Advertisment

‘ନୂଆ କୋଚ୍ ଷ୍ଟ୍ରାଟେଜି ତିଆରି କରିବେ, ସମୟ ଆସିଲେ ଗୋଲ୍ ଦେବୁ’

ଶେଷ ୧୫ ମିନିଟ ଲଢ଼େଇ ଜୋରଦାର ହୁଏ, ସେମିତି ହିଁ ହେବ

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

ରାଜ୍ୟ ବିଜେପିର ନୂଆ ପ୍ରଭାରୀ ନେଇ ଫୁଟବଲ ଫଣ୍ଡା ଦେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, ସୁନୀଲ୍ ବଂଶଲ ଜଣେ ସୁସଂଗଠକ । ଉତ୍ତର ପ୍ରଦେଶର ଦୁଇଥର ସରକାର ଗଠନରେ ତାଙ୍କ ଅବଦାନ ରହିଛି । ଓଡ଼ିଶାରେ ସଂଗଠନକୁ ମାର୍ଗଦର୍ଶନରେ ତାଙ୍କର ବଡ ଭୂମିକା ରହିବ । ଆମେ ବୁଥସ୍ତରରୁ ସଂଗଠନ ମଜବୁତ କରିବୁ ।

Advertisment

ଫୁଟବଲର ୯୦ ମିନିଟ ଖେଳରେ ଗୋଟିଏ ଦଳ ସବୁବେଳେ ଆକ୍ରମଣାତ୍ମକ ଖେଳିବ ବୋଲି ମାନେ ନାହିଁ । ଶେଷ ୧୫ ମିନିଟ ଲଢେଇ ଜୋରଦାର ହୁଏ । ନୂଆ କୋଚ୍ ଷ୍ଟ୍ରାଟେଜି ତିଆରି କରିବେ, ସମୟ ଆସିଲେ ଆମେ ଗୋଲ ଦେବୁ ବୋଲି ଜୟନାରାୟଣ କହିଛନ୍ତି ।

ଗତକାଲି ଡି. ପୁରନ୍ଦେଶ୍ୱରୀଙ୍କ ବଦଳରେ ସୁନୀଲ ବଂଶଲଙ୍କୁ ଓଡ଼ିଶା ପାଇଁ ପ୍ରଭାରୀ ନିଯୁକ୍ତ କରିଥିଲା ଭାରତୀୟ ଜନତା ପାର୍ଟି । ଓଡ଼ିଶା ସହିତ ସେ ପଶ୍ଚିମବଙ୍ଗ ଓ ତେଲେଙ୍ଗାନାର ପ୍ରଭାରୀ ଦାୟିତ୍ୱ ମଧ୍ୟ ସମ୍ଭାଳିବେ ।

Advertisment

୨୦୧୪ ଲୋକସଭା ନିର୍ବାଚନରେ ସେ ୟୁପିର କୋ-ଇନ୍‌ଚାର୍ଜ ରହିଥିଲେ । ଏହି ସମୟରେ ବିଜେପି ଏଠାରେ ୮୦ଟି ସିଟ୍ ମଧ୍ୟରୁ ୭୩ଟି ସିଟ୍ ଜିତି ରେକର୍ଡ ସୃଷ୍ଟି କରିଥିଲା । ଯାହା ପରେ ତାଙ୍କୁ ୟୁପି ବିଜେପିର ଗୁରୁଦାୟିତ୍ୱ ଦିଆଯାଇଥିଲା । ଏହା ପରେ ସେ ୨୦୧୭-୧୯ ଏବଂ ୨୦୨୨ ଉତ୍ତରପ୍ରଦେଶର ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି ପାଇଁ ଭଲ କାମ କରି ଚର୍ଚ୍ଚାକୁ ଆସିଥିଲେ ।

Jayanarayan Mishra
Advertisment
Advertisment