Advertisment

ପୁଣି ଆସୁଛି ଲଘୁଚାପ ! ଏହି ୨ ଦିନ ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ପ୍ରଭାବରେ ରାଜ୍ୟରେ ଏବେ ବର୍ଷା ଲାଗି ରହିଛି। ୧୩ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ଓ କାଲି ପ୍ରବଳ ବର୍ଷା ହୋଇପାରେ

author-image
Rajalaxmi Sahoo
Met Dept forecasts another Low Pressure Area

Met Dept forecasts another Low Pressure Area

ପୁଣି ଆସୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ରାଜ୍ୟରେ ଆଗକୁ କେମିତି ରହିବ ପାଣିପାଗ ଓ ଏବେ କ’ଣ ରହିଛି ସ୍ଥିତି ଏନେଇ ସେ ପ୍ରତିକ୍ରିୟା ରଖିଛନ୍ତି।

Advertisment

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି, ‘ଲଘୁଚାପ ପ୍ରଭାବରେ ରାଜ୍ୟରେ ଏବେ ବର୍ଷା ଲାଗି ରହିଛି। ୧୩ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ଓ କାଲି ପ୍ରବଳ ବର୍ଷା ହୋଇପାରେ। ୧୩, ୧୪ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୪ରେ ବର୍ଷାର ପରିମାଣ ସର୍ବାଧିକ ରହିବ। ୩୦ ଜିଲ୍ଲାରେ ବର୍ଷିବ। ୧୫ ତାରିଖରେ ବର୍ଷାର ପରିମାଣ ସାମାନ୍ୟ କମିବ।’

ଗତକାଲି ଛତିଶଗଡ଼ର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଉପର ମୁଣ୍ଡରେ ବର୍ଷା ହୋଇଛି, ତଳ ମୁଣ୍ଡରେ ବି ବର୍ଷା ହେଉଛି। ଉପର ଏବଂ ତଳ ମୁଣ୍ଡରେ ବର୍ଷା ବନ୍ୟା ଆଶଙ୍କାକୁ ଦୃଢ଼ୀଭୂତ କରୁଛି। ଲଗାଣ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତ॥

Advertisment
Rain In Odisha Heavy Rainfall Alert Weather In Odisha
Advertisment
Advertisment