• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅଢଙ୍ଗା ପଞ୍ଚାୟତରେ ନଡ଼ିଆ ଚାରା ଘୋଟାଲା । ମନରେଗା ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ଜଗତସିଂହପୁର ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଲଗାଯାଇଥିଲା ୪ ହଜାରରୁ ଅଧିକ ନଡ଼ିଆ ଚାରା । ୨୮ ଲକ୍ଷ ଟଙ୍କା ବିଲ୍ ହୋଇଛି, ହେଲେ ଏବେ ୨୮ଟି ଗଛ ମଧ୍ୟ ନାହିଁ । କୁଆଡେ ଗଲା ୪ ହଜାର ଗଛ, ପ୍ରକୃତରେ ଗଛ ଲାଗିଥିଲା ନା ନାହିଁ, ଏବେ ତାକୁ ନେଇ ଉଠିଛି ପ୍ରଶ୍ନ । ଘୋଟାଲା ପଛରେ ମୃତ୍ତିକା ସଂରକ୍ଷଣ ବିଭାଗର ତତ୍କାଳୀନ ସହକାରୀ ନିର୍ଦ୍ଦେଶକଙ୍କ ହାତ ଥିବା ଅଭିଯୋଗ ହେଉଛି ।

୨୦୨୦-୨୧ରେ ମନରେଗା ଯୋଜନାରେ ଜଗତସିଂହପୁର ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଲଗାଯାଇଥିଲା ୪ ହଜାର ୧୧୦ଟି ନଡ଼ିଆ ଚାରା । ବୃକ୍ଷରୋପଣ, ଖତ ଓ ସାର ଏବଂ ରକ୍ଷଣାବେକ୍ଷଣ ବାବଦରେ ୪୩ ଲକ୍ଷ ୧୪ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ସେଥିରୁ ୨୮ ଲକ୍ଷ ୪୬ ହଜାର ଟଙ୍କା ବିଲ୍ କରାଯାଇଥିବା ଆରଟିଆଇ ତଥ୍ୟ କହୁଛି । କିନ୍ତୁ ଚାରା ଲାଗିଥିବା ସ୍ଥାନକୁ ଦେଖନ୍ତୁ, ୪ ହଜାର ତ ଦୂରର କଥା, ହାତଗଣତି ୪-୫ଟି ଗଛ । ଲଟାବୁଦା ଆଡ଼େଇ ଖୋଜିଲେ ମିଳୁଛି କାଁ ଭାଁ ଗଛ ରହିଥିବା ବେଳେ ସେଗୁଡିକ ମରିଯିବା ଅବସ୍ଥାରେ ତା ଉପରେ ଅନାବନା ଓ ଲଟା ବୁଦା ମାଡ଼ିଗଲାଣି । ଫଳରେ ଏହା ପଛରେ ବଡ଼ କିକବ୍ୟାକ୍ ହୋଇଥିବା ପଞ୍ଚାୟତ ବାସୀଙ୍କ ଅଭିଯୋଗ ।

ଅଢଙ୍ଗା ପଞ୍ଚାୟତରେ କୋଳଦାଠାରୁ ଅଢଙ୍ଗା, ଭଟାହରଠାରୁ ଅଢଙ୍ଗା, କାନପୁରଠାରୁ ଜଗନ୍ନାଥପୁର ଓ ଅଢଙ୍ଗାଠାରୁ ଚଣାପୁର ପର୍ଯ୍ୟନ୍ତ କେନାଲ ବନ୍ଧରେ ଏଭଳି ୪ ହଜାର ଗଛ ଲାଗିଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି । ଲୋକେ ବି କହିଛନ୍ତି, ହଁ ଗଛ ଲାଗିଥିଲା ତେବେ ଗଛରେ ପାଣି ଦିଆନଯିବା ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଗଛର ଚିହ୍ନ ବର୍ଣ୍ଣ ନାହିଁ । ତେବେ କୁଆଡେ ଗଲା ଏତେ ସଂଖ୍ୟକ ନଡ଼ିଆ ଚାରା? ପ୍ରକୃତରେ ୪ ହଜାର ଗଛ ଲାଗିଥିଲା ନା ନାହିଁ ? ଏହାର ତଦନ୍ତ କରାଯାଉ ବୋଲି ଦାବି ହୋଇଛି