/odishatv-khabar/media/post_attachments/uploadimage/library/16_9/16_9_0/s_1674708257.jpg)
Republic Day Celebration In Bhubaneswar
ରାଜଧାନୀ ଭୁବନେଶ୍ୱର ରେ ପାଳିତ ହୋଇଛି ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ। ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ ମହାତ୍ମା ଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଏଥରର ପରେଡର ନେତୃତ୍ୱ ନେଇଛନ୍ତି କେସିଙ୍ଗାର SDPO ୟସ ପ୍ରତାପ ଶ୍ରୀମାଲ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଆନ୍ଧ୍ର ପୋଲିସର ଏକ ଟ୍ରୁପ୍ ପରେଡରେ ସାମିଲ ହୋଇଥିଲା। ଏହାବ୍ୟତୀତ ବାଇକ୍ରେ ଡେୟାରଡେଭିଲ ଦୁଃସାହାସିକ କଳା ପ୍ରଦର୍ଶନ ସମେତ ଓଡିଶା ସରକାରଙ୍କର ପ୍ରମୁଖ ବିଭାଗର ୮ଟି ପ୍ରଜ୍ଞାପନ ମେଢ ଓ ସ୍କେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ କରାଯାଇଥିଲା। ରାଜ୍ୟର ଲୋକ କଳା, ପାରମ୍ପରିକ ବାଦ୍ୟ ମଧ୍ୟ ପ୍ରଦର୍ଶିତ ହୋଇଥିଲା।
ଅଧିକ ପଢ଼ନ୍ତୁ: ସମ୍ବିଧାନ କାର୍ଯ୍ୟକାରୀ ପାଇଁ ଜାନୁଆରୀ ୨୬କୁ କାହିଁକି ବଛାଗଲା
ସେପଟେ କଟକ ହାଇକୋର୍ଟ ପରିସରରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ପୋଲିସ ବ୍ୟାଣ୍ଡ୍ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସମେତ ବିଚାର ବିଭାଗୀୟ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)