/odishatv-khabar/media/post_attachments/uploadimage/library/16_9/16_9_0/Pushpa_2_1681924970.jpg)
Pushpa 2
ସ୍ବାଭିମାନ ଅଞ୍ଚଳରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଆରମ୍ଭ ହେଲା 'ପୁଷ୍ପା-2' ର ସୁଟିଂ। ମାଲକାନଗିରି ର ଘଂଚ ଜଙ୍ଗଲରେ ଚାଲିବ ପୁଷ୍ପାରାଜ। ରୁଲ୍ କରିବ ପୁଷ୍ପା।ଶୁଭିବ ଦମଦାର ଡାଏଲଗ୍ ଝୁକେଗା ନହିଁ। ଘନ ଜଙ୍ଗଲ ଭିତରେ ସୁଟିଂ ପାଇଁ ତିଆରି ହୋଇଛି ସେଟ୍। ପାଖରେ ତରାବୁ ଜଳପ୍ରପାତ ଆଉ ବାଉଁଶ ଘର। ପୁରାପୁରି ଜଙ୍ଗଲି ସେଟପ୍। ମାଲକାନଗିରି ସ୍ୱାଭିମାନ ଅଂଚଳର ପାଦଦେଶ ତଥା ଆନ୍ଧ୍ରପ୍ରଦେଶ ସୀମାକୁ ଲାଗିଥିବା ତରାବୁରେ ଆରମ୍ଭ ହୋଇଛି ପାନ୍ ଇଣ୍ଡିଆ ଫିଲ୍ମ ପୁଷ୍ପା-୨ର ସୁଟିଂ।
ଲିଡ୍ ଆକ୍ଟର ଅଲ୍ଲୁ ଅର୍ଜୁନଙ୍କ ସହ ପହଁଚିଛନ୍ତି ଫିଲ୍ମର ପୁରା ଟିମ୍। ଦୁଇ ଦିନ ହେଲା ପ୍ରଡକ୍ସନ ଟିମ୍ ସୁଟିଂ ଜାରି ରଖିଥିବା ବେଳେ ହାଫ୍ ପ୍ୟାଣ୍ଟ ଓ କଳା ଟିସାର୍ଟରେ ଅଲ୍ଲୁଙ୍କ ଫଟୋ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି। ଗତଥରର ଫଟୋ.. ଫିଲ୍ମ ନିର୍ମାଣ ସଂସ୍ଥାର ଏକ ଟିମ୍ ପୂର୍ବରୁ ଡେରା ପକାଇଥିଲେ ମାଲକାନଗିରିରେ। ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ସ୍ବାଭିମାନ ଅଂଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡାରେ ନିର୍ମିତ ପୋଲ ନିକଟରେ ସୁଟିଂ କରିବାକୁ ଯୋଜନା ହୋଇଛି। ଏନେଇ ଜିଲ୍ଲାପାଳ ଓ ଏସପିଙ୍କ ଅନୁମତି ମଧ୍ୟ ନେଇଛନ୍ତି ପ୍ରଡକ୍ସନ ଟିମ୍। ଆସନ୍ତା ମାସରୁ ଏଠାରେ ଫିଲ୍ମର ଏକାଧିକ ସିନର ସୁଟିଂ କରାଯିବ।
ନକ୍ସଲ ଦମନ ପରେ ସାରା ବିଶ୍ୱ ଦେଖିବ ସ୍ବାଭିମାନ ଅଂଚଳର ସୌନ୍ଦର୍ଯ୍ୟ। ମାଲକାନଗିରି ଜଙ୍ଗଲ ଦେଖିବାକୁ ପୁଷ୍ପା ପାର୍ଟ ୱାନ୍ ସୁଟିଂ ହୋଇଥିବା ଆନ୍ଧ୍ରର ମେର୍ଦ୍ଦୁମଲି ଜଙ୍ଗଲ ଭଳି। ତେଣୁ ଏହି ଲୋକେସନକୁ ବାଛିଛି ଫିଲ୍ମ ନିର୍ମାଣକାରୀ ସଂସ୍ଥା। ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନରେ ରିଲିଜ୍ ହୋଇସାରିଛି ପୁଷ୍ପା-୨ର ଟିଜର।
ଯେଉଁଥିରେ ସସପେନ୍ସ ଓ ଆକ୍ସନ ସମେତ ଅଲ୍ଲୁଙ୍କ ଜବରଦସ୍ତ ଡାଏଲଗ୍ ନଜର ଆସିଛି। ପୁଷ୍ପା-୨ ପାଇଁ ଦର୍ଶକଙ୍କ କ୍ରେଜ୍ କାହିଁରେ କଣ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)