• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଦ୍ମ ଦଳକୁ ଗମାଙ୍ଗ ବାପ-ପୁଅଙ୍କ ବାଏ ବାଏ । ବିଜେପି ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଉଭୟେ ଘୋଷଣା କରିଛନ୍ତି । ଅଭିଯୋଗ କରିଛନ୍ତି, ବିଜେପି ସେମାନଙ୍କୁ ଅପମାନିତ କରୁଥିଲା । ଦଳରେ ତାଙ୍କୁ ଦେଖି, ନଦେଖିଲା ଭଳି ବ୍ୟବହାର କରାଯାଉଥିଲା । ଏଥିପାଇଁ ଡାକିଥିବା ସାମ୍ବାଦିକ ସମ୍ମିଳନୀରେ ଶିଶିର ଗମାଙ୍ଗଙ୍କ ଟାର୍ଗେଟ୍‌ରେ ଥିଲେ ବିଜେପି ନେତା ।

କଂଗ୍ରେସ୍ ଛାଡ଼ି ବିଜେପିରେ ଯୋଗ ଦେବା ସମୟରେ କୋରାପୁଟ ଲୋକସଭା ଆସନରୁ ଲଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଟିକଟ୍ ଦେଇଥିଲେ । ଦକ୍ଷିଣ ଓଡ଼ିଶାରେ ବିଜେପିର ସଙ୍ଗଠନ ଠିକ୍ ନଥିବା ଅଭିଯୋଗ କରିଛନ୍ତି ଶିଶିର । ଦକ୍ଷଣି ଓଡ଼ିଶା ର ଜଣେ ନେତା, ଯିଏ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖ ଲୋକ, ସେ ହିଁ ସବୁ ବେଳେ ବାଧା ସୃଷ୍ଟି କରୁଥିଲେ କହି ପରୋକ୍ଷରେ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କୁ ଟାର୍ଗେଟ କରିଥିଲେ ।

ସେହିଭଳି ଜୟରାମ ପାଙ୍ଗି ମଧ୍ୟ ବିଜେପିରେ ଥିବାବେଳେ ସେମାନଙ୍କୁ ହଇରାଣ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ଶିଶିର । ଏହାବାଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଲ୍‌ପାର୍ଟି ଲିଡର୍ ବୋଲି କହି ତାତ୍ସଲ୍ୟ କରିବା ସହିତ ରାଜ୍ୟରେ ବିରୋଧୀ ଦଳ ନାହାନ୍ତି ବୋଲି ଆରୋପ ଲଗାଇଛନ୍ତି । ଆଗକୁ ସେମାନେ କେସିଆରଙ୍କ ଭାରତ ରାଷ୍ଟ୍ର ସମିତି ବା BRSରେ ଯୋଗ ଦେବେ ବୋଲି ସ୍ପଷ୍ଟ କରିଛନ୍ତି । 

ଗମାଙ୍ଗ ବାପ-ପୁଅଙ୍କ ଅଭିଯୋଗ ନେଇ ଭୃଗୁ କିମ୍ବା ଜୟରାମ ପାଙ୍ଗୀଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ବିଜେପି କହିଛି ଉଭୟଙ୍କୁ ଦଳରେ ଭରପୁର ସୁଯୋଗ ଦିଆଯାଇଛି । ନିଜ ପୁଅ ଶିଶିରଙ୍କ ସ୍ୱପ୍ନ ସାକାର କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ସେମାନେ ବିଜେପି ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ । ଦଳ ଛାଡିବା ପାଇଁ ଏହା କେବଳ ଏକ ବାହାନା ବୋଲି ଦଳୀୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି । ସେପଟେ ବିଜେଡି କହିଛି, ସେମାନେ ବିଜେପି ଛାଡି BRSରେ ଯୋଗଦେଲେ କିଛି ଫରକ୍ ପଡ଼ିବନି ।

ଉଧଖ ଆଗକୁ ଓଡ଼ିଶାରେ ନିଜ ଦଳର ସଂପ୍ରସାରଣ ପାଇଁ ଲକ୍ଷ୍ୟ ରଖିଛି । ଗିରିଧର ଗମାଙ୍ଗ, ଶିଶରି ଗମାଙ୍ଗ, ଜୟରାଜ ପାଙ୍ଗୀଙ୍କ ସେମତେ ଅନ୍ୟ ଦଳର କିଛି ବରିଷ୍ଠ ନେତା ଓ ପୂର୍ବତନ ବିଧାୟକ BRSରେ ଯୋଗଦେବାର ସମ୍ଭାବନା ରହିଛି ।