• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁରୀ ଆସିଥିଲା ଗୁଡ୍ଡୁ ମୁସଲିମ୍ । ପ୍ରୟାଗରାଜର ଦୁର୍ଦ୍ଦାନ୍ତ ଅପରାଧୀ ତଥା ମାଫିଆ ଡନ୍ ଆତିକ୍ ଅହମ୍ମଦର ଡାହାଣ ହାତ ଗୁଡ୍ଡୁ ମୁସଲିମ୍ ପୁରୀ ଆସିଥିଲା । ଜାତୀୟ ଗଣମାଧ୍ୟମରେ ଏ ଖବର ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ବହୁଚର୍ଚ୍ଚିତ ଓକିଲ ଉମେଶ ପାଲ୍ ହତ୍ୟା ମାମଲାରେ ଅଣ୍ଡରଗ୍ରାଉଣ୍ଡ ଥିବା ଗୁଡ୍ଡୁର ଲାଷ୍ଟ ଲୋକେସନ ମିଳିଥିଲା ପୁରୀରେ । କିନ୍ତୁ ଉତ୍ତରପ୍ରଦେଶ ପୋଲିସ STF ଆସି ପୁରୀରେ ପହଞ୍ଚିଲାବେଳକୁ ଗୁଡ୍ଡୁ ଖସିଯାଇଥିବା କୁହାଯାଉଛି । ତେବେ ସେ କାହା ଲିଙ୍କରେ ପୁରୀ ଆସିଲା, କେଉଁଠି ରହିଥିଲା, ତାକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଛି ।

ଓଡ଼ିଶାରେ ଲୁଚିଥିଲା କି ଉତ୍ତରପ୍ରଦେଶ ପ୍ରୟାଗରାଜର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍ ? ୟୁପି ପୋଲିସର ଗିରଫଦାରୀ କିମ୍ବା ଏନକାଉଣ୍ଟର ଭୟରେ ପୁରୀରେ ହୋଇଥିଲା କି ଅଣ୍ଡରଗ୍ରାଉଣ୍ଡ ? ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ, ପ୍ରୟାଗରାଜର ବହୁଚର୍ଚ୍ଚିତ ଉମେଶ ପାଲ ହତ୍ୟା ମାମଲାରେ ଫେରାର ଗୁଡ୍ଡୁ ମୁସଲିମର ଲାଷ୍ଟ ଲୋକେସନ୍ ମିଳିଛି ପୁରୀରେ ।

ଅଧିକ ପଢ଼ନ୍ତୁ: ଗୁଡ୍ଡୁ ମୁସଲିମ୍ କିଏ ? ମୃତ୍ୟୁର ଠିକ୍‌ ପୂର୍ବରୁ ଯାହାର ନାମ ନେଇଥିଲା ଅତିକ୍

ଉମେଶ ପାଲ୍ ହତ୍ୟାକାଣ୍ଡର ଜଣଙ୍କ ପରେ ଜଣେ ଅଭିଯୁକ୍ତ ୟୁପି ପୋଲିସର ଏନକାଉଣ୍ଟର ଭୟରେ ଗୋଟିଏ ପରେ ଗୋଟିଏ ରାଜ୍ୟର ସୀମାଡେଇଁ ଚକମା ଦେଉଛନ୍ତି, ଯେମିତି ଗୁଡ୍ଡୁ । ଆଉ ଶେଷ ଥର ପାଇଁ ଗୁଡ୍ଡୁର ଲୋକେସନ୍ ଥିଲା ପୁରୀ । କିନ୍ତୁ ଏସଟିଏଫ୍ ଟିମ୍ ପୁରୀରେ ପହଞ୍ଚିଲାବେଳକୁ ଗୁଡ୍ଡୁ ମୁସଲିମ୍ ଖସିଯାଇଥିବା ଜାତୀୟ ମିଡିଆରେ ଚର୍ଚ୍ଚା ହେଉଛି । ପୁରୀ କୁ ଆସିବା ପୂର୍ବରୁ ଲାଷ୍ଟ ଲୋକେସନ ଥିଲା କର୍ଣ୍ଣାଟକ । ତେବେ ନିହତ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ସହଯୋଗୀ ଗୁଡ୍ଡୁ ପୁରୀ କାହା ଲିଙ୍କରେ ଆସିଥିଲା ? ପୁରୀରେ ତା ଚିହ୍ନା ପରିଚୟ କିଏ ? ଓଡ଼ିଶାକୁ ସୁରକ୍ଷିତ ସ୍ଥାନ ବୋଲି ଖସିଆସିଥିଲା କି ଗୁଡ୍ଡୁ ମୁସିଲିମ୍ ? ଏଭଳି ଚର୍ଚ୍ଚା ଭିତରେ ପୁରୀ ଏସ.ପି କହିଛନ୍ତି, ସେଭଳି କୌଣସି ସୂଚନା ଆମ ପାଖରେ ନାହିଁ।

୫୦ ବର୍ଷିୟ ଗୁଡ୍ଡୁ ମୁସଲିମ୍ । ୧୯୯୬ରେ ଜଣେ ଠିକାଦାର ଓ ୧୯୯୭ରେ ଜଣେ କ୍ରୀଡ଼ା ଶିକ୍ଷକଙ୍କୁ ବୀଭତ୍ସ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲା । ଟେଣ୍ଡର ମାଫିଆ ଓ ଅଣ୍ଡରୱାର୍ଲଡ ଡନଙ୍କ ପାଇଁ କାମ କରୁଥିଲା ଗୁଡ୍ଡୁ । ଡନରୁ ନେତା ବନି ଶେଷରେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ଅତିକ୍ ଗ୍ୟାଙ୍ଗରେ ଗତ ୧୦ ବର୍ଷ ହେଲା ସାମିଲ ହୋଇଥିଲା ସେ । ବୋମା ତିଆରି ଓ ଫୋପାଡ଼ିବାରେ ମାଷ୍ଟ୍ରି ଯୋଗୁଁ କୁଖ୍ୟାତ ବମ୍-ବାଜ୍ ଗୁଡ୍ଡୁର ପରିଚୟ ପାଇଥିଲା ।

ଉମେଶ ପାଲ୍ ହତ୍ୟାକାଣ୍ଡବେଳେ ବ୍ୟାଗରୁ ଗୋଟିକ ପରେ ଗୋଟିଏ ବୋମା କାଢ଼ି ଫିଙ୍ଗିଚାଲିଥିଲା ଏଣେତେଣେ । ଯାହାର ଚିତ୍ର ସିସିଟିଭିରେ କଏଦ୍ ହୋଇଛି । ହତ୍ୟାକାଣ୍ଡର ଠିକ୍ ପୂର୍ବରୁ ଅତିକ୍ ଓ ଅଶ୍ରଫ ମଧ୍ୟ ଗୁଡ୍ଡୁ ମୁସଲିମ ବିଷୟରେ କିଛି ଗୁରୁତ୍ବପୂର୍ଣ୍ଣ କଥା କହିବାକୁ ଚାହୁଁଥିଲେ । ତା‘ପୂର୍ବରୁ ପଏଣ୍ଟ ବ୍ଲାଙ୍କରୁ ବାଜିଥିଲା ଗୁଳି । ଆମ୍ବିଆନ୍ସ (ଡେଟ୍ ସହିତ) ଫେରାର୍ ଗୁଡ୍ଡୁର ମୁଣ୍ଡ ଉପରେ ୟୁପି ପୋଲିସ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖିବା ସହ ତାକୁ ଧରିବା ପାଇଁ ଜାରି ରହିଛି ସ୍ପେଶାଲ୍ ଅପରେସନ୍ ।

ଏପଟେ ଅତିକ୍ ଓ ଆଶ୍ରଫ୍ ଗୁଳିକାଣ୍ଡ ମାମଲାରେ ୩ ଅପରାଧୀଙ୍କୁ ଧରି ତନାଘନା ଚଳାଇଛି ୟୁପି ପୋଲିସ । ନିହତ ପୂର୍ବରୁ ଅତିକ୍ ଓ ଆଶ୍ରଫ୍ ଯେମିତି ବେଶଭୂଷାରେ ଥିଲେ ସେମିତି ବେଶରେ ଦୁଇ ବ୍ୟକ୍ତିଙ୍କୁ ଘଟଣାସ୍ଥଳକୁ ଆଣି ପୋଲିସ କ୍ରାଇମସିନ୍ ରିକ୍ରିଏସନ୍ କରିଛି । ସାମ୍ବାଦିକର ପରିଚୟ ଦେଇ କେମିତି ୩ ହତ୍ୟାକାରୀ ପ୍ରଥମେ ଅତୀକ ଓ ପରେ ଆଶ୍ରଫକୁ ପଏଣ୍ଟ ବ୍ଲାଙ୍କରେ ଫାୟାରିଂ କଲେ ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ଉପସ୍ଥିତିରେ କ୍ରାଇମ ସିନ ରିକ୍ରିଏସନ କରାଇଛି ପୋଲିସ ।