/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653142028.jpg)
ଅନୁଭବ-ବର୍ଷା ବିବାଦ
ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓକୁ ନେଇ ଚର୍ଚ୍ଚା। ଦୁଇ ଦିନ ତଳେ ପ୍ରଥମ ଭିଡିଓରେ ଅନୁଭବ ନିଜ ମନର କ୍ଷୋଭ ପ୍ରକାଶ କରିବା ପରେ ଆଜି ଦ୍ୱିତୀୟ ଭିଡିଓରେ ସିଧାସଳଖ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନେଇ ତାଙ୍କ ବୈବାହିକ ଜୀବନରେ ଝଡ ସମ୍ପର୍କରେ ମୁହଁ ଖୋଲିଛନ୍ତି ଅନୁଭବ।କହିଛନ୍ତି, ୨୦୧୪ରେ ବର୍ଷାଙ୍କୁ ସେ ପ୍ରେମ ବିବାହ କରିଥିଲେ। ତେବେ ବିବାହର ୮ ବର୍ଷ ଯାଏଁ ସେ ସ୍ୱାମୀର ଅଧିକାର ପାଇନଥିଲେ।
ବର୍ଷାଙ୍କୁ ବିବାହ କରିବାକୁ ମୋ ପରିବାର ସମ୍ମତି ଦେଉନଥିଲା...ବର୍ଷା କହିଥିଲେ ଶାରିରୀକ ସମ୍ପର୍କ ରଖିବାକୁ ମତେ ଡର ଲାଗେ...ଆଜି ଏମିତି କିଛି କହିଛନ୍ତି ଅନୁଭବ#AnubhavMohanty#VarshaPriyadarshini#Odisha#OTVpic.twitter.com/Bc6jDMiRcS
— ଓଟିଭି (@otvkhabar) May 21, 2022
ପତି-ପତ୍ନୀ ଉଭୟ ଗୋଟିଏ ରୁମରେ ଏକାଠି ରହୁଥିଲେ ମଧ୍ୟ ଏହି ପବିତ୍ର ସମ୍ପର୍କରୁ ବର୍ଷା ତାଙ୍କୁ ବଞ୍ଚିତ କରି ରଖିଥିଲେ। ପତି-ପତ୍ନୀଙ୍କ ମଧ୍ୟରେ ଥିବା ଏହି ପବିତ୍ର ସମ୍ପର୍କରେ ରକ୍ଷା ନକରିବା ଲାଗି ବର୍ଷା ତାଙ୍କୁ ଆରମ୍ଭରୁ କହିଥିଲେ।
ତେବେ ୮ ବର୍ଷ ଧରି ଅପେକ୍ଷା ପରେ ସେ ହିଁ ପ୍ରଥମେ ଦିଲ୍ଲୀ କୋର୍ଟରେ ଛାଡ଼ପତ୍ର ମାମଲା ଦାଏର କରିଥିଲେ ବୋଲି କହିଛନ୍ତି ଅନୁଭବ। ସେପଟେ ଅନୁଭବଙ୍କ ଏ ଭିଡିଓକୁ ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)