Advertisment

କାହାର ଏହି କଟା ଗୋଡ଼ ? ଭୟଭୀତ ଲୋକେ...

କେଉଁଠୁ ଆସିଲା କଟା ଗୋଡ଼ ? ଜଙ୍ଗଲରେ କଟା ଗୋଡ଼ କିଏ ପକାଇଲା, ତାହା ଜଣାପଡ଼ିନି। ତେବେ କଟା ଗୋଡ଼ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

author-image
Rajalaxmi Sahoo
Amputated Leg Found From Jungle In Jajpur

Amputated Leg Found From Jungle In Jajpur

ଜଙ୍ଗଲରୁ କଟା ଗୋଡ଼ ଉଦ୍ଧାର। କେଉଁଠୁ ଆସିଲା କଟା ଗୋଡ଼ ? ଜଙ୍ଗଲରେ କଟା ଗୋଡ଼ କିଏ ପକାଇଲା, ତାହା ଜଣାପଡ଼ିନି। ତେବେ କଟା ଗୋଡ଼ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟ ଜଙ୍ଗଲରୁ ଏହି କଟା ଗୋଡ଼ ଉଦ୍ଧାର ହୋଇଛି। 

Advertisment

ସୂଚନା ଅନୁସାରେ, ମଙ୍ଗଳପୁର ନିକଟ ଜଙ୍ଗଲରେ କଟା ଗୋଡ଼ ପଡ଼ିଥିବା ନେଇ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ। 

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକ ତଦନ୍ତ ପାଇଁ କେନ୍ଦ୍ରାପଡ଼ାରୁ ସାଇଣ୍ଟିଫିକ ଟିମ୍ ଆସିବା ପରେ ଅଧିକ ସୂଚନା ମିଳିପାରିବ ବୋଲି ସୁକିନ୍ଦା ଥାନା ଅଧିକାରୀ କହିଛନ୍ତି। ଜଙ୍ଗଲରୁ କଟା ଗୋଡ଼ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Advertisment
Advertisment
Advertisment