ସଂକ୍ଷେପରେ ଆଜିର ତାଜା ଖବର - Thursday, 26 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କଳା-ସଂସ୍କୃତି-ସାହିତ୍ୟ-କୃଷି କ୍ଷେତ୍ର ଲାଗି, ୪ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର; ଜାରନ୍ତୁ କିଏ..?

ପ୍ରାୟ ୫୦୦ରୁ ଅଧିକ ଗୀତ ପାଇଁ କଣ୍ଠ ଦାନ କରିଥିବା କ୍ରୀଷ୍ଣାଙ୍କୁ ୬୫ ବର୍ଷ ବୟସରେ ଏ ସମ୍ମାନଜନକ ପୁରସ୍କାର ମିଳିବାକୁ ଯାଉଛି । More

ଓଡ଼ିଆ ଭାଷାରେ JEE-NEET ! ମିଳୁନି ଷ୍ଟଡି ମାଟେରିଆଲ୍, ଚିନ୍ତାରେ ପରୀକ୍ଷାର୍ଥୀ-ଶିକ୍ଷାବିତ୍

ଓଡ଼ିଆରେ ପ୍ରସ୍ତୁତ ହେଉଛି +୨ ଦ୍ୱିତୀୟ ବର୍ଷ ବିଜ୍ଞାନ ବହି । More

ବ୍ଲାକମେଲିଂ କରୁଥିବାରୁ ସାଙ୍ଗକୁ ମାରିଲା ସାଙ୍ଗ ! ଅପହରଣ ପରେ କଲା ହତ୍ୟା...

୫ ଲକ୍ଷର ମୁଣ୍ଡ ଜାମିନ୍ ଥିଲା ମିଛ ନାଟକ । More

ଯୋଗ୍ୟଙ୍କୁ ମିଳୁନି ଆବାସ ! ସରପଞ୍ଚଙ୍କ ଗ୍ରାମସଭା ବର୍ଜନ, ଆଲୋଚନା ପରେ କଟିଲା ଅଯୋଗ୍ୟଙ୍କ ନାଁ

ଆବାସ୍ ଲିଷ୍ଟ ତ୍ରୁଟିକୁ ନେଇ ରାଜ୍ୟବ୍ୟାପୀ ଗ୍ରାମସଭାରେ ଝଡ଼ । ସାରା ବଲାଙ୍ଗିର ଜିଲ୍ଲାରେ ବର୍ଜନ ହେଲା ଗ୍ରାମସଭା  । More

କର୍ତ୍ତବ୍ୟପଥରୁ ବିଶ୍ୱ ଦେଖିଲା ସର୍ବବୃହତ ଗଣତନ୍ତ୍ରର ଗାରିମା, ଫୋକସ୍‌ରେ ନାରୀଶକ୍ତି-ଆତ୍ମନିର୍ଭର ଭାରତ

ଶକ୍ତି ଓ ଶୌର୍ଯ୍ୟର ନୂଆ ଇତିହାସ ଦେଖିଲା ୭୪ତମ ଗଣତନ୍ତ୍ର ଦିବସ । ଓଡ଼ିଆ ମହାମହିମଙ୍କ ଆଗରେ ଜଲଓ୍ୱା ଦେଖାଇଲେ ବହୁ ଓଡ଼ିଆ ପ୍ରତିଭା । More

ସରସ୍ୱତୀ ପୂଜାରେ ହାଇ ଡ୍ରାମା ! ସ୍କୁଲ ଭିତରେ ପଶି ମୂର୍ତ୍ତି ଭାଙ୍ଗିଲେ ଦୁଇ ଭଉଣୀ

ଦୁଇ ଭଉଣୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି କଙ୍କଡାହାଡ଼ ପୋଲିସ । More

ଆବାସକୁ ନେଇ ଗାଁ ଗାଁରେ କୁହୁଳୁଛି ଅସନ୍ତୋଷ, ପଞ୍ଚାୟତ ଅଫିସ୍‌ରେ ତାଲା ପକାଇଲେ ଗାଁ ଲୋକ

ପୋଲିସ ଆସି ବୁଝାସୁଝା କରିବା ପରେ ଉତ୍ତେଜନା ହ୍ରାସ । ଅନୁଗୁଳ ବଅଁରପାଳ ବ୍ଲକ ସାନ୍ତରାପୁର ପଂଚାୟତର ଘଟଣା । More

ଆଜିଠାରୁ ଷ୍ଟ୍ରିମିଙ୍ଗ୍‌ ହେବ ପାଟ୍ରିଓଟିକ୍ ଥ୍ରୀଲର୍‌ ଫିଲ୍ମ ରକ୍ତତୀର୍ଥ

ଦର୍ଶକଙ୍କ ଅପେକ୍ଷାର ଅନ୍ତ ହେବ। ଆଜିଠାରୁ ‘ତରଙ୍ଗ ପ୍ଲସ୍‌’ରେ ଷ୍ଟ୍ରିମିଙ୍ଗ୍‌ ହେବ ‘ରକ୍ତତୀର୍ଥ’। ଲୋକେ ଓଡିଆରେ ପାଟ୍ରିଓଟିକ୍ ଥ୍ରୀଲର୍‌ର ଅନୁଭବ ନେବେ। ପ୍ରତ୍ୟେକ ଅଭିନେତାଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବ। More

ସାଧାରଣତନ୍ତ୍ର ଦିବସରେ ୩ ମାଓବାଦୀଙ୍କ ଆତ୍ମ ସମର୍ପଣ

ଗୋଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡାଙ୍କ ନିକଟରେ ଆତ୍ମସମର୍ପଣ । ବହୁ ପରିମାଣର ମାଓ ସାମଗ୍ରୀ ଜବତ କଲା ସୁରକ୍ଷାକର୍ମୀ । More

ବାରାଣସୀରୁ ୨୧ ଓଡ଼ିଆ ଦାଦନ ଉଦ୍ଧାର, ସେଥିରେ ୧୧ ନାବାଳକ 

ଘର ରାୟଗଡ଼ାକୁ ପଠାଇବାର ବ୍ୟବସ୍ଥା ହେଉଛି । କାମର ଲୋଭ ଦେଖାଇ ଏମାନଙ୍କୁ ନିଆଯାଇଥିଲା ବାରାଣସୀ  । More

କର୍ମକ୍ଷେତ୍ରରେ ଉଲ୍ଲେଖନୟ ସଫଳତା ପାଇଁ ରାଜ୍ୟର ୩୪ ପୋଲିସ ସମ୍ମାନିତ

୭ଟି କାଟାଗୋରୀରେ ୨୦ ଜଣଙ୍କୁ ରାଜ୍ୟପାଳ ମେଡାଲ ମଧ୍ୟ ପ୍ରଦାନ । More

ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ। ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ ମହାତ୍ମା ଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି।  More

ପତାକା ଉତ୍ତୋଳନ ପାଇଁ ଅଫିସ୍‌ ଯାଉଥିଲେ, ପିଟି ଦେଲା ଗାଡ଼ି

ସିରିଜ୍‌ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଇଁଲାପାଲି ପିଇଓ ଗୋବିନ୍ଦ ସାହୁ ଅଛନ୍ତି। More

ବିଜେପି କରୁଥିଲା ଅଣଦେଖା ! ଏବେ BRSରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ...

ନବୀନଙ୍କୁ ଅଲ୍ ପାର୍ଟି ପ୍ରେସିଡେଣ୍ଟ କହି ବର୍ଷିଲେ ଶିଶିର ଗମାଙ୍ଗୋ । More

ସରୁଛି ସୁରେଶଙ୍କ କାର୍ଯ୍ୟକାଳ, ପୁଣି ଏକ୍ସଟେନ୍‌ସନ୍‌ ହେଲେ ବ୍ୟୁରୋକ୍ରାସିରେ ବଢ଼ିବ ଅସନ୍ତୋଷ..

ରେସ୍‌ରେ ପ୍ରଦୀପ ଜେନା, ପ୍ରଦୀପ୍ତ ମହାପାତ୍ର, ତୁହିନକାନ୍ତ ଓ ରାଜେଶ ବର୍ମା  । More

କର୍ତ୍ତବ୍ୟପଥରେ ଓଡ଼ିଆଙ୍କ କମାଲ, ସୋନାଲି ନେଉଛନ୍ତି ନେତୃତ୍ୱ...

ଲୋକନୃତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ସେମାନଙ୍କୁ ଏକାଠି କରି ଝୁମର୍ ଶିଖାଇଛନ୍ତି ଅନୁଗୁଳର ବିଶ୍ୱପୂଜ୍ୟା । More

ଦୁଃଖର ପାହାଡ଼ ତଳେ ସିନେ ଅଭିନେତା ମିହିର ଦାସଙ୍କ ପରିବାର...

ରାତି ପ୍ରାୟ ୧୨ଟା ୩ ମିଟିନରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । More

ମଣ୍ଡିରୁ ଉଠୁନି ଧାନ, ସରିବାକୁ ବସିଲାଣି ସମୟ... କ’ଣ କରିବେ ଚାଷୀ..?

ଅସନ୍ତୁଷ୍ଟ ଚାଷୀ, ବୀରମହାରାଜପୁର-ଆମରପାଲି ରାସ୍ତାର ପଥରଘାଟ ଛକରେ ଧାନବସ୍ତା ରଖି ଦୀର୍ଘ ସମୟ ରାସ୍ତା ଅବରୋଧ କରିଥିଲେ । More