/odishatv-khabar/media/post_attachments/uploadimage/library/16_9/16_9_0/____1653101976.jpg)
Odia Singer Humane Sagar Reacts Over Allegation Of Making Death Threats
ଓଲିଉଡ୍ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ସଂଗୀତକାର ଜାପାନୀ ଥାନାରେ ହତ୍ୟା ଧମକ ନେଇ ଅଭିଯୋଗ କରିବା ପରେ ଗତକାଲି ହ୍ୟୁମାନ ମୁହଁ ଖୋଲିଛନ୍ତି। ହ୍ୟୁମାନଙ୍କ ନାଁରେ ଥିବା ଏକ ଫେସ୍ବୁକ୍ ପେଜ୍ରେ ହ୍ୟୁମାନ ଏକ ଭିଡିଓ ଶେଆର କରିଛନ୍ତି।
ହ୍ୟୁମାନ କହିଛନ୍ତି, ‘ଯେଉଁମାନେ ଏସବୁ କରିଛନ୍ତି ଭଗବାନ ସେମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ। ସବୁ ଧର୍ମକୁ ମୁଁ ସମ୍ମାନ କରେ। ମହାପ୍ରଭୁଙ୍କ ଗୀତ ଗାଇବାକୁ ମୋର ଡୋରି ଲାଗିନି। ଯେବେ ଡୋରି ଲାଗିବ କେହି ଅଟକାଇ ପାରିବେ ନାହିଁ। ସାରା ଓଡ଼ିଶା ଝୁମିବ।’ କାହାର ଧାର୍ମିକ ଭାବନାକୁ ଆଘାତ ଦେବା ଲକ୍ଷ୍ୟ ନୁହେଁ ବୋଲି ହ୍ୟୁମାନ କହିଛନ୍ତି।
ସୂଚନାଥାଉ କି, ହ୍ୟୁମାନଙ୍କ ବିରୋଧରେ ଅଭିଯୋଗ ଆଣି ସଂଗୀତକାର ଜାପାନୀ କହିଥିଲେ ଯେ, ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବାକୁ ସେ ତାଙ୍କୁ ବାରମ୍ବାର ନିବେଦନ କରିଥିଲେ ବି ସେ ତାକୁ ପ୍ରତ୍ୟାଖାନ କରୁଛନ୍ତି। ଗତ ୫ ବର୍ଷ ଧରି ସେ ହ୍ୟୁମାନଙ୍କୁ ଜଗନ୍ନାଥ ଭଜନ ଗାଇବାକୁ ନିବେଦନ କରି ଆସୁଛନ୍ତି। ହେଲେ ସବୁଥର ସେ ଏହାକୁ ଏଡ଼ାଇ ଦେଇଛନ୍ତି ବୋଲି ଜାପାନୀ ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)