/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653155152.jpg)
Heritage Corridor
ପୂର୍ବପରି ଚାଲୁ ରହିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଏନେଇ ନିଷ୍ପତ୍ତି ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ASI ସହ ମିଶି ପ୍ରକଳ୍ପ କାର୍ଯ୍ୟ ଚାଲିବ। ସାଂସ୍କୃତିକ ପରାମର୍ଶଦାତା କମିଟିର ନିଷ୍ପତ୍ତିକୁ ମଧ୍ୟ ବୈଠକରେ ମୋହର ଲାଗିଛି। ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର ୧୦୦ ମିଟର ବାହାରେ କରିବାକୁ ନିଷ୍ପତ୍ତି ହୋଇଛି।
ତେବେ ଏହା କେଉଁ ସ୍ଥାନରେ କରାଯିବ ତାହା ସ୍ପଷ୍ଟ ହୋଇନି। ଆବଶ୍ୟକ ହେଲେ ଆଉଟର ଆକ୍ସେସମେଣ୍ଟ ରୋଡ୍ ପାଇଁ ଅଧିକ ଜମି ଅଧିଗ୍ରହଣ କରାଯିବ। ସେହିପରି ଆଦର୍ଶ ଗୁରୁକୁଳ ଓ ସେବାୟତ ଆବାସ ଯୋଜନା ନେଇ ଆଲୋଚନା ହୋଇଥିବା ବେଳେ ସେବାୟତ ଆବାସ ପାଇଁ ୨ଟି ସ୍ଥାନରେ ଜମି ଚିହ୍ନଟ ହୋଇଥିବା ସୂଚନା ମିଳିଛି।
ହରଚଣ୍ଡିସାହି ଓ ମାଟିମଣ୍ଡପ ସାହିରେ ୬ ଏକର ସ୍ଥାନ ଚିହ୍ନଟ ହୋଇଛି। ଆସନ୍ତା ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଓବିସିସି ଏହାର ଡିଜାଇନ୍ ପ୍ରସ୍ତୁତ କରିବ। ଆଦର୍ଶ ଗୁରୁକୁଳ ପାଇଁ ସୋସାଇଟି ଗଠନ ନେଇ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)