Advertisment

ଆସୁଛି ଝଡ଼-ବର୍ଷା, ୬୫ କିମି ବେଗରେ ବହିବ ପବନ

ମହାନଦୀର ଉପର ଓ ତଳମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ଖୋଲିଛି।

author-image
Chandan Shishu
undefined

Heavy Rainfall

ଗୋଟେ ଲଘୁଚାପ ଛାଡ଼ିନି, ପୁଣି ଗୋଟେ ଦାନା ବାନ୍ଧୁଛି। ଆସନ୍ତା ୧୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଯାହାର ପ୍ରଭାବରେ ୧୩ ରାତି, ୧୪ ତାରିଖ ସାରା ଦିନ ରାଜ୍ୟରେ ପ୍ରବଳ ବର୍ଷା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ। IMDର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି ଅଧିକ ତଥ୍ୟ ରଖି ଜେନାମଣି କହିଛନ୍ତି ୧୪ରେ ପ୍ରଥମେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଭଳି ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାବେଳେ ୧୫ରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ। ଏମିତିକି ଏହି ସମୟରେ ଉପକୂଳ ଜିଲ୍ଲାରେ ୧୫୦ ମିଲିମିଟର ବର୍ଷା ବି ହୋଇପାରେ।

Advertisment

ତେବେ କଟକ ଓ ଭୁବନେଶ୍ୱରରେ ବି ପ୍ରବଳ ବର୍ଷିବା ନେଇ ଅନୁମାନ ଲଗାଇଛନ୍ତି ଜେନାମଣି। ସେମିତି ଆଞ୍ଚଳିକ ପାଣିପାଗ ବିଭାଗ ବି ସମାନ ଅନୁମାନ କରି କହିଛି ଆଗାମୀ ୫ ଦିନ ଯାଏଁ ବର୍ଷାରୁ ନିସ୍ତାର ନାହିଁ। ବର୍ତ୍ତମାନ ସମୟରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ଆଜି ଓ କାଲି ବି ପ୍ରବଳ ବର୍ଷା ହେବ। ୧୫ ତାରିଖରେ ବର୍ଷା ପରିମାଣ ସାମାନ୍ୟ କମିପାରେ। ଗତକାଲି ଛତିଶଗଡ଼ର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି।  ମହାନଦୀର ଉପର ଓ ତଳମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ଖୋଲିଛି।

Advertisment

ଏଣେ ସକ୍ରିୟ ମୌସୁମୀ ସହ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ତେବେ ଦକ୍ଷିଣ ପରେ ଏବେ ଉତ୍ତର ଓଡ଼ିଶାରେ କୋପ ଦେଖାଉଛି ଲଗାଣ ବର୍ଷା। ଗଙ୍ଗାହାର ନଦୀ ଫୁଲିବା କାରଣରୁ ଖଡ଼ିକାପଦା ପୋଲ ଉପରେ ୩ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ବଡ଼ସାହି ଓ ଗୋପବନ୍ଧୁନଗର ବ୍ଲକର ବିଭିନ୍ନ ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି। ସେମିତି ଲଗାଣ ବର୍ଷା ଯୋଗୁଁ କେମିତି ଜଳବନ୍ଦୀ ଅବସ୍ଥାରେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ସୋର ପୌରାଞ୍ଚଳର ୨ନମ୍ବର ଓ୍ୱାର୍ଡର ବାସିନ୍ଦା। ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ପାଣି ଲହଡ଼ି ମାରୁଥିବାବେଳେ, ବହୁ ଝୁମ୍ପୁଡି ଘର ବତୁରି ଯାଇଛି। ଫଳରେ କେଉଁ ସମୟରେ ଭୁଶୁଡ଼ିବ କହି ହେଉନି। ଆଣ୍ଠୁଏ ପାଣିରେ ରାସ୍ତାରେ ଯାଆସ କରୁଥାନ୍ତି ଅଞ୍ଚଳବାସୀ। ସେପଟେ ସୋନପୁର ସହରର କଳିଙ୍ଗନଗର ଅଞ୍ଚଳରେ ମାଟି ଘର କାନ୍ଥ ଭୁଶୁଡ଼ି ବାବୁଲି ଟୁଡୁ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ଆହତ ମାଆ ଓ ଝିଅଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଛି।

୧୩ ତାରିଖରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ବଡ଼ ବର୍ଷାର ଅନୁମାନ କରାଯାଉଛି। ଯାହାଦ୍ୱାରା ରାଜ୍ୟରେ ବନ୍ୟା ପରିସ୍ଥିତି, ଭୂସ୍ଖଳନ ଓ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି। 

Heavy Rainfall Low Pressure
Advertisment
Advertisment