• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଲେଇ ଆତ୍ମାର ସଦଗତି ନିମନ୍ତେ ଗୀତା ଯଜ୍ଞର ଆୟୋଜନ । ବ୍ରାହ୍ମଣ ଆସିଛନ୍ତି, ମନ୍ତ୍ର ଉଚ୍ଚାରଣ କରି ଜଜ୍ଞ କୁଣ୍ଡରେ ଘିଅ ଢାଳି ପୂଜାର୍ଚ୍ଚନା କରିଛନ୍ତି । ଅବିଶ୍ୱାସ ଲାଗୁଥିଲେ ବି ଏକଥା ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜାରକା ଅଂଚଳରେ । ଜଣେ ମହିଳାଙ୍କ ଘରେ ଥିବା ଏକ ପୋଷା ବିଲେଇ ଗତ ୬ ମାସ ହେଲା କେଉଁଆଡେ ଅନ୍ତର୍ଧ୍ୟାନ ହୋଇଯାଇଛି । ଅନେକ ଖୋଜାଖୋଜି କରିବା ପରେ ପୋଷା ବିଲେଇର ମୃତ୍ୟୁ ହୋଇଥିବା ଭାବି ତା ଆତ୍ମାର ସଦଗତି ପାଇଁ ଘରେ ଗୀତାଯଜ୍ଞର ଆୟୋଜନ କରାଯାଇଛି । ଯାହା ସ୍ଥାନୀୟ ଅଂଚଳରେ ଏକ ଚର୍ଚ୍ଚାର ବିଷୟ ହୋଇଛି ।

ଜାରକାସ୍ଥିତ ଗୋପବନ୍ଧୁ ଛକ ନିକଟରେ ରୁହନ୍ତି ନିର୍ମଳ ପଣ୍ଡାଙ୍କ ପରିବାର । ନିର୍ମଳଙ୍କ ଘରକୁ କିଛି ବର୍ଷ ପୂର୍ବେ ଅଚାନକ ଏକ ବିଲେଇ ଚାଲିଆସିଥିଲା । ତାଙ୍କ ପତ୍ନୀ ସରୋଜିନୀ ତାକୁ ଖାଇବାକୁ ଦେବା ସହ ନିଜ ଘରେ ଆଶ୍ରୟ ଦେଇଥିଲେ । ଫଳରେ ସେ ବିଲେଇଟି ସବୁ ଦିନ ପାଇଁ ତାଙ୍କ ଘରେ ରହିଯାଇଥିଲା । ଧିରେ ଧିରେ ଏହି ବିଲେଇର ବଂଶ ବୃଦ୍ଧି ହୋଇତିଲା । ସରୋଜିନୀ ସେମାନଙ୍କୁ ମା’ ପରି ସ୍ନେହ ଦେଇ ଲାଳନପାଳନ କରୁଥିଲେ । ନିଜର ଘରକାମ ସହ ସରୋଜିନୀ ବିଲେଇ ମାନଙ୍କୁ ଗାଧୋଇଦେବା ଠାରୁ ଆରମ୍ଭ କରି ଖାଇବା ପିଇବା ସବୁ ଦିଅନ୍ତି । ମାତ୍ର ସରୋଜିନୀଙ୍କର ସବୁଠୁ ପ୍ରିୟ ବିଲେଇ ଗୌରାଙ୍ଗ ସୁନା କେଉଁଆଡେ ଛଅମାସ ହେବ ଚାଲିଯାଇ ଆଉ ଘରକୁ ଫେରିନଥିଲା । ଫଳରେ ସରୋଜିନୀ ଦୁଃଖରେ ଭାଙ୍ଗିପଡିଥିଲେ ।

ନିଖୋଜ ବିଲେଇଟି ପ୍ରାଣ ହରାଇଥିବା ଆଶଙ୍କା କରି ପଶୁ ଜନ୍ମରୁ ତାକୁ ମୁକ୍ତି ଦେବା ପାଇଁ ନିଜଘରେ ଗୀତା ଜଜ୍ଞର ଆୟୋଜନ କରିଥିଲେ । ଏହି ସମୟରେ ତାଙ୍କ ଘରେ ବିଭିନ୍ନ ସମୟରେ ଉତ୍ତୋଳନ କରାଯାଇଥିବା ବିଲେଇ ମାନଙ୍କ ଫଟୋଚିତ୍ରକୁ ସେଠାରେ ସ୍ଥାନିତ କରାଯାଇଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସମୟରେ ମଶିଷ ପଶୁ ପ୍ରତି ହିଂସ୍ର ଆଚରଣ କରୁଥିବା ବେଳେ ସରୋଜିନୀଙ୍କ ବିଲେଇ ପ୍ରତି ମମତା, ସ୍ନେହ, ଶ୍ରଦ୍ଧା ଆଗରେ ମଣିଷ ପଶୁ ସମସ୍ତେ ସମାନ ବୋଲି ପ୍ରମାଣିତ କରୁଛି ।

ଯାଜପୁର, ଗୁଲାମ ଗସ