/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659320492.jpg)
Special story
ଆଜି ଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ପର୍ଯ୍ୟଟକଙ୍କ ଆସିବାକୁ ନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି । ସ୍ୱାଗତ କରିବାକୁ ଭିତରକନିକାରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ନୂତନ ଲୁଣା ନର୍ସରୀ, ବିଳାସପୂର୍ଣ୍ଣ ରେସ୍ତୋରାଁ, ବ୍ୟାଟେରୀ ବୋଟ୍ ସାଙ୍ଗକୁ ବୋଟରେ ଲାଇବ୍ରେରୀ ବ୍ୟବସ୍ଥା ପର୍ଯ୍ୟଟକ ଏଥର ପାଇବେ ।
ଭିତରକନିକାକୁ ଆସିବାକୁ ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ଏବଂ ଜଳପଥରେ ପ୍ରବେଶ କରିବା ପାଇଁ ଗୁପ୍ତି, ଖୋଳା, ଚାନ୍ଦବାଲି ଦେଇ ଆସିପାରିବେ ପର୍ଯ୍ୟଟକ । ତା ଛଡ଼ା ରାତ୍ରିଯାପନ ପାଇଁ ଡାଙ୍ଗମାଳ ଓ ଗୁପ୍ତିରେ କଟେଜ୍ ବ୍ୟବସ୍ଥା ହୋଇଛି । କୁମ୍ଭୀର ପ୍ରଜନନ ପାଇଁ ଭିତରକନିକାକୁ ୩ ମାସ ପାଇଁ ବନ୍ଦ କରାଯାଇଥିଲା ।
ରାଜନଗର ବନଖଣ୍ଡ ଅଧିକାରୀ ଯଜ୍ଞଦତ୍ତ ପତି କହିଛନ୍ତି, ପଲିଥିନ୍ ମୁକ୍ତ ଅଞ୍ଚଳ ପାଇଁ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହାକୁ କାର୍ଯ୍ୟକାରୀ କରାଯିବ। ତା’ଛଡ଼ା କୋଭିଡ୍ ନିୟମ ମାନି ପର୍ଯ୍ୟଟକମାନେ ଆସିବେ ବୋଲି ଆଶା ରଖାଯାଇଛି । ଡାଙ୍ଗମାଳରେ ଏକ ନୂଆ କ୍ୟାଫେ ଖୋଲିଛି । ଏହା ସହିତ ବୋଟ୍ ଲାଇବ୍ରେରୀ ମଧ୍ୟ ତିଆରି ହୋଇଛି । ଏହା ପର୍ଯ୍ୟଟକଙ୍କୁ ପସନ୍ଦ ଆସିବ ବୋଲି ଆମେ ଆଶା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)