• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚିଟଫଣ୍ଡ ପାଇଁ ଅଚଳ ହେଲା ଗୃହ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା ହେଲା । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିଜେପିର ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା ଯୋଗୁଁ ବାଚସ୍ପତି ପ୍ରଥମ ଦିନ ସାଢ଼େ ୧୧ଟା ଓ ପରେ ୨୦ ମିନିଟ ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ହଟ୍ଟଗୋଳ ଯୋଗୁଁ ଗୃହକୁ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଚିଟଫଣ୍ଡ ପ୍ରସଙ୍ଗରେ ବିଜେପିର ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ ନକରିବା ପରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ ।

ଏନେଇ ବାଚସ୍ପତି କହିଛନ୍ତି, ଚିଟଫଣ୍ଡ କେସ୍ ଏବେ ହାଇକୋର୍ଟରେ ବିଚାରଧୀନ ରହିଛି । କମିଶନ ତଦନ୍ତ କରୁଛନ୍ତି । ୨୦୧୪ରେ ତତକାଳୀନ ବାଚସ୍ପତି ଆଡ୍‌ଭୋକେଟଜେନେରାଲଙ୍କ ପରାମର୍ଶ ନେଇ ରୁଲିଂ ଦେଇ କହିଥିଲେ ଚିଟଫଣ୍ଡ ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇ ପାରିବ ନାହିଁ ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ‘ବିଧାନସଭାରେ ବିରୋଧୀଦଳର ବହୁତ ବଡ଼ ଏକ ଭୂମିକା ରହିଛି । ଏବଂ ବିରୋଧୀ ଦଳଙ୍କୁ ଏକ ସ୍ୱତନ୍ତ୍ରତା ଦିଆଯାଇଛି । ଯାହା ବି ଘଟଣା ଘଟିବ ତାକୁ ମୁଲତବୀ ପ୍ରସ୍ତାବ ମାଧ୍ୟମରେ ସେହି ପ୍ରସଙ୍ଗକୁ ଗୃହରେ ଆଲୋଚନା କରାଯିବାର ଗୋଟିଏ ଅଧିକାର ଦିଆଯାଇଛି । ତେଣୁ ଆଜି ଆମେ ଚିଟ୍‌ ଫଣ୍ଡ୍‌ ଦୁର୍ନୀତି ଉପରେ ଆମେ ମୁଲତବୀ ପ୍ରସ୍ତାବ ଆଣିଥିଲୁ ଯାହାକୁ ବାଚସ୍ପତି ସରକାରଙ୍କ ସହ ମିଳିତ ଉଦ୍ୟମ ଫଳରେ ତାହା ଆଣିବେ କି ନାହିଁ ତାହା କହିଲେନି । ଏଥିରୁ ଜଣାପଡୁଛି ଯେ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ଓ ବାଚସ୍ପତି ମିଶିକି ଗଣତନ୍ତ୍ରକୁ ହତ୍ୟା କରିବାର ଉଦ୍ୟମ କରୁଛନ୍ତି ।’

ସେହିପରି ଚିଟଫଣ୍ଡ ପ୍ରସଙ୍ଗ ବର୍ତ୍ତମାନର ପ୍ରସଙ୍ଗ ନୁହେଁ । ତେଣୁ ଏହି ପ୍ରସଙ୍ଗରେ ମୁଲତବୀ ଆଲୋଚନା ହୋଇପାରିବ ନାହିଁ ବୋଲି ବାଚସ୍ପତି କହିଛନ୍ତି । ସେପଟେ ପେନସନ୍ ବୃଦ୍ଧି ଦାବିରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପୂର୍ବତନ ବିଧାୟକ । ପେନସନକୁ ୩୦ ହଜାରରୁ ୫୦ କରିବାକୁ ଦାବି ହୋଇଛି । ସେହିପରି ମେଡିସିନ ବାବଦ ଖର୍ଚ୍ଚ ୨ ହଜାରରୁ ୧୦ ହଜାରକୁ ବଢାଇବାକୁ ଦାବି ହୋଇଛି ।