ସଂକ୍ଷେପରେ ଆଜିର ତାଜା ଖବର - Monday, 01 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଧାରା ଶ୍ରାବଣରେ ଧୁ ଧୁ ଖରା, ରାଜ୍ୟରେ ଅାହୁରି ତିନି ଚାରି ଦିନ ଖରା ପାଗ

ଫସଲ ବଞ୍ଚେଇବାକୁ ଜମିକୁୁ ପାଣି ବୋହୁଛି ଚାଷୀ । ୬ରେ ଲଘୁଚାପ, ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା । More

ନ୍ୟୁଡ୍‌ ଭିଡିଓ କଲ୍‌ ପରେ ଆସିଲା ସିବିଆଇରୁ ଫୋନ୍‌ !

ସପ୍ତାହକ ମଧ୍ୟରେ ଲୁଟି ନେଲେ ୨୫ ଲକ୍ଷ ଟଙ୍କା । ସାଇବରଥାନାରେ ଅଭିଯୋଗ ପରେ ତନାଘନା । More

ଆହୁରି ବଢ଼ିବ କି ବିଧାୟକଙ୍କ ଦରମା ? ୧୪୭ ମଧ୍ୟରୁ ୯୫ ଜଣ କୋଟିପତି

ଦରମା ୧ ଲକ୍ଷରୁ ୩ ଲକ୍ଷକୁ ବଢ଼ାଇବାକୁ ଦାବି । ପୂର୍ବତନ ବିଧାୟକ କହିଲେ ପେନ୍‌ସନ୍ ୫୦ହଜାର ଦିଅ । More

ମହିଳା କର୍ମଚାରୀଙ୍କ ନାଁରେ ବଢ଼ୁଛି ଦୁର୍ନୀତି ! ୫ ବର୍ଷରେ ୧୬୮ ଜଣଙ୍କ ଘରେ ରେଡ୍

ରାଜ୍ୟ ସରକାରଙ୍କ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାରେ ମହିଳାଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଦୁର୍ନୀତି ତାଲିକାରେ ସେମାନଙ୍କ ନାଁ ବି ଅଧିକ ରହୁଛି । More

CAG ଧରିଲା ଜଙ୍ଗଲ ବିଭାଗର ବଡ଼ ଦୁର୍ନୀତି ! ଗଛ ଲଗେଇବା ନାଁରେ କୋଟି କୋଟି ଟଙ୍କା ଚଳୁ

ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବାଡ଼ ର୍ନିମାଣରେ ପାଣ୍ଠିର ଅନିୟମିତତା ଓ ଆବଣ୍ଟନରେ ୪୦ କୋଟି ୮୨ ଲକ୍ଷ ଅଧିକ ବ୍ୟୟ ହୋଇଛି । More

ମନଲୋଭା ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଦେଢ଼ଶୂର-ଭାଇବୋହୂ ପାହାଡ଼

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଅନ୍ତର୍ଗତ ଉମା ପଞ୍ଚାୟତ ରେଘାମୁଣ୍ଡାରେ ରହିଛି ଏହି ଦେଢ଼ଶୁର-ଭାଇବୋହୂ ଭୀମ ପାହାଡ଼ । More

WhatsAppରେ ନାୟିକାଙ୍କ ନ୍ୟୁଡ୍‌ ଭିଡିଓ କଲ୍, ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୨୫ ଲକ୍ଷ ଗୋଲ୍‌

ନାୟିକା ଜଣକ ପ୍ରଥମେ WhatsAppରେ ‘Hi’ ମେସେଜ କରିଥିଲେ। ଏହାପରେ WhatsAppରେ ନ୍ୟୁଡ୍‌ ଭିଡିଓ କଲ୍‌ କରି ସେ ଇଞ୍ଜିନିୟରଙ୍କୁ ଟ୍ରାପ୍‌ କରିଥିଲେ। More

ଧୋକାବାଜ ଡ୍ରାଇଭର, ଟଙ୍କା ପାଇଁ ମାଛ ଟ୍ରକ୍‌କୁ ଆକ୍ସିଡେଣ୍ଟର ରୂପ ଦେଲା..

୧୨ ଲକ୍ଷର ମାଛକୁ ଦେଖି ଲୋଭ ସମ୍ଭାଳିପାରିଲା ନାହିଁ ଡ୍ରାଇଭର। ୧୨ ଲକ୍ଷ ବଦଳରେ ୭ ଲକ୍ଷରେ ମାଛ ବିକ୍ରି କଲା...ଜଙ୍ଗଲ ଭିତରକୁ ଗାଡ଼ି ପୂରାଇ ନିଆଁ ଲଗାଇ ଦେଲା। ମାଲିକଙ୍କୁ କହିଲା, ଦୁର୍ଘଟଣାରେ ଜିଳିଗଲା ଟ୍ରକ୍‌। ଏବେ ତଦନ୍ତରେ କିନ୍ତୁ ସବୁ ସତ ଓଗାଳି ଦେଲା ଡ୍ରାଇଭର। More

ଚିଟ୍‌ଫଣ୍ଡ ପ୍ରସଙ୍ଗରେ ବିଧାନସଭାରେ ହୋହଲ୍ଲା: ୪ଟା ଯାଏ ଗୃହ ମୁଲତବୀ

ବିଜେପି ଦେଇଥିବା ମୁଲତବି ପ୍ରସ୍ତାବ ଅଗ୍ରାହ୍ୟ ନେଇ ବାଚସ୍ପତିଙ୍କ ଘୋଷଣା ...ଗୃହରେ ଆଲୋଚନା ଦାବିରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ... More

୫ ଯାଏଁ ବର୍ଷା ନାହିଁ, ୬ରେ ଲଘୁଚାପ !

୬/୭ରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା... More

ନଡ଼ିଆ ଚାରା ଘୋଟାଲା :୨୮ ଲକ୍ଷ ଟଙ୍କାର ବିଲ୍ ହୋଇଛି, ହେଲେ ୨୮ଟି ଗଛ ଦେଖିବାକୁ ମିଳୁନି

ଜଗତସିଂହପୁର ବାଲିକୁଦା ବ୍ଲକ ଅଢଙ୍ଗା ପଞ୍ଚାୟତରେ ଏବେ ନଡ଼ଇା ଚାରା ଘୋଟାଲାକୁ ନେଇ ହଇଚଇ More

ଗଛ ତଳେ ଦିଆଯାଉଛି ଟିକା; ଭ୍ୟାକ୍ସିନେସନକୁ ନେଇ ହେଉଛି ଚର୍ଚ୍ଚା

ବଲାଙ୍ଗିର ଗଛ ମୂଳେ ଚାଲିଛି କୋଭିଡ୍ ଭ୍ୟାକ୍ସିନେସନ୍ । ମାଗୁରପଡ଼ା ପଞ୍ଚାୟତର ବ୍ରାହ୍ମଣୀ ଡୁଙ୍ଗୁରୀ ଗାଁରେ ଗଛମୂଳେ ଲୋକଙ୍କୁ କୋଭିଡ୍ ଟିକା ଦେଲା ମେଡିକାଲ ଟିମ୍... More

‘ରାସ୍ତାରେ ଏଭଳି ଘଟିବାର ନଥିଲା, ଘଟଣା ପୂର୍ବରୁ ମୋତେ କଲ୍ କରିବା କଥା’

ବିବାଦର ୧୦ ଦିନ ପରେ ଓଡ଼ିଶା ଛାଡ଼ି ମୁମ୍ବାଇ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ମୁମ୍ବାଇ ଯିବା ପୂର୍ବରୁ ଇନଷ୍ଟାଗ୍ରାମରେ ପ୍ରକୃତି ପୋଷ୍ଟ କରିଥିବା କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। More

ଗୁରୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ୭ କିମି ପର୍ଯ୍ୟନ୍ତ ଲମ୍ବିଛି ଶୋଭାଯାତ୍ରା...

ଗୁରୁ ହେବ ତ ଏମିତି। ୪୦ ବର୍ଷର ଶିକ୍ଷୟତା ପରେ ନେଲେ ଅବସର। ବିଦାୟକାଳୀନ ସମ୍ବର୍ଦ୍ଧନା ପାଇଁ ୭ କିମି ପର୍ଯ୍ୟନ୍ତ ଲାଗିଲା ଶୋଭଯାତ୍ରାର ଲାଇନ୍‌। ସହକର୍ମୀଠୁ ଛାତ୍ରଛାତ୍ରୀ...ସମସ୍ତଙ୍କ ମୁହଁରେ ଗୋଟିଏ କଥା ଅଭିରାମ ସାର୍‌ କେବଳ ଶିକ୍ଷକ ନଥିଲେ ବରଂ ସମସ୍ତଙ୍କ ମନ ଜିତିପାରୁଥିବା ମଣିଷ ଟିଏ ଥିଲେ। More

ସରକାରୀ ଡାକ୍ତରଖାନାରେ ୬ ଘଣ୍ଟାର ମେଡିକାଲ ସୁବିଧା, ଏଣେ ଫାର୍ମାସିଷ୍ଟ ଭରସାରେ ରୋଗୀ

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା। ଦିନକୁ ମାତ୍ର ୬ ଘଂଟା ପାଇଁ ଏଇ ଡାକ୍ତରଖାନାରେ ଚାଲିଛି ରୋଗୀ ଦେଖା। ଯଦି ଡାକ୍ତର ଆସିଲେନି ତାହାଲେ ଫାର୍ମାସିଷ୍ଟ ହିଁ ଦେଖୁଛନ୍ତି ରୋଗୀ.. More

କେନାଲରେ ଭାସିଗଲେ ବୋଲବମ୍‌ ଭକ୍ତ,ସାଙ୍ଗମାନଙ୍କ ସହ ଜଳଲାଗି ପାଇଁ ଆସିଥିଲେ...

ଜଳଲାଗି ପାଇଁ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲରେ ଗାଧୋଉଥିବା ବେଳେ ଜଳସ୍ରୋତରେ ୨ ଜଣ ସାଙ୍ଗ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ କୂଳରେ ବସିଥିବା ଆଉ ଜଣେ ସାଙ୍ଗ ଜଣଙ୍କୁ ଉଦ୍ଧାର କରିଥିଲେ। More

ଶ୍ରାବଣରେ ଅସହ୍ୟ ତାତି, ଖରା ତାଉରେ କଲବଲ ହେଉଛନ୍ତି ଲୋକେ

ଯେଉଁ ସମୟରେ ଲଗାଣ ବର୍ଷା ହେବା କଥା ସେହି ସମୟରେ ଖରାର ତାଉ ଲୋକଙ୍କୁ କଲବଲ କରୁଛି। ଟାଣ ଖରାରେ ଲୋକେ ଡହଳବିକଳ ହେଉଛନ୍ତି। More

Daily Horoscope 1st August 2022: ଏହି ରାଶିର ବ୍ୟକ୍ତିଙ୍କ ଅଚାନକ୍‌ ଧନ ଲାଭ ହୋଇପାରେ

ସୌର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ, ସୋମବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More

ଝିଅ ବୋଲି ପାଠ ପଢ଼ିବାକୁ ବାରଣ କରୁଥିଲେ, ଆଜି ମାଲକାନଗିରି ଜିଲ୍ଲା ଟପ୍ପର ହେଲେ ବଣ୍ଡାଘାଟିର ଝିଅ

କରମା ମୁଦୁଲି ବଣ୍ଡାଘାଟି ପାଇଁ ଗୌରବ ଆଣିଛନ୍ତି । More

ନୂଆପଡ଼ାରେ ଝାଡ଼ାବାନ୍ତି ଆତଙ୍କ : ବର୍ତ୍ତମାନ ସୁଦ୍ଧା ୪୮ ଆକ୍ରାନ୍ତ ଚିହ୍ନଟ

ରୋଗୀଙ୍କୁ ମେଡିକାଲ ଯାଇ ଦେଖିଲେ ସାଂସଦ More

ଆଜିଠୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ : ପର୍ଯ୍ୟଟକଙ୍କ ପାଇଁ ନେଇ ସ୍ୱତନ୍ତ୍ର ଆୟୋଜନ

ସ୍ୱାଗତ କରିବାକୁ ଭିତରକନିକାରେ ସବୁ ପ୍ରକାର ବ୍ୟବସ୍ଥା More

ଷ୍ଟାର କଳିରେ ଯବନିକା କେବେ ? ବାବୁସାନଙ୍କ ଘରକୁ ଆସି ଆଶୀର୍ବାଦ ଦେଲେ ଶ୍ୱଶୁର

କେବେ ଏକାଠି ହେବେ ବାବୁସାନ ଓ ତୃପ୍ତି ? ଘର ସାମ୍ନାରୁ ହଟିଯିବାକୁ ମିଡ଼ଇାକୁ ଅପରାଜିତାଙ୍କ ଅପିଲ । ଇନଷ୍ଟାଗ୍ରାମରେ ପ୍ରକୃତିଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା । More

ରାଜ୍ୟରେ ବିଗୁଡ଼ୁଛି ସ୍ୱାସ୍ଥ୍ୟସେବାର ସ୍ୱାସ୍ଥ୍ୟ ! କ୍ୟାନସର ନଥାଇ କେମୋ, ଭୁଲ ଇଞ୍ଜେକସନ୍‌ରୁ ରୋଗୀ ମୃତ୍ୟୁ

ରାଜ୍ୟରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଫେଲ: ବିଜେପି । ପ୍ରଶାସନ ଢିଲା, ଶାସନ ପୂରା ଦୁର୍ବଳ: କଂଗ୍ରେସ । ବିଜେଡ଼ି କହିଲା ସବୁ ଠିକ୍ ଚାଲିଛି । More

ଶିକ୍ଷକ ହେବ ତ ଏମିତି: ପ୍ରଧାନଶିକ୍ଷକଙ୍କୁ ବିପୁଳ ଅବସରକାଳୀନ ସମ୍ବର୍ଦ୍ଧନା

୪୦ ବର୍ଷର ଉତ୍କର୍ଷ ଶିକ୍ଷକତା ପାଇଁ କଳାହାଣ୍ଡି ଗୋଲାମୁଣ୍ଡାରେ ପ୍ରଧାନଶିକ୍ଷକଙ୍କୁ ବିପୁଳ ଅବସରକାଳୀନ ସମ୍ବର୍ଦ୍ଧନା । ସେହିପରି ନୟାଗଡରେ ସାର୍‌ଙ୍କ ବଦଳି ପରେ କାନ୍ଦି କାନ୍ଦି ପିଲାଏ ଦେଲେ ଫେୟାର ୱେଲ୍... More

ଖୋଲିଲାଣି ସ୍କୁଲ୍, ପହଞ୍ଚି ନାହିଁ ବହି

ଶିକ୍ଷାଦାନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଲାଗି ସରକାର ପ୍ରତିବର୍ଷ ନୂଆ ନୂଆ ପଦକ୍ଷେପ ନେଉଥିବା କହୁଛନ୍ତି ମାତ୍ର ବାସ୍ତବ କ୍ଷେତ୍ରରେ ଫଳ ଶୂନ। ଦେଢମାସ ହେଲା ସ୍କୁଲ ଖୋଲିଲାଣି, ପିଲାଙ୍କ ପାଖରେ ପହଞ୍ଚିନି ଜୀବ ବିଜ୍ଞାନ ଓ ଭୂଗୋଳ ବହି। ନୂଆ ବିଷୟ ସାମିଲ ପାଇଁ ବିଳମ୍ବ ନା ଅନ୍ୟ କାରଣ? ଏହାକୁ ବୋର୍ଡର ଅଜବ ଉତ୍ତର ବଜାରରେ ମିଳୁଛି। More

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ୍‌ ବିଲ୍ଡିଂ

ଅସ୍ଥାୟୀ ଦୋକାନୀଙ୍କୁ ସଂପୂର୍ଣ୍ଣ ହଟାଇବା ଲାଗି ବ୍ୟବସାୟୀ ସଂଘର ଦାବି । ଅସ୍ଥାୟୀ ଦୋକାନୀଙ୍କୁ ନହଟାଇବା ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ- ସଂଘ । More