ, ଛୁଟିରେ ଘରକୁ ଆସିଥିଲେ...

ଜଗତସିଂହପୁରରୁ ନିଖୋଜ, ଯାଜପୁରରୁ ମୃତଦେହ ଉଦ୍ଧାର। ନିଖୋଜ CRPF ଯବାନ ସୂର୍ଯ୍ୟକାନ୍ତ କୁଆଁରଙ୍କ ଝୁଲନ୍ତା ମୃତଦେହ ଘଞ୍ଚ ଜଙ୍ଗଲ ପାହାଡ଼ ଉପରୁ ପୋଲିସ୍ ଉଦ୍ଧାର କରିଛି। More

ଆଜି ବି ତାତିରୁ ନିସ୍ତାର ନାହିଁ; ଝାରସୁଗୁଡ଼ା ଉତ୍ତପ୍ତ ସହର

ଆଜି ବି ହିଟ୍ ୱେଭ୍ ନେଇ ପାଣିପାଗ ବିଭାଗ ଜାରି କରିଛି ୱାର୍ଣ୍ଣିଂ । ବୌଦ୍ଧ, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଂଜ ଏହି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। More

ବିବାଦୀୟ କୋଇଡ଼ା ବିଡିଓଙ୍କ ବଦଳି

ସୁନ୍ଦରଗଡ ଜିଲ୍ଲା କୋଇଡ଼ା ବ୍ଲକ୍‌ର ବିବାଦୀୟ ବିଡିଓ ପଲ୍ଲବୀ ରାଣୀ ରାଜ୍‌ଙ୍କ ବଦଳି ହୋଇଛି।  ଏକାଧିକ ଘଟଣାକୁ ନେଇ ସେ ବିବାଦ ଘେରକୁ ଆସିଥିଲେ। More

ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ, ଏହି ୩ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା...

ଆସନ୍ତାକାଲିଠୁ ଗୁରୁଚାପ ବଳୟ ପ୍ରଭାବ ପରେ ତାତି କମିବା ସମ୍ଭାବନା ରହିଛି। ଏଥିସହ ଆସନ୍ତା ୨୧, ୨୨ ଓ ୨୩ ତାରିଖରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି।  More

Today Panchang 20th April 2023: ଜାଣନ୍ତୁ ଆଜିର ଶୁଭ ମୁହୂର୍ତ୍ତ . .

ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର । ଚନ୍ଦ୍ର – ମେଷ ଅହୋରାତ୍ର । More

ସମ୍ବଲପୁରରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ସମ୍ବଲପୁରରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି। ତେବେ ଆଜି ପୁରା ଜିଲ୍ଲାରେ ବ୍ରଡ୍‌ ବ୍ୟାଣ୍ଡ୍‌, ଲିଜ୍ ଲାଇନ କାମ କରିବ। More

କାଲିଠୁ ଖରାଛୁଟି, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା

ଆସନ୍ତାକାଲିଠୁ ଗ୍ରୀଷ୍ମକାଳୀନ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି।  More

ମାଲକାନଗିରିରେ 'ପୁଷ୍ପା': ସୋସିଆଲ ମିଡିଆରେ ଅଲ୍ଲୁଙ୍କ ଫଟୋ ଭାଇରାଲ

ଲିଡ୍ ଆକ୍ଟର ଅଲ୍ଲୁ ଅର୍ଜୁନଙ୍କ ସହ ପହଁଚିଛନ୍ତି ଫିଲ୍ମର ପୁରା ଟିମ୍ More

ବିଶ୍ୱସ୍ତରୀୟ ବାହାସ୍ଫୋଟକୁ ଖୋଲା ପରିହାସ: ଧୂ ଧୂ ଖରାରେ ସିଝୁଛି ରୋଗୀଙ୍କ ଜୀବନ

ଶହ ଶହ ରୋଗୀ ବସିବା ପାଇଁ କିଏ ଗଛମୂଳ ତ ଆଉ କିଏ କାନ୍ଥ ବାଡ଼ରେ ଆଶ୍ରା ନେଇଛନ୍ତି। More

ଆଗରୁ ହଜିଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି, ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲ ଗାଏବ

ଆଇନ ବିଭାଗ ହେପାଜତରୁ ହଜିଲା ୨ଟି ଫାଇଲ । ଉଦବେଗ ପ୍ରକାଶ କଲା ଶ୍ରୀମନ୍ଦିର ଛତିଶା ନିଯୋଗ । ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ନିଶାନା । ଫାଇଲ୍ ହଜିନାହିଁ, କେଉଁଠି ରହିଯାଇଛି କହିଲେ ଆଇନ ମନ୍ତ୍ରୀ । More

ମହାନଦୀ ଜଳ ବିବାଦ: ଗ୍ରାଉଣ୍ଡ ଜିରୋରେ ଟ୍ରିବ୍ୟୁନାଲ ଟିମ୍, ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲେ କେନ୍ଦ୍ରମନ୍ତ୍ରୀ

ମହାନଦୀ ଉତ୍ପତ୍ତିସ୍ଥଳରେ ଟ୍ରିବ୍ୟୁନାଲ ଟିମ୍ । ଛତିଶଗଡ଼ର ୩ଟି ସ୍ଥାନ ବୁଲି ଦେଖିଥିବା ସୂଚନା । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ତେଜିଲା ରାଜନୀତି । ଅନୁମତି ମିଳିଲେ ଆହୁରି ଡ୍ୟାମ୍ ନିର୍ମାଣ ହେବ କହିଲେ ଭୂପେଶ । More

୧୪ ଜିଲ୍ଲାରେ ଚକ-ଅଖ ସବୁ ଠପ୍ ! ତୁଷ୍ଟୀକରଣ ନୀତି ଛାଡ଼ନ୍ତୁ ରାଜ୍ୟ ସରକାର କହିଲା ବିଜେପି

VHPର ବନ୍ଦ ଡାକରା: ୧୪ ଜିଲ୍ଲାରେ ପ୍ରଭାବ । ସମ୍ବଲପୁର ହିଂସା ପ୍ରତିବାଦରେ ବନ୍ଦ ଡାକରା । ବିଜେଡିର ଜବାବ 'ଅହିଂସା ଆମ ମନ୍ତ୍ର' । More