• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ, ଶନିବାର । ତିଥି – ୬ଷ୍ଠୀ ଦିବା ୦୨/ ୫୯/୩୩  ଗତେ ୭ମୀ ଚନ୍ଦ୍ର- ମକର ଅହୋରାତ୍ର, ଘାତ ଚନ୍ଦ୍ର- ସିଂହ ରାଶିର ଅହୋରାତ୍ର, ଘାତ ବାର- ବୃଷ , ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ପାଦ- କୃଷିହାନି-ଭୂମିଦାନ  ଦିବା ୦୨/୫୯/୩୩ ଗତେ ୨ପାଦ-କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ।  

ଶୁଭ ସମୟ-  ଦିବା ୧୦/୦୫/୪୪ ରୁ  ୧୨/୦୯/୨୩ , ଦିବା ୦୨/୫୮/୩୪ ରୁ ୦୩/୩୭/୩୭ , ରାତ୍ରି ୦୭/୩୬/୦୯ ରୁ ୦୭/୪୧/୩୯, ରାତ୍ରି ୧୧/୨୧/୧୬ ରୁ ୦୧/୩୩/୦୨, ରାତ୍ରି ୦୩/୦୦/୫୩ ରୁ ୦୩/୫୦/୧୮
ଅଶୁଭ ସମୟ- ରାହୁକାଳ- ଦିବା ୦୮/୨୮/୦୮ ରୁ ୧୦/୦୫/୪୪, କାଳବେଳା-ପ୍ରାପ୍ତ ୦୫/୧୨/୫୪ ରୁ ୦୬/୫୦/୩୧ ଓ ଦିବା ୦୪/୩୬/୧୧ ରୁ ୦୬/୧୩/୪୮, ବାରବେଳା –ଦିବା ୦୧/୨୦/୫୮ ରୁ ୦୨/୫୮/୩୪, କାଳରାତ୍ରି- ସନ୍ଧ୍ୟା ୦୬/୧୩/୪୮ ରୁ ୦୭/୩୬/୦୯ ଓ ରାତ୍ରି ୦୩/୫୦/୧୮ ରୁ ୦୫/୧୨/୩୯

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ- ଆଶା କରୁଥିବା ଦିଗରୁ ସଫଳତା ପାଇବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରୁ ଲାଭବାନ ହେବେ। ଯାତ୍ରା ସମୟରେ କୌଣସି ପଦ ବ୍ୟକ୍ତିଙ୍କ ସାନିଧ୍ୟ ପାଇ ପାରନ୍ତି।  
ପ୍ରତିକାର- ମହାଦେବଙ୍କୁ ତ୍ରିଶାଖା ବେଲପତ୍ର ଅର୍ପଣ କରନ୍ତୁ   

ବୃଷ- ଆୟ ବଢିବ। ଚାକିରିରେ ପଦୋନ୍ନତି ହୋଇପାରେ। ନୂତନ ବ୍ୟବସାୟ ଆରମ୍ଭ କରିବେ। ମହିଳାମାନେ ଉଚ୍ଚମନା ହେବେ।
ପ୍ରତିକାର – ମା ଲକ୍ଷ୍ମୀଙ୍କୁ କିସ୍‌ମିସ୍ ଅର୍ପଣ କରନ୍ତୁ   

ମିଥୁନ- ଦୀର୍ଘଦିନର ଅଭିଳାଷ ପୂରଣ ହେବ। କର୍ମକ୍ଷେତ୍ରରେ ଚାପ ବଢିଯିବ ଓ ପଡୋଶୀଙ୍କ ସହିତ କଳହ ଲାଗିପାରେ। ସମ୍ମାନ ବୃଦ୍ଧି ଘଟିବ ଓ ପ୍ରତିଭାର ବିକାଶ ଘଟିବ।
ପ୍ରତିକାର- ପ୍ରଭୂ ଗଣେଷଶଙ୍କୁ ଦୂବ ଦାନ କରନ୍ତୁ

କର୍କଟ- ନୂତନ ଗୃହ ନିର୍ମାଣ ପାଇଁ ଯୋଜନା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ କଟାଇବେ। 
ପ୍ରତିକାର – କୌଣସି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

ସିଂହ- କର୍ମକ୍ଷେତ୍ରରେ ନିଜ ମନ ଅନୁସାରେ କର୍ମ କରିବେ ଓ ସମସ୍ତଙ୍କର ପ୍ରିୟଭାଜନ ହେବେ। ହଠାତ୍‌ କୌଣସି ଯୋଜନାରେ ପରିବର୍ତ୍ତନ କରିପାରନ୍ତି। ବ୍ୟବସାୟରେ ଲାଭବାନ ହେବେ ଓ ସାଂସାରିକ ଜୀବନରେ ଚିନ୍ତାରେ ରହିବେ।
ପ୍ରତିକାର - ପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ

କନ୍ୟା- ସ୍ୱାସ୍ଥ୍ୟ ଭଲ ରହିବ। ପୁରୁଣା କଥା ଭୁଲି ସମ୍ପର୍କ ରକ୍ଷା କରିବେ। ପ୍ରଶାସନିକ ସ୍ତରରେ ସକ୍ରିୟ ରହିବେ। ଆଶା କରିଥିବା ଦିଗରୁ ସାହାଯ୍ୟ ପାଇବେ।
ପ୍ରତିକାର – ବିଷ୍ଣୁଙ୍କ ସହସ୍ର ନାମ ପାଠ କରନ୍ତୁ

ତୁଳା- କର୍ମକ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କରିବେ।
ପ୍ରତିକାର - ଧଳା ରଙ୍ଗର ପୋଷାକ ପରିଧାନ କରନ୍ତୁ

ବିଛା- ପୂର୍ବରୁ ସ୍ଥିର କରିଥିବା ସ୍ଥାନକୁ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ କରିବେ। ମହିଳାମାନେ ଘର ଭିତରେ ବ୍ୟସ୍ତ ରହିପାରନ୍ତି।
ପ୍ରତିକାର – ମଥାରେ ଚନ୍ଦନ ଲଗାଇ ଦିନ ଆରମ୍ଭ କରନ୍ତୁ

ଧନୁ- ମନ ଚାହୁଁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହେବ। ପରିବାର ଭିତରେ ଭୁଲ୍‌ ବୁଝାବଣା ହେବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।    
ପ୍ରତିକାର-  ସକାଳୁ ଉଠି ପିତାମାତାଙ୍କ ଚରଣ ସ୍ପର୍ଶ କରନ୍ତୁ

ମକର- ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବ ମନକୁ ଅସ୍ଥିର କରାଇବ। ପଡୋଶୀଙ୍କ ସହିତ ବିବାଦଗ୍ରସ୍ତ ହେବେ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ।
ପ୍ରତିକାର - ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

କୁମ୍ଭ- ଶତ୍ରୁତାର ପରିସମାପ୍ତି ଘଟିପାରେ। ବାରମ୍ବାର କାମରେ ପରିବର୍ତ୍ତନ ମନରେ ଚିନ୍ତା ସୃଷ୍ଟି କରିବ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ।
ପ୍ରତିକାର – କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ମୀନ- ଅତି ଭଲ ସମ୍ପର୍କ ଥିବା ଲୋକ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ମାଙ୍ଗଳିକ କାର୍ଯ୍ୟ ପାଇଁ ଘରେ ଆଲୋଚନା କରିପାରନ୍ତି। ନୂତନ ଯାନବାହନ କିଣିବା ପାଇଁ ମନସ୍ଥ କରିବେ।
ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ

 (ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)