ସଂକ୍ଷେପରେ ଆଜିର ତାଜା ଖବର - Thursday, 11 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଚିଠି ଲେଖିଲା ASI

୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା। More

ସୋସିଆଲ୍ ମିଡ଼ିଆରେ ଜାଲ ବିଛାଇଛନ୍ତି ମାୟାବିନୀ, ଲୋଭ ଦେଖାଇ ଲଗାଇଦେବେ ଚୁନା

ପ୍ରେମ ଆଉ ଦାମୀ ଉପହାର ଲୋଭରେ ପଡ଼ି ବିଭିନ୍ନ ସମୟରେ ପାଖାପାଖି ୩୦ ଲକ୍ଷ ଟଙ୍କା ପଠାଇଦେଲେ ସଂପୃକ୍ତ ବ୍ୟକ୍ତି। ହେଲେ ନା ସାମଗ୍ରୀ ଆସିଲା ନା ଟଙ୍କା। More

ଫିଟ୍‌ ରହିବା ପାଇଁ ବିଷ ଖାଉଛନ୍ତି ଆଜିକା ଯୁବକ !

ନିଜକୁ ଫିଟ୍ ରଖିବା ପାଇଁ ଆବଶ୍ୟକତାରୁ ଅଧିକ ଏକ୍ସରସାଇଜ୍ ବି ହାର୍ଟ ଆଟାକ୍‌ର ପ୍ରମୁଖ କାରଣ ପାଲଟୁଛି କିି? କାହିଁକି ନା କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ୍ ଜିମ୍‌ରେ ବ୍ୟାୟାମ କରିବା ସମୟରେ ହିଁ ହୃଦ୍‌ଘାତର ଶିକାର ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । More

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ କଡ଼ାବାଣୀ; ପ୍ରତିଶ୍ରୁତି ଦେଲେ ଦିଆଯିବ ବାକି ଘର..

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା! ଘର ଆବଣ୍ଟନରେ ନାହିଁ ସ୍ୱଚ୍ଛତା । ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଘର! ଆବାସ ଯୋଜାନକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ କଳି ଲାଗି ରହିଥିବାବେଳେ ଯୋଜାନର ଦୁର୍ନୀତି ନେଇ ଗୁମର ଖୋଲିଛନ୍ତିି ଖୋଦ୍ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ । More

ଆଗ୍ରେସିଭ୍ ମୁଡ୍‌ରେ ବିଜେପି, ଫୁଟବଲ ଫଣ୍ଡା ଦେଲେ ଜୟନାରାୟଣ

ବିଜେପି ଓଡ଼ିଶାକୁ ଅଧିକ ଫୋକସ୍ କରୁଛି। ସଙ୍ଗଠନକୁ ମଜଭୁତ କରିବା, ସରକାର ବିରୋଧୀ ହାଓ୍ୱା ବନାଇବା ଓ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ। More

ଆସୁଛି ଝଡ଼-ବର୍ଷା, ୬୫ କିମି ବେଗରେ ବହିବ ପବନ

ମହାନଦୀର ଉପର ଓ ତଳମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ଖୋଲିଛି। More

ଭୋକ ଏତେ ଯେ, ଶେଷରେ ଡଷ୍ଟବିନ୍‌ରୁ ପଚାସଢ଼ା ଖାଦ୍ୟ ଖାଇଲେ

ଦାରୁଣ ଦୃଶ୍ୟ...ଭୋକରେ ପେଟ ପୋଡିଯାଉଛି, କିଛି ଖାଇବାକୁ ମିଳୁନି। ଭୋକ ଏତେ ମାତ୍ରାରେ ହେଉଛି ଯେ, ରାସ୍ତାରେ ଥିବା ଡଷ୍ଟବିନରୁ ପଚା ଖାଦ୍ୟ ଖାଇଯାଉଛି ମଣିଷ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ More

ସର୍ତ୍ତ ମାନିଲେ ମିଳିବ PMAY

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)ରେ ବ୍ୟାପକ ଅନିୟମିତତା ହୋଇଛି। ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଓଡ଼ିଶାର ପଞ୍ଚାୟତିରାଜ ମନ୍ତ୍ରୀ ଅମାତଙ୍କ ଉପସ୍ଥିତିରେ ଆଜି ସେ ଏପରି କହିଛନ୍ତି। More

''ମୋ ଟେଣ୍ଟ ଭାଙ୍ଗିଦେଲେ, ଧମକ ଦେଇ ତଣ୍ଟି ଚିପିଦେଲେ''

ସ୍ତ୍ରୀର ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ଧାରଣାରେ ପ୍ରାୟ ୧୦ ଦିନ ହେଲା ବସି ରହିଛନ୍ତି ଦୀପିକା । More

‘ନୂଆ କୋଚ୍ ଷ୍ଟ୍ରାଟେଜି ତିଆରି କରିବେ, ସମୟ ଆସିଲେ ଗୋଲ୍ ଦେବୁ’

ଶେଷ ୧୫ ମିନିଟ ଲଢ଼େଇ ଜୋରଦାର ହୁଏ, ସେମିତି ହିଁ ହେବ More

ରାତିରେ ଘରକୁ ଫେରୁଥିଲେ, ହଠାତ୍‌ ଗାଏବ ହୋଇଗଲେ

ନିଜ କାମ ସାରି ବ୍ୟାଙ୍କରୁ ଘରକୁ ଫେରୁଥିବା କର୍ମଚାରୀ ହଠାତ୍‌ ମଝିରୁ ଗାଏବ ହୋଇଯାଇଛନ୍ତି। ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ତାଙ୍କ ପତ୍ତା ମିଳୁନି । More

ଖୋଲିଲା ହୀରାକୁଦ ଜଳଭଣ୍ତାରର ୫ଟି ଗେଟ୍‌

ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ଖୋଲିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ୫ଟି ଗେଟ୍ ଖୋଲାଯାଇଛି। More

ଲୋକଙ୍କୁ ନଦେଇ ମାଟି ତଳେ ପୋତି ଦେଲେ ଶହ ଶହ ଆଧାର କାର୍ଡ

ପୋଷ୍ଟ ମାଷ୍ଟର ଆଧାର କାର୍ଡ ଲୋକଙ୍କୁ ନ ଦେଇ କିଛି ଆଧାର କାର୍ଡକୁ ମାଟିରେ ପୋତି ଦେବା ସହ ଆଉ କିଛି ଆଧାର କାର୍ଡକୁ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।  More

ଆଜିଠୁ +୩ ନାମଲେଖା ଆରମ୍ଭ, ଅଗଷ୍ଟ ୩୧ରେ ବାହାରିବ ପ୍ରଥମ ମେରିଟ ଲିଷ୍ଟ

ଆଜିଠାରୁ +୩ ପାଇଁ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ସାମ୍ସ ଓଡ଼ିଶା ୱେବ୍‌ସାଇଟ୍‌-  www.samsodisha.gov.in କୁ ଯାଇ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।   More

ପୁଣି ଆସୁଛି ଲଘୁଚାପ ! ଏହି ୨ ଦିନ ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ପ୍ରଭାବରେ ରାଜ୍ୟରେ ଏବେ ବର୍ଷା ଲାଗି ରହିଛି। ୧୩ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ଓ କାଲି ପ୍ରବଳ ବର୍ଷା ହୋଇପାରେ More

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଏ ଏମିତିକା ସମ୍ପର୍କ ଯାହା ସବୁଠୁ ପବିତ୍ର, ଅତୁଟ ଓ ସୁରକ୍ଷିତ

ଭାଇ ସାନ ହେଉ ଅବା ବଡ଼ ସବୁ ବେଳେ ଭଉଣୀର ଅଳି ଅର୍ଦଳ ଶୁଣେ। ସବୁ ପରିସ୍ଥିତିରେ ଭଉଣୀ ପାଖେ ଛିଡ଼ା ହୁଏ। ା ଆଉ ଭଉଣୀ ବି...ଯେମିତି ମା’ ପରି, ଭାଇର ସବୁ କଥାକୁ ବୁଝେ। More

ଖାଡ଼ା ଉପାସରେ ବାବା ଲିଙ୍ଗରାଜ

ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ପରେ ଗତକାଲି ବାବା ଲିଙ୍ଗରାଜଙ୍କ କୌଣସି ବି ନୀତିକାନ୍ତି ହୋଇନି। ଫଳରେ ଗତକାଲି ବାବାଙ୍କ ଚତୁର୍ଦ୍ଦଶୀ ତିଥିରେ ଉଠି ପାରିନି ମହାଦୀପ।  More

ମଣିଷ ନା ରାକ୍ଷସ, ଦିବ୍ୟାଙ୍ଗଙ୍କୁ ପାଦ ଚଟାଇଲେ

ନିଶା ନିବାରଣ କେନ୍ଦ୍ରରେ ନିର୍ଯାତନା । ଦିବ୍ୟାଙ୍ଗ ଯୁବକଙ୍କୁ ପ୍ଲାଷ୍ଟିକ ପାଇପ୍‌ରେ ମାଡ । ଜୋର ଜବରଦସ୍ତ ପାଦ ଚଟାଇଲେ ମାଲିକ । More

ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତଙ୍କ ଜାମିନ ଆବେଦନ ଖାରଜ, ରହିବେ ଜେଲ୍‌ରେ

ବିଲ୍ଡର୍ ଶିଶିର ଦାସଙ୍କୁ ଜାମିନ ମିଳିଛି । ପାରାଦୀପ ପୋର୍ଟ ଲାଞ୍ଚ କାରବାରରେ ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ବିଚାର ବିଭାଗୀୟ ହାଜତରେ ରହିବେ । More

ଧୋକା ଦେଲା ବର୍ଷା, କେନାଲ ଦେଲାନି ପାଣି; ହିଡ଼ ମୁଣ୍ତରେ ବସି କାନ୍ଦୁଛି ଚାଷୀ

ବର୍ଷା ଦେଲା ଧୋକା। ଠିକ୍‌ ସମୟରେ ବର୍ଷା ହେଲାନି କି କେନାଲରେ ପାଣି ଆସିଲାନି। ଜମି ଫାଟି ଆଁ କଲାଣି। କେମିତି ଚାଷ କରିବ, କେମିତି ଋଣ ସୁଝିବ ସେଇ ଚିନ୍ତାରେ ଚାଷୀ। More

'ରେଞ୍ଜର ବାବୁ ହାତୀ ଆମ ଘର ଭାଙ୍ଗିଦେଲା, ମୁଁ ତୁମ ଅଫିସ୍‌ରେ ରହିବି'

ରାତି ଅଧରେ ଘର ଭାଙ୍ଗିଦେଲା ଦନ୍ତା। ଝୋ ଝୋ ବର୍ଷାରେ କୁଆଡେ ଯିବେ ପରିବାର? କିଛି ବୁଦ୍ଧିବାଟ ପାଇଲେନି...ସିଧା ରେଂଜରଙ୍କ କାର୍ଯ୍ୟାଳୟ ସାମ୍ନାରେ ବସିଲେ। କହିଲେ, ଆମକୁ ଘର ଦେବ ତ ଆମେ ଯିବୁ, ନହେଲେ ଏଇଠି ରହିବୁ। ସେପଟେ ପରିବାରକୁ ଦେଖି ଅଫିସ୍‌ରେ ତାଲା ପକାଇ ପଳାଇଲେ କର୍ମଚାରୀ। More

କନ୍ଦାଉଛି ଲଘୁଚାପ ବର୍ଷା, କେଉଁଠି ଭୂସ୍ଖଳନ ତ କେଉଁଠି ଭାସୁଛି ପୋଲ..

ଟିକିଏ ଛାଡୁଛି ତ ପୁଣି ଘଣ୍ଟାଏ କାଚୁଛି । ୪ଦିନ ହେଲା ଛାଡ଼ିବାର ନାଁ ନେଉନି ବର୍ଷା । ଦକ୍ଷିଣରୁ ପଶ୍ଚିମ ରାଜ୍ୟରେ କେଉଁଠି କେମିତି କୋପ ଦେଖାଇଛି ଅବିଶ୍ରାନ୍ତ ବର୍ଷା । More