Advertisment

WhatsAppରେ ନାୟିକାଙ୍କ ନ୍ୟୁଡ୍‌ ଭିଡିଓ କଲ୍, ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୨୫ ଲକ୍ଷ ଗୋଲ୍‌

ନାୟିକା ଜଣକ ପ୍ରଥମେ WhatsAppରେ ‘Hi’ ମେସେଜ କରିଥିଲେ। ଏହାପରେ WhatsAppରେ ନ୍ୟୁଡ୍‌ ଭିଡିଓ କଲ୍‌ କରି ସେ ଇଞ୍ଜିନିୟରଙ୍କୁ ଟ୍ରାପ୍‌ କରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Duped Of Rs 25 Lakh After Being Lured Into Nude Video Call

Man Duped Of Rs 25 Lakh After Being Lured Into Nude Video Call

ହୁସିଆର ! ଆପଣଙ୍କ ପାଖକୁ WhatsAppରେ ଅଜଣା ନମ୍ବରରୁ କଲ୍‌ କିମ୍ବା ମେସେଜ୍‌ ଆସୁଛି କି ? ତା’ହେଲେ ଭୁଲ୍‌ରେ କଲ୍‌ କିମ୍ବା ମେସେଜ୍‌ର ରିପ୍ଲାଏ ଦିଅନ୍ତୁ ନାହିଁ। ନଚେତ୍‌ ଆପଣଙ୍କ ଅବସ୍ଥା ମଧ୍ୟ ଏହି ଇଞ୍ଜନିୟର ବାବୁଙ୍କ ଅବସ୍ଥା ଭଳି ହେବ। ନଗ୍ନ ନାୟିକାଙ୍କ ନଗ୍ନ ଭିଡିଓ କଲ୍ ଜାଲରେ ଫସି ଠକାମିର ଶିକାର ହୋଇଛନ୍ତି ଜଣେ ଇଞ୍ଜିନିୟର। BSNL ଇଞ୍ଜିନିୟରଙ୍କୁ ନ୍ୟୁଡ୍‌ ଭିଡିଓ କଲ୍‌ ଜାଲରେ ଫସାଇ ଆକାଉଣ୍ଟରୁ ୨୫ ଲକ୍ଷ ଟଙ୍କା ଗାଏବ କରିନେଇଛନ୍ତି ନାୟିକା ଜଣକ। 

Advertisment

ସୂଚନା ଅନୁସାରେ, ନାୟିକା ଜଣକ ପ୍ରଥମେ WhatsAppରେ ‘Hi’ ମେସେଜ କରିଥିଲେ। ଏହାପରେ WhatsAppରେ ନ୍ୟୁଡ୍‌ ଭିଡିଓ କଲ୍‌ କରି ସେ ଇଞ୍ଜିନିୟରଙ୍କୁ ଟ୍ରାପ୍‌ କରିଥିଲେ। ଟ୍ରାପର ଗୋଟିଏ ଦିନ ପରେ ନକଲି CBI ଅଫିସରର ପରିଚୟ ଦେଇ ସମ୍ପୃକ୍ତ ଯୁବତୀ ନ୍ୟୁଡ୍‌ ଭିଡ଼ିଓ ପାଇଁ ବ୍ଲାକ୍‌ମେଲିଯ କରିବା ଆରମ୍ଭ କରିଥିଲେ। ପରେ ଏହି ଭୟରେ ଉକ୍ତ ଯୁବତୀ ଇଞ୍ଜିନିୟରଙ୍କ ଠାରୁ ପର୍ଯ୍ୟାୟ କ୍ରମେ ୨୫ ଲକ୍ଷ ଟଙ୍କା ଚୁନ ଲଗାଇଥିଲେ। 

ଠକେଇର ଶିକାର ହେବା ପରେ BSNL ଇଞ୍ଜିନିୟର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ହେଉଥିବା ସାଇବର ଠକେଇ ମଧ୍ୟରୁ ୩୦% ଲୋକ ନ୍ୟୁଡ୍‌ କଲ୍‌ ଯୋଗୁ ଠକାମିର ଶିକାର ହେଉଥିବା ସାଇବର ଥାନା ପକ୍ଷରୁ ସୂଚନା ଦିଆଯାଇଛି। 

Advertisment
Cyber Crime WhatsApp Call Nude Video Call
Advertisment
Advertisment