ସଂକ୍ଷେପରେ ଆଜିର ତାଜା ଖବର - Saturday, 21 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଚାଲୁ ରହିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ: ସେବାୟତ ଆବାସ ପାଇଁ ୬ ଏକର ଚିହ୍ନଟ

 ଆଦର୍ଶ ଗୁରୁକୁଳ ପାଇଁ ସୋସାଇଟି ଗଠନ ନେଇ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି।   More

କୁନି ହାତ ଶିଖୁଛି ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କଳା

କୁନି ହାତ ଶିଖୁଛି ରଥ ନିର୍ମାଣ କଳା। କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ କାଲିର ରଥଶିଳ୍ପୀ। ବାପ ଅଜାମାନେ ହାତ ଧରେଇ ଶିଖଉଛନ୍ତି କଳା। More

ପଛରେ ପଡିଛି ଡିଜିଟାଲ୍ ଶିକ୍ଷା: ରାଜ୍ୟରେ ୮୪% ସ୍କୁଲରେ ନାହିଁ କମ୍ପ୍ୟୁଟର

ଗତକିଛି ଦିନ ହେବ ରାଜ୍ୟରେ ଡ୍ରପ୍ ଆଉଟ୍ ହାର ବଢିଥିବାନେଇ ଚର୍ଚ୍ଚା ଜୋର ଧରିଛି। More

ଉଜ୍ଜ୍ୱଳା ହିତାଧିକାରୀଙ୍କ ଲାଗି ଗ୍ୟାସ ଦର କମାଇଲା କେନ୍ଦ୍ର

ବଢ଼ୁଥିବା ଦରଦାମରେ ଘାଣ୍ଟି ହେଉଥିବା ଲୋକଙ୍କ ଦୁର୍ଦ୍ଦଶା ଦେଖି ଦର କମାଯାଇଛି। More

ଦାଦନ ଗଡ଼ ବଲାଙ୍ଗିରର ଦୟନୀୟ କାହାଣୀ : ୧୦ ଦିନରେ ରାଜ୍ୟ ବାହାରୁ ଆସିଲାଣି ଦଶ ଶ୍ରମିକଙ୍କ ଶବ

କାହା ସ୍ୱାର୍ଥରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନା ? ଉଠିଲା ପ୍ରଶ୍ନ More

ଶାରୀରିକ ସଂପର୍କ ରଖିବାକୁ ମନା କରିଥିଲେ ବର୍ଷା

ପତି-ପତ୍ନୀ ଉଭୟ ଗୋଟିଏ ରୁମରେ ଏକାଠି ରହୁଥିଲେ। More

ବିଲେଇ ସ୍ମୃତିରେ ନାମଯଜ୍ଞର ଆୟୋଜନ : ଆତ୍ମାର ସଦଗତି ପାଇଁ ମନ୍ତ୍ରୋଚାରଣ କଲେ ପଣ୍ଡିତ

ନିଖୋଜ ହୋଇଗଲା ପ୍ରିୟ ବିଲେଇ । ଭାଙ୍ଗି ପଡ଼ିଗଲେ ପରିବାର ଲୋକ । ଶେଷରେ ତା’ର ଆତ୍ମାର ସଦଗତି ପାଇଁ ନାମଯଜ୍ଞର ଆୟୋଜନ କରିଛନ୍ତି । More

AIIMS ଆସୁଛନ୍ତି ସନ୍ଦିଗ୍ଧ ଟମାଟୋ ଫ୍ଲୁ ରୋଗୀ

ପ୍ରତିଦିନ ୪ରୁ ୫ ଜଣ ଟମାଟୋ ଫ୍ଲୁ ଲକ୍ଷଣ ଥିବା ରୋଗୀ ଚିକିତ୍ସା ପାଇଁ AIIMS ଆସୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସର ଅତିରିକ୍ତ ସୁପରିଟେଣ୍ଡାଣ୍ଟ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ । More

ବନ୍ଦ ହେବାକୁ ଯାଉଛି ସେଲ୍‌ଫ ଫାଇନାନ୍ସିଂ କୋର୍ସ; ଅସନ୍ତୋଷ ଛାତ୍ରଛାତ୍ରୀ, ପ୍ରଶ୍ନ ଉଠାଇଲେ ଶିକ୍ଷାବିତ୍

ବିଶ୍ୱବିଦ୍ୟାଳୟରେ ବନ୍ଦ ହେବାକୁ ଯାଉଛି ସେଲଫ୍ ଫାଇନାନ୍ସିଂ କୋର୍ସ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ । More

କାହାର ଏହି କଟା ଗୋଡ଼ ? ଭୟଭୀତ ଲୋକେ...

କେଉଁଠୁ ଆସିଲା କଟା ଗୋଡ଼ ? ଜଙ୍ଗଲରେ କଟା ଗୋଡ଼ କିଏ ପକାଇଲା, ତାହା ଜଣାପଡ଼ିନି। ତେବେ କଟା ଗୋଡ଼ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। More

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାପପୁଅ ଗୁରୁତର

ବାଇକ୍‌ରେ ଯାଉଥିବା ବେଳେ ସିନାପାଲି ରାବଣ ଛକରେ ବାପପୁଅଙ୍କୁ ଉପରକୁ ଫାୟାରିଂ ହୋଇଛି । More

ହିନ୍ଦୋଳ ଫରେଷ୍ଟ ରେଞ୍ଜ୍‌ରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଜଙ୍ଗଲରେ ବିଛା ଯାଇଥିବା ଜାଲରେ ପଡ଼ି ବାଘର ମୃତ୍ୟୁ । ତେବେ କିଏ ଓ କାହିଁକି ଜଙ୍ଗଲରେ ଜାଲ ବିଛାଇଥିଲେ, ସେନେଇ ଅଧିକ ତଦନ୍ତ ଜାରି ରହିଥିବା ବନ ବିଭାଗ ସୂଚନା ଦେଇଛି । More

ମହାନଦୀ ଜଳ ବିବାଦ: ଦିନେ ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇ ଥିଲେ, ଏବେ କୁଆଡ଼େ ଗଲେ ବିଜେଡି ନେତା ?

ମହାନଦୀ ସମସ୍ୟାର ସମାଧାନ ହୋଇନଥିଲେ ବି ଏବେ କୁଆଡ଼େ ଗଲେ ବିଜେଡି ନେତାମାନେ ବୋଲି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଏ ପ୍ରସଙ୍ଗକୁ ନେଇ ବିଜେଡି ଅନେକ ତୁମ୍ଭି ତୋଫାନ କରିଥିଲା।  More

୧୪ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା, ରୁହନ୍ତୁ ସତର୍କ...

ରାଜ୍ୟର ୧୪ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ବଜ୍ରପାତ ଆଶଙ୍କା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। More

ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ

ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ଦେଖା ହେବ । ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଖାତା ଦେଖା ପ୍ରକ୍ରିୟା ଚାଲିବ । More

ମୁହଁ ଖୋଲିଲେ ହ୍ୟୁମାନ କହିଲେ- ‘ମହାପ୍ରଭୁଙ୍କ ଗୀତ ଗାଇବାକୁ ମୋର ଡୋରି ଲାଗିନି’

ଓଲିଉଡ୍‌ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ସଂଗୀତକାର ଜାପାନୀ ଥାନାରେ ହତ୍ୟା ଧମକ ନେଇ ଅଭିଯୋଗ କରିବା ପରେ ଗତକାଲି ହ୍ୟୁମାନ ମୁହଁ ଖୋଲିଛନ୍ତି। କାହାର ଧାର୍ମିକ ଭାବନାକୁ ଆଘାତ ଦେବା ଲକ୍ଷ୍ୟ ନୁହେଁ ବୋଲି ହ୍ୟୁମାନ କହିଛନ୍ତି।  More

ଏହି ରାଶିର ବ୍ୟକ୍ତିଙ୍କୁ ମିଳିପାରେ ଖୁସି ଖବର, ଚାକରିରେ ହୋଇପାରେ ପଦୋନ୍ନତି

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ, ଶନିବାର । ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ପାଦ- କୃଷିହାନି-ଭୂମିଦାନ। More

ଜୁନ୍ ୧ରୁ ବାରବାଟୀ ଟି ଟ୍ୱେଣ୍ଟି ପାଇଁ ଟିକେଟ୍‌ ବିକ୍ରି

ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ। ଓସିଏ ସଂପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି। More

ଓବିସି ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କୁ ନିନ୍ଦା କଲେ ବିରୋଧି

ସୁପ୍ରିମକୋର୍ଟ ମଧ୍ୟପ୍ରଦେଶର ଓବିସିଙ୍କୁ ସଂରକ୍ଷଣ ଅନୁମତି ଦେବା ପରେ ଓଡ଼ିଶା ସରକାର କୋର୍ଟକୁ ଯିବେ କି ନାହିଁ ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି । କେବଳ ବିଜେପି ନୁହେଁ, କଂଗ୍ରେସ ମଧ୍ୟ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛି । More

ପୁଣି ଲୌହ ଦାନବର ରକ୍ତ ଭୋଜି: ୩ ହାତୀ ମୃତ୍ୟୁର କାରଣ ଖୋଜା

ପରସ୍ପରକୁ ଦୋଷ ଠେଲିଲେ ରେଳ ଓ ବନ ବିଭାଗ,ବିଭିନ୍ନ କାରଣରୁ ୫ ବର୍ଷରେ ରାଜ୍ୟରେ ୪୧୦ରୁ ଅଧିକ ହାତୀଙ୍କ ମୃତ୍ୟୁକୁ ନେଇ ବଢିଛି ଚିନ୍ତା More

ରାଜନୈତିକ କ୍ୟାରିୟର ପାଇଁ କାଳ ହେବାକୁ ଯାଉଛି କି ପତ୍ନୀ ବର୍ଷାଙ୍କ ସହ ସାଂସଦ ଅନୁଭବଙ୍କ ବିବାଦ ?

ଭିଡିଓରେ ଖୋଦ୍ ଅନୁଭବଙ୍କ ଶଙ୍କାକୁ ସାବ୍ୟସ୍ତ କରିବା ପରେ ଦେବାଶିଷଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା । ଏପଟେ ବର୍ଷା ଫ୍ୟାନ୍ କ୍ଲବ୍ କହିଲା ମିଛ କାନ୍ଦ, ମହାଡ୍ରାମା । More

ବାଲେଶ୍ୱର ପ୍ରିନ୍ସ କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ୨୦୦ ଟଙ୍କା ଚୋରି ପାଇଁ ଝିଅକୁ ହତ୍ୟା କରିଥିବା ଅଭିଯୋଗ

ବାଲେଶ୍ୱରରେ ପ୍ରିନ୍ସ ରେସିଡେନ୍ସିଆଲ କଲେଜର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ ଛାତରୁ ପଡ଼ି ପ୍ରାଣ ହରାଇବା ପଛରେ ସାମ୍ନାକୁ ଆସିଛି ସାଂଘାତିକ ଅଭିଯୋଗ । More