Advertisment

AIIMS ଆସୁଛନ୍ତି ସନ୍ଦିଗ୍ଧ ଟମାଟୋ ଫ୍ଲୁ ରୋଗୀ

ପ୍ରତିଦିନ ୪ରୁ ୫ ଜଣ ଟମାଟୋ ଫ୍ଲୁ ଲକ୍ଷଣ ଥିବା ରୋଗୀ ଚିକିତ୍ସା ପାଇଁ AIIMS ଆସୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସର ଅତିରିକ୍ତ ସୁପରିଟେଣ୍ଡାଣ୍ଟ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Every day 4-5 patients with Tomato flu-like symptoms are coming to AIIMS

Every day 4-5 patients with Tomato flu-like symptoms are coming to AIIMS

ଭୁବନେଶ୍ୱର AIIMS ଆସୁଛନ୍ତି ସନ୍ଦିଗ୍ଧ ଟମାଟୋ ଫ୍ଲୁ ରୋଗୀ । ଏନେଇ ସୂଚନା ଦେଇଛନ୍ତି AIIMSର ଆଡିସନାଲ ସୁପରିଣ୍ଟଣ୍ଡେଣ୍ଟ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ । ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ମଧ୍ୟ ଟମାଟୋ ଫ୍ଲୁ ଆଶଙ୍କା ବଢ଼ି ବଢ଼ି ଚାଲିଛି । ଫଳରେ ଏମ୍‌ସକୁ ମଧ୍ୟ ଏପରି ଲକ୍ଷଣ ଥିବା ରୋଗୀ ଆସୁଥିବା ସୂଚନା ରହିଛି । ଏମିତି କି ପ୍ରତିଦିନ ୪ରୁ ୫ ଜଣ ଏଭଳି ଲକ୍ଷଣ ଥିବା ରୋଗୀ ଆସୁଛନ୍ତି । ପ୍ରାୟ ୨ ସପ୍ତାହ ହେବ ଏଭଳି ଲକ୍ଷଣ ଥିବା ରୋଗୀ ଏମ୍‌ସକୁ ଆସୁଛନ୍ତି ବୋଲି ସେ କହିଛନ୍ତି ।

Advertisment

ଅନ୍ୟପକ୍ଷେ, କେରଳରେ ବର୍ତ୍ତମାନ ସୁଦ୍ଧା ଟମାଟୋ ଫ୍ଲୁର ୮୨ଟି କେସ୍ ଚିହ୍ନଟ ହୋଇସାରିଲାଣି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ କୌଣସି ଆଡ଼ଭାଇଜାରି ଆସିନି କିମ୍ବା ସର୍ଭେଲାନ୍ସ କରିବାକୁ ଆଲର୍ଟ ବି ଜାରି କରାଯାଇନି। ତେଣୁ ବର୍ତ୍ତମାନ କୌଣସି ଆତଙ୍କିତ ହେବାର ନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆଶ୍ୱାସନା ଦେଇଛନ୍ତି। ଟମାଟୋ  ଫ୍ଲୁ ପ୍ରସଙ୍ଗରେ ଡାକ୍ତର ଏବଂ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଇଛି। ସେମାନଙ୍କ ମତ, ଟମାଟୋ ଫ୍ଲୁ ଏକ ଭାଇରାଲ ରୋଗ। ଏହା ଗ୍ରୀଷ୍ମଦିନରେ ହିଁ ହୁଏ। ଏହାର ଲକ୍ଷଣ ହେଉଛି- ପିଲା ଖାଇବେ ନାହିଁ, ବାନ୍ତି ହେବ, ଦେହ ଯାକ ଫଳି ଯିବ, ନାଲି ପଡିଯିବ ଏବଂ ଜ୍ୱର ହେବ।

ଓଡ଼ିଶାରେ କେତେ କେସ୍ ଏଭଳି ଅଛି ଜାଣିବା ପାଇଁ ମେଡ଼ିକାଲ କଲେଜ ଗୁଡିକୁ ରିପୋର୍ଟ ମଗାଯାଇଥିଲା। RMRC ଏହି ଭାଇରାଲ ଭାଇରସର ଡିଟେକ୍ସନ ସହ ନମୁନା ସଂଗ୍ରହ କରି ପଠାଇବେ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। 

Advertisment
Odisha AIIMS Tomato Flu
Advertisment
Advertisment