• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶିକ୍ଷକତାକୁ ବ୍ରତ କରିଥିଲେ ଅଭିରାମ ସାହୁ । ନିଜ ଗାଁ ଧାମନପୁରରେ ପ୍ରଥମେ ଏକ ଏମ.ଇ ସ୍କୁଲ ପ୍ରତିଷ୍ଠା କରିଥିଲେ । ସେଠାରୁ ଆରମ୍ଭ ହୋଇଥିଲା ଶିକ୍ଷକତା । ପରେ ନିଜ ଜାଗାରେ ଆରମ୍ଭ କରିଥିଲେ ଏକ ହାଇସ୍କୁଲ । ନିଜେ ସମ୍ପାଦକ ରହି ସ୍କୁଲର ବିକାଶ କରିଥିଲେ । ଏବେ ଦୁଇଟି ଯାକ ସ୍କୁଲ ସରକାରୀ ମାନ୍ୟତା ପାଇସାରିଛି । ତଥାପି ଆଦିବାସୀ ଅଧ୍ୟୁଷିତ ଗୋଲାମୁଣ୍ଡାରେ ଶିକ୍ଷାର ବିକାଶ ପାଇଁ ଅଭିରାମ ଅହରହ ଉଦ୍ୟମ କରିଚାଲିଥିଲେ ।

ଅଭିରାମଙ୍କ ଭଳି ଆଉ ଜଣେ ସମସ୍ତଙ୍କ ପ୍ରିୟ ସାର୍ ମଧ୍ୟ ଅଛନ୍ତି ଯାହାଙ୍କୁ ଛାଡିବାକୁ ପିଲା ନାରାଜ । କାନ୍ଦି କାନ୍ଦି ନୟାନ୍ତ ଛାତ୍ରଛାତ୍ରୀ ..ନୟାଗଡ ରୋହିବାଙ୍କ ପଂଚାୟତ ଭଗବତୀପ୍ରସାଦ ମଧ୍ୟ ଇଂରାଜୀ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବୁଦ୍ଧିଆ ପାତ୍ର । ପ୍ରମୋସନ୍ ପାଇ ସାର୍‌ଙ୍କ ଅନ୍ୟ ସ୍କୁଲକୁ ବଦଳି ହୋଇଯାଇଛି । ହେଲେ ଏଠାରେ ୬ ବର୍ଷର ଶିକ୍ଷାଦାନ ଭିତରେ ଗୁରୁ-ଶିକ୍ଷ୍ୟ ସମ୍ପର୍କ ଗଢିଉଠିଥିଲା । ତାଙ୍କ ଉଦ୍ୟମରେ ଅନେକ ପିଲା ସ୍କୁଲ ଆସିଥିଲେ । କେବଳ ଏତିକି ନୁହେଁ ଅଭିଭାବକଙ୍କ ସହ ବି ସାରଙ୍କ ସୁସମ୍ପର୍କ ଥିଲା । ଯାହା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ଶିକ୍ଷକତା ଏବଂ ସମାଜ ଗଠନରେ ନିଜକୁ ସମର୍ପିଦେଇଥିବା ଜଣେ ଶିକ୍ଷକକୁ ଏହାଠୁ ବଡ ସମ୍ମାନ ଆଉ କଣ ହୋଇପାରେ ।

ତେବେ ଶିକ୍ଷକ ହେବ ତ ଏମିତି । ବିଶାଳ ଶୋଭାଯାତ୍ରାରେ ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା । ଏମିତିକି ପାଦ ଧୋଇଲେ, ଆଶୀର୍ବାଦ ଦେଲେ । ୪୦ ବର୍ଷର ଶିକ୍ଷକତା ଓ ସମାଜ ଗଠନରେ ନିଜକୁ ଉତ୍ସର୍ଗ କରିଥିବା କଳାହାଣ୍ଡି ଗୋଲାମୁଣ୍ଡାର ଅଭିରାମ ସାହୁଙ୍କ ପାଇଁ ଛୁଟିଆସିଲେ ଗାଁଲୋକ ।