• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଆ ଭାଷାରେ ବି ହେଉଛି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ଓ ନିଟ୍ । ହେଲେ ପିଲାଏ ପାଉନାହାନ୍ତି ଆବଶ୍ୟକ ମୁତାବକ ଷ୍ଟଡି ମାଟେରିଆଲ ।
ଯାହାକୁ ନେଇ ସିଧା ସଖଳ ଅସୁବିଧା ଭୋଗୁଛନ୍ତି ଉପାନ୍ତ ଓ ପଛୁଆ ଅଞ୍ଚଳର ଛାତ୍ରଛାତ୍ରୀ । ଗୋଟିଏ ପଟେ ଭାଷାଗତ ବିଭେଦତା ପାଇଁ କ୍ୟାରିୟର ବଳି ପଡୁଥିବା ବେଳେ ଡାକ୍ତରୀ ଓ ଇଞ୍ଜିନିୟରିଂ ଶିକ୍ଷାରୁ ବାଦ୍ ପଡୁଛନ୍ତି । ଯଦିଓ ଅନ୍ୟ ରାଜ୍ୟ ମାନଙ୍କରେ ଯୁକ୍ତ ଦୁଇ ସ୍ତରରୁ ପିଲାଙ୍କ ପାଇଁ ମାତୃଭାଷାରେ ଷ୍ଟଡି ମାଟେରିଆଲ୍ ମିଳୁଛି, ହେଲେ ଓଡ଼ିଶାରେ କିନ୍ତୁ ଏଯାଏଁ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିନି । ପିଲାଏ ଦଶମରେ ଓଡିଆ ମିଡିୟମ୍‌ରୁ ପାସ୍ କରି ବି ଯୁକ୍ତ ଦୁଇ ବିଜ୍ଞାନରେ ଇଂରାଜୀରେ ପଢୁଛନ୍ତି । ଯାହାକୁ ନେଇ ବଢିଛି ଅସନ୍ତୋଷ ।

ଛାତ୍ରଛାତ୍ରୀଙ୍କ ଏ ସମସ୍ୟାର ସମାଧାନ ଲାଗି ଏବେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଯୁକ୍ତ ଦୁଇ ବିଜ୍ଞାନ ପଢ଼ାବହି ଓଡ଼ିଆରେ ପ୍ରସ୍ତୁତ କରାଯାଉଛି । ବରିଷ୍ଠ ଶିକ୍ଷାବିତ୍‌ଙ୍କୁ ନେଇ ଯୁକ୍ତ ଦୁଇ ସିଲାବସ୍‌ର ପାଖାପାଖି ୫୦ ପ୍ରତିଶତ କାମ ଶେଷ ହୋଇଥିବାର ସୂଚନା ମିଳିଳାଣି । ଆଗାମୀ ଜୁନ୍ ସୁଦ୍ଧା ଏହା ପ୍ରିଣ୍ଟ ହୋଇ ବଜାରରେ ଉପଲବ୍ଧ ହେବ ବୋଲି ସଂସ୍ଥା କହିଛି । ପ୍ରଥମ ପର୍ଯ୍ୟାୟରେ କେବଳ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ବହି ଓଡିଆରେ ଅନୁବାଦ ହୋଇ ଆସିବାକୁ ଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମ ବର୍ଷ ଲାଗି ବି ପ୍ରସ୍ତୁତ କରାଯିବ ।

ପିଲାମାନେ ଯୁକ୍ତ ଦୁଇ ବିଜ୍ଞାନ ଓଡିଆରେ ପଢିଲେ ଯାଇ ଜେଇଇ ଓ ନିଟ୍ ପରୀକ୍ଷାରେ ଓଡିଆ ଭାଷାରେ ସହଜରେ ପରୀକ୍ଷା ଦେଇପାରିବେ ବୋଲି ଶିକ୍ଷାବିତ୍‌ଙ୍କ ମତ । ତେବେ ଆଉ କେତେକଙ୍କ ମତରେ ଉତ୍ତର ମୂଲ୍ୟାୟନ ବେଳେ ଓଡ଼ିଆ ଭାଷାର ଭାବାର୍ଥକୁ ନେଇ ପରୀକ୍ଷକଙ୍କ କ୍ଷେତ୍ରରେ ଅସୁବିଧା ଦେଖାଦେଇ ପାରେ ।

ଯୁକ୍ତ ଦୁଇ ବିଜ୍ଞାନରେ ପ୍ରତିବର୍ଷ ପ୍ରାୟ ୮୫ ହଜାର ପିଲା ରାଜ୍ୟ ବୋର୍ଡରେ ପରୀକ୍ଷା ଦିଅନ୍ତି । ଯାହାଙ୍କ ଭିତରୁ ପ୍ରାୟ ୬୦ ହଜାର ପିଲା ଓଡିଆ ମିଡିୟମରୁ ହିଁ ଆସିଥାନ୍ତି । ଯଦି ଆଗକୁ ପିଲାମାନେ ଓଡିଆ ଭାଷାରେ ସର୍ବଭାରତୀୟ ପରୀକ୍ଷା ପାଇଁ ଯୁକ୍ତ ଦୁଇ ସ୍ତରରୁ ପ୍ରସ୍ତୁତି ଆରମ୍ଭ କରନ୍ତି, ତାହାଲେ ସଫଳତା ହାର ବଢିବା ସମ୍ଭାବନା ଅଧିକ ।

 

(ରିପୋର୍ଟ- ଜଗଦୀଶ ଦାସ ଭୁବନେଶ୍ୱର)