/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674745017.jpg)
Saraswati Puja
ସରସ୍ୱତୀ ପୂଜାରେ ହାଇ ଡ୍ରାମା । ସ୍କୁଲ ଭିତରେ ପଶି ଦୁଇ ଭଉଣୀଙ୍କ ହାଇଡ୍ରାମା । ସରସ୍ୱତୀଙ୍କ ମୂର୍ତ୍ତି କଚାଡ଼ି ଭାଙ୍ଗିଲେ । ସ୍କୁଲ ଭିତରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କଲେ । ହୋ-ହଲ୍ଲା କରିବା ସହ ବିଶୃଙ୍ଖଳା ବି କଲେ ।
ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ସ୍ଥିତ ପୁନଃର୍ବସତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସରସ୍ୱତୀ ପୂଜା ଚାଲିଥିବା ବେଳେ ଦୁଇ ଯୁବତୀ ସ୍କୁଲ ଭିତରେ ପଶି ବିଦ୍ୟାଦାତ୍ରୀ ମାଆ ସରସ୍ୱତୀଙ୍କୁ କଚାଡି ଭାଙ୍ଗିଛନ୍ତି । ସେମାନେ ହେଳେ ଦୁଇ ଭଉଣୀ ଉର୍ମିଳା ସାହୁ ଓ ପ୍ରମିଳା ସାହୁ । ଖାଲି ସେତିକି ନୁହେଁ ଏଥିସହିତ ବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିକୁ ଭାଙ୍ଗିବା ସହ ବିଦ୍ୟାଳୟର ନାଁକୁ ମଧ୍ୟ ଲିଭାଇ ଦେଲେ । ଉଭୟଙ୍କ ଘର କଣ୍ଟାପାଳ ୨ନଂ କଲୋନୀର ହୋଇଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଅଛି ଏମିତି ଜାଗା, ଯେଉଁଠି ସବୁଦିନ ହୁଏ ସରସ୍ୱତୀ ପୂଜା
ଗତ ୨୧ ତାରିଖ ଦିନ ସ୍କୁଲ ଭିତରେ ପଶି ହଙ୍ଗମା କରିଥିଲେ । ଆଜି ବିଦ୍ୟାଳୟରେ ପଶି ନାରଖାର କରିଥିବା ଦେଖିବାକୁ ମିଳିଛି । ତେବେ ବାପା ଟାଙ୍ଗୁରୁ ସାହୁ ନାଆଁରେ ବିଦ୍ୟାଳୟ ଜାଗାଟି ରହିଥିବା ନେଇ ଦୁଇ ଭଉଣୀ ଦାବି କରିଛନ୍ତି । ଯାହାକୁ ନେଇ ଦୁଇ ଭଉଣୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି କଙ୍କଡାହାଡ଼ ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)