• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଅଧିକ ଘର ଦେବାକୁ ଆଜି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗିରିରାଜ ସିଂହ କହିଛନ୍ତି ଯେ, ଓଡ଼ିଶାରେ ପିଏମ୍ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି । ଘର ତିଆରିରେ ସ୍ୱଚ୍ଛତା ରହିବା ଉଚିତ । ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ପତ୍ର ଲେଖିବା ପରେ ଆଉ ୮ ଲକ୍ଷ ଘର ପାଇଁ କେନ୍ଦ୍ର ଅନୁଦାନ ଦେବ ।

ସେପଟେ ପ୍ରଦୀପ ଅମାତ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଦୁର୍ନୀତି ହୋଇଛି । ଏହି ଘଟଣାରେ ୨୨ ଜଣଙ୍କୁ ରାଜ୍ୟ ନିଲମ୍ବନ କରିଥିବା ବେଳେ ୪୪ ଅଫିସରଙ୍କୁ ସସ୍‌ପେଣ୍ତ କରିଥିବା କହିଛନ୍ତି ପ୍ରଦୀପ ଅମାତ । ତା ସହିତ ୨୬୮ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ରାଜ୍ୟ ସରକାର ଦୁର୍ନୀତିକୁ ସହ୍ୟ କରନ୍ତି ନାହିଁ ଓ ଆଗାମୀ ଦିନରେ ସ୍ୱଚ୍ଛତା ବଜାୟ ରହିବ ବୋଲି ସେ କହିଛନ୍ତି । ପିଏମ୍ ଆବାସ ଯୋଜନା ପାଇଁ ଓଡ଼ିଶାକୁ ୭ ହଜାର କୋଟି ଟଙ୍କା ଦିଆଯାଇଥିବା ସୂଚନା ମିଳିଛି । ତେବେ ଘର ବଣ୍ଟନ ପାଇଁ କେନ୍ଦ୍ର ସରକାର କେତେକ ସର୍ତ୍ତ ରଖିଛନ୍ତି । ଅସଂପୂର୍ଣ୍ଣ ଘର ଯଥା ଶୀଘ୍ର ସଂପୂର୍ଣ୍ଣ କରିବାକୁ ପଡ଼ିବ । ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ । କେନ୍ଦ୍ର ସରକାରଙ୍କ ଲୋଗୋ ରହିବ ବୋଲି ମଧ୍ୟ କୁହାଯାଇଛି ।