• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟର ୩୪ ପୋଲିସ ସମ୍ମାନିତ । କର୍ମକ୍ଷେତ୍ରରେ ଉଲ୍ଲେଖନୟ ସଫଳତା ପାଇଁ ରାଜ୍ୟ ର ୩୪ ଜଣ ପୋଲିସଙ୍କୁ ସମ୍ମାନିତ କରାଯାଇଛି । ଚନ୍ଦକା SOGର ୨ ଜଣ କମାଣ୍ଡୋଙ୍କୁ ସାହାସିକତା ପୁରସ୍କାର ଦେଲେ ସରକାର । SOG କମାଣ୍ଡୋ କୁମାର କର୍ମି ଓ ପୀତବାସ ପାଣ୍ଡେଙ୍କୁ ପୁରସ୍କୃତ କରାଯାଇଛି । ଟ୍ୱିନ୍‌ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ଦେଇ ସମ୍ମାନିତ କରାଯାଇଛି । ଅନ୍ୟପଟେ ସିକ୍ୟୁରିଟି ୱିଙ୍ଗ ଏସ୍‌ପି ସରୋଜ ମହାପାତ୍ରଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ମଧ୍ୟ ଦିଆଯାଇଛି । ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣ ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି । ୭ଟି କାଟାଗୋରୀରେ ୨୦ ଜଣଙ୍କୁ ରାଜ୍ୟପାଳ ମେଡାଲ ମଧ୍ୟ ପ୍ରଦାନ।

ଅଧିକ ପଢ଼ନ୍ତୁ: ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ୍‌ ମେଡାଲ, ୧୧ ଜଣ ପାଇବେ ପୋଲିସ୍‌ ମେଡାଲ