• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାଲକାନଗିରିରେ ଆତ୍ମସମର୍ପଣ କଲେ ୩ ମାଓବାଦୀ । ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡାଙ୍କ ନିକଟରେ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ମଧ୍ୟ ଅଛନ୍ତି । ତିନି ଜଣ ପାର୍ଟି ମେମ୍ବର ଭାବରେ ମହୁପଦର ଅଞ୍ଚଳରେ କାର୍ଯ୍ୟ କରୁଥିଲେ । ଏମାନଙ୍କ ନାମରେ ଏକ ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏହି ତିନି ଜଣ ହେଲେ ମୋନାଜ ଓରଫ ମୋତି ମାଡ଼ି, ପାଣ୍ଡୁ କବସି ଓ ଆଇଟେ କର୍ତାମି ।

ଅଧିକ ପଢ଼ନ୍ତୁ: ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ, ବାଲୁକା କଳାରେ ‘I Love My India’ ଲେଖି ଶୁଭେଚ୍ଛା...

ତିନି ଜଣଙ୍କ ସହାୟତାରେ ମହୁପଦର ଅଞ୍ଚଳରୁ ଏସଓଜି ଓ ଡିଭିଏଫ ବାହିନୀ ମାଟିତଳୁ ବହୁ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ କରିଛି । ଏଥିରେ ୭ଟି ଟିଫିନ ବମ୍, ୫ଟି ବନ୍ଧୁକ, ଜୀବନ୍ତ ଗୁଳି ୫୦ରୁ ଅଧିକ, ବାରେଲ ଗ୍ରାନାଇଟ ଲଞ୍ଚର, ମାଓ ପୁସ୍ତିକା ପରି ୧୧୨ ପ୍ରକାର ମାଓ ସାମଗ୍ରୀ ଜବତ କରିଛି ।