• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଶ୍ୱାସରେ ବିଷ ଦେଲା ଡ୍ରାଇଭର । ମାଛ ଲୋଭରେ ଜାଳିଦେଲା ଟ୍ରକ୍ । ଟ୍ରକରେ ଥିବା ୧୨ ଲକ୍ଷ ଟଙ୍କାର ମାଛକୁ ବିକ୍ରି କରିଦେଲା ୭ ଲକ୍ଷରେ, ଆଉ ଜଙ୍ଗଲ ଭିତରେ ଘଟାଇଲା ଭୟଙ୍କର କାଣ୍ଡ । ମଝି ଜଙ୍ଗଲ ଭିତରେ ହୁତୁହୁତୁ ହୋଇ ଜଳି ଉଠିଲା ଟ୍ରକ୍‌ । ଗାଡ଼ି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି ।

ଗାଡ଼ିରେ ଭର୍ତ୍ତି ହୋଇଥିଲା ମାଛ, ମନରେ ଥିଲା ଲୋଭ । ୧୨ ଲକ୍ଷର ମାଛ ଗାଡିକୁ ଦେଖି ଡ୍ରାଇଭରଙ୍କ ମନ ସମ୍ଭାଳିପାରିନଥିଲେ । କେମିତି ମାଛ ସବୁକୁ ହରନଚାଲ କରିବେ ସେନେଇ କରିଥିଲେ ପ୍ଲାନ୍‌ । ଆଉ ୧୨ ଲକ୍ଷର ମାଛକୁ ୭ ଲକ୍ଷ ଟଙ୍କାରେ ବିକ୍ରି କରିବା ପରେ ଜଙ୍ଗଲରେ ଟ୍ରକକୁ ଜାଳି ଦେଇଥିଲେ ଡ୍ରାଇଭର।

୨୨.୦୬.୨୦୨୨, ଦିନ ଗଞ୍ଜାମ ଖଲ୍ଲିକୋଟ ଜାତୀୟ ରାଜପଥ ବଡ଼ ଘାଟିରେରେ ଏକ ମାଛ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । ତେବେ ଆନ୍ଧ୍ରପ୍ରଦେଶରୁ କୋଲକାତା ଅଭିମୁଖେ ଯାଉଥିବା ଏହି ଟ୍ରକରେ ୧୦ ଟନ ମାଛ ଲୋଡ଼ ହୋଇଥିବା ବେଳେ ଜଳନ୍ତା ଟ୍ରକରୁ ବହୁତ କମ ପୋଡା ମାଛ ମିଳିବା ନେଇ ଟ୍ରକ ମାଲିକ ସୁରେଶ ବର୍ମାଙ୍କୁ ସନ୍ଦେହ ହୋଇଥିଲା । ପରେ ଏନେଇ ସୁରେଶ ଥାନାରେ ମାମଲା ମଧ୍ୟ ରୁଜୁ କରିଥିଲେ। ପରେ ପୋଲିସ ତଦନ୍ତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରିଥିଲା । ଆଉ ପୋଲିସ ସାମ୍ନାରେ ସବୁ ସତ ମାନିଯାଇଥିଲା ଡ୍ରାଇଭର।

 

ଡ୍ରାଇଭରର କହିବା ଅନୁସାରେ, ଆନ୍ଧ୍ରପ୍ରଦେଶର ଭିମ୍ବଭରମରୁ ୧୦ ଟନ ମାଛ ଲୋଡ଼ କରି ଆସିବା ପରେ ଭୋଗପୁରମରେ ଜଣେ ମାଛ ବ୍ୟବସାୟୀଙ୍କୁ ପ୍ରାୟ ୧୨ ଲକ୍ଷ ଟଙ୍କା ମୂଲ୍ୟର ମାଛକୁ ୭ ଲକ୍ଷ ଟଙ୍କା ରେ ବିକ୍ରୀ କରିଥିଲେ । ଏହାକୁ ଲୁଚାଇବା ପାଇଁ ଖଲ୍ଲିକୋଟରେ ଘାଟି ତଳକୁ ଗାଡ଼ି ଖସାଇ ଦୁର୍ଘଟଣାର ରୂପ ଦେଇଥିଲେ । ପରେ ଗ୍ୟାସ ଟାଙ୍କି ରଖି ଟ୍ରକରେ ନିଆଁ ଲଗାଇ ଦେଇଥିଲେ। ତେବେ ଏଇ ପ୍ଲାନରେ ଡ୍ରାଇଭରଙ୍କ ଜଣେ ବନ୍ଧୁ ତାଙ୍କୁ ସହଯୋଗ କରିଥିବା ନେଇ ଜଣାପଡ଼ିଛି। ତେବେ ଘଟଣା ଉପରୁ ପରଦା ହଟିବା ପରେ ଖଲ୍ଲିକୋଟ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ।

ରିପୋର୍ଟର- ସିଲୁ ବିଶ୍ୱାଳ