ସଂକ୍ଷେପରେ ଆଜିର ତାଜା ଖବର - Saturday, 02 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କିଏ ସତ କହୁଛି କିଏ ମିଛ ? କ’ଣ ୪ଟି ଟୟଲେଟ୍‌ ପାଇଁ ଖୋଳାଯାଇଛି ୩୦ ଫୁଟ୍‌ର ଖାଲ ?

ଗୁରୁବାର ପାର୍ଲାମେଣ୍ଟରେ ପୁରୀ ସାଂସଦ ପିନାକୀ ମିଶ୍ର ରଖିଥିବା ତଥ୍ୟକୁ ନେଇ ସୃଷ୍ଟି ହୋଇଛି ହଇଚଇ, ବଢୁଛି ବିରୋଧ । ହେଲେ ଆଜି ନିଜର ସେ ତଥ୍ୟ ସପକ୍ଷରେ ସଫେଇ ଦେଇ ପିନାକୀ କହିଛନ୍ତି- ତାଙ୍କ ମନ୍ତବ୍ୟକୁ ମାତ୍ର କିଛି ଲୋକ ଗ୍ରହଣ କରୁନାହାନ୍ତି । More

ସାତିର୍‌ ନୁହେଁ ମହା ସାତିର ଥିଲା ନିରଞ୍ଜନ, ମର୍ଡର ପ୍ଲାନ୍‌ର ମାଷ୍ଟର ମାଇଣ୍ଡ

ସେଦିନ ଥିଲା ଫେବ୍ରୁୟାରୀ ୭ । ଚାନ୍ଦବାଲି ପଳାସପୁରରୁ ସକାଳୁ ମାନସଙ୍କୁ ଅପହରଣ କରି ଦୟାଲ ଆଶ୍ରମକୁ ଆଣିଥିଲେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ । More

ଦିନ କଂଗ୍ରେସର ବାହୁବଳି ବିଧାୟକ ଥିଲେ, ଏବେ ଜୀବନ ସାରା ରହିବେ ଜେଲ୍‌ରେ

ଉଭୟ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅନୁପ ସାଏଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । More

‘ସାଂସଦ ପିନାକୀ ମିଶ୍ର ଯେଉଁ ଯାହା ଦେଖାଉଛନ୍ତି ତାହା ASIର NOC ନୁହେଁ, କେବଳ NMAର ଚିଠି’

୧୦୦ ମିଟର ପରିଧି ଭିତରେ କିଛି ନିର୍ମାଣ ହେଲେ ଡିଜି ASIଙ୍କ ସ୍ପେସାଲ ଅନୁମତି ନିହାତି ଜରୁରୀ । ଏଥିପାଇଁ ଅନୁମତି ଦେବାକୁ NMA ପ୍ରାଧିକୃତ ନୁହଁନ୍ତି । More

ଶ୍ରୀମନ୍ଦିର ଚାରିପାଖେ ଖନନ କାର୍ଯ୍ୟକୁ ନେଇ ଯାହା କହିଛି ସତ କହିଛି: ପିନାକୀ ମିଶ୍ର

କିଛି ବି ମିଛ କହିନାହିଁ । ଯଦି ସତସାହସ ଅଛି ବାଚସ୍ପତିଙ୍କୁ ଜଣାନ୍ତୁ ବୋଲି ପିନାକୀ ଆହ୍ୱାନ ଦେଇଥିଲେ । More

ପାଣି ଟୋପେ ପାଇଁ ଡହଳ ବିକଳ,ଉତ୍କଟ ରୂପ ନେଇଛି ପାନୀୟ ଜଳ ସମସ୍ୟା

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାତି ବଢୁଛି ଆଉ ତା ସାଙ୍ଗକୁ ଭୂତଳ ଜଳସ୍ତର ବି ହ୍ରାସ ପାଉଛି । କେଉଁଠି ସରକାରୀ ଯୋଜନାର ବିଫଳ ଯୋଗୁଁ ଲୋକେ ପାଣି ମୁନ୍ଦେରୁ ବଞ୍ଚିତ ରହୁଛନ୍ତି ତ ଅନ୍ୟ କେଉଁଠି କୋଶେ ବାଟ ଚାଲି ଚାଲି ଗଲେ ବି ସୁଦ୍ଧା ସ୍ୱଚ୍ଛ ପାଣି ମିଳିବାର ସୁଯୋଗ ମିଳୁନି । ତତଲା ଓଡ଼ିଶାରେ ଏବେ କେବଳ ଦୁର୍ଗମ ନୁହେଁ । ସହରାଞ୍ଚଳରେ ମଧ୍ୟ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି । More

ବ୍ଲକ ଉପାଧ୍ୟକ୍ଷଙ୍କ ମହାନତା; ଅପରିଷ୍କାର ଅମୃତଧାରାକୁ ନିଜ ହାତରେ ସଫା କଲେ

ଅପରିଷ୍କାର ଅମୃତଧାରାକୁ ନିଜ ହାତରେ ସଫା କଲେ ବ୍ଲକ୍‌ ଉପାଧ୍ୟକ୍ଷ...କେବଳ ଏତିକି ନୁହେଁ ବରଂ ଅଚଳ ଥିବା ପାଣିଟାଙ୍କିକୁ କଲେ ସଚଳ...ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ... More

ବଡ଼ ଯୋଜନା କରୁଛି କି ଋଷ୍‌ ? ଗ୍ୟାସ୍ କିଣୁଥିବା ବିଦେଶୀ ରାଷ୍ଟ୍ର ସମୂହଙ୍କୁ ଦେଲା ବଡ଼ ଚେତାବନୀ

ଜାରି ରହିଛି ଆଟାକ୍ ଓ କାଉଣ୍ଟର ଆଟାକ୍। ଋଷ୍‌ର ଯୁଦ୍ଧରେ ୟୁକ୍ରେନ୍ କ୍ଷତିଗ୍ରସ୍ତ ହେଉଥିବାବେଳେ ଏବେ ୟୁକ୍ରେନ୍ ଋଷ୍‌ରେ କରିଛି ପାଲଟା ଆକ୍ରମଣ। ଋଷ୍‌ର ବେଲଗୋରୋଡ ସହରରେ ଥିବା ଏକ ତୈଳ ଡିପୋ ଉପରେ ୟୁକ୍ରେନ ଆକ୍ରମଣ କରିଛି। More

'ଆମ ଲୋକଙ୍କର କଙ୍କଡ଼ା ବୁଦ୍ଧି, ନା ନିଜେ କିଛି କରିବେ ନା କରାଇ ଦେବେ'

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସଂସଦରେ ରଖିଥିବା ତଥ୍ୟ ସପକ୍ଷରେ ଯୁକ୍ତି ବାଢ଼ି ପୁଣି ଚର୍ଚ୍ଚାକୁ ଆସିଛନ୍ତି ପୁରୀର ବିଜେଡି ସାଂସଦ ପିନାକୀ ମିଶ୍ର। ସଂସଦରେ ସେ କେବଳ ୪ଟି ଟଏଲେଟ ନିର୍ମାଣ କଥାକହିଥିବା ବେଳେ ସମୟ ଅଭାବରୁ ଅନ୍ୟ ନିର୍ମାଣ କଥା କହିପାରନଥିଲେ ବୋଲି ଆଜି ସଫେଇ ଦେଇଛନ୍ତି । More

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ। କଳ୍ପନା ଦାସ ଓ ଝିଅ ବବ୍‌ଲି ହତ୍ୟା ମାମଲାରେ ଛତିଶଗଡ଼ ରାୟଗଡ଼ ସେସନ୍ସ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। More

ବାଉଳା କଲା ମଦ ନିଶା; ସ୍ତ୍ରୀ ବଦଳରେ ଶାଶୂ ବେକରେ ପକାଇଲା ଫୁଲମାଳ

ବାଉଳା କଲା ମଦ ନିଶା। ଏତେ ପିଇ ଥିଲେ ଯେ କିଛି ଜାଣିପାରୁନଥିଲେ....ଶେଷରେ ନିଜ ସ୍ତ୍ରୀ ବଦଳରେ ଶାଶୂଙ୍କୁ ପିନ୍ଧାଇ ଦେଲେ ଫୁଲମାଳ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ More

ମାନସ ହତ୍ୟା ମାମଲାରେ ବଡ଼ ଖୁଲାସା: ଗାଡ଼ି, ଟଙ୍କା ଦେଇ ଶର୍ମିଷ୍ଠାଙ୍କୁ ଫେରାର କରାଇଥିଲେ ନିରଞ୍ଜନ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନିରଞ୍ଜନ ସେଠୀ ଫେରାର କରାଇଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।  More

କାମ ପାଇଁ ବାହାରକୁ ଚାଲିଗଲା ପ୍ରେମିକ, ପଚାଲିଲାନି ପ୍ରେମିକା; ଶେଷରେ ଜଳିଲା ପ୍ରତିଶୋଧର ନିଆଁ...

ପରିତ୍ୟକ୍ତ କୂଅରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରେମିକା ଅଣଦେଖା କରିବା ଯୋଗୁ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକ, ପ୍ରେମିକାର ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ କହିଛି। More

ଭିଜିଲାନ୍ସ ଜାଲ୍‌ରେ ଆଉ ଜଣେ ସରକାରୀ ବାବୁ: ଘରୁ ମିଳିଲା ୭୦ ଲକ୍ଷ ଟଙ୍କାର ସୁନା

ଭିଜିଲାନ୍ସ ଜାଲ୍‌ରେ ଆଉ ଜଣେ ସରକାରୀ ବାବୁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ଆର୍‌ଏମ୍‌ସି ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି।  More

ଏପ୍ରିଲ ଆରମ୍ଭରୁ ଫୁଟିଲାଣି ଟିଟିଲାଗଡ଼

ଏପ୍ରିଲ ଆରମ୍ଭରୁ ଫୁଟିଲାଣି ଟିଟିଲାଗଡ଼। ଗତକାଲି ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ଟିଟିଲାଗଡ଼ ସହରର ସର୍ବାଧିକ ତାପମାତ୍ରା ୪୩.୪ ଡିଗ୍ରୀ ସେଲସିୟସ ଥିଲା। ସାଧାରଣତଃ ଏପ୍ରିଲ ମାସରେ ତାତିରେ ରେକର୍ଡ କରେ ଟିଟିଲାଗଡ଼। More

Daily Horoscope 2 April 2022 : ଜାଣନ୍ତୁ ଆଜିର ରାଶିଫଳ..

ଆଜି ୨୦୨୨ ମସିହା ଅପ୍ରେଲ ତା ୨ ରିଖ ଶନିବାର ମୀନ ୧୯ ଦିନ ଚୈତ୍ର ମାସ, ଶୁକ୍ଳପକ୍ଷ ପ୍ରତିପଦା ତିଥି, ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଦିନ ଘ ୧୧ଟା ୨୪ ମିନିଟ୍ ପର୍ଯ୍ୟନ୍ତ ଭୋଗ ହେବ । ତାପରେ ଅଶ୍ୱିନୀ ନକ୍ଷତ୍ର ମେଷ ଚନ୍ଦ୍ର ଭୋଗ ହେବ ।   More

କ୍ରାଇମ ସିନ୍ ରିକ୍ରିଏସନ୍, ଘଣ୍ଟା ଘଣ୍ଟାର ଜେରା,ଏକାଧିକ ପ୍ରଶ୍ନ...ଶେଷରେ କାନ୍ଦି କାନ୍ଦି ଅପରାଧ ମାନିଲେ ଶର୍ମିଷ୍ଠା

କ୍ରାଇମ ସିନ୍ ରିକ୍ରିଏସନ୍, ଘଣ୍ଟା ଘଣ୍ଟାର ଜେରା,ଏକାଧିକ ପ୍ରଶ୍ନ...ଗତ ୪ ଦିନ ଧରି କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ କିଛି ଏଭଳି ଭାବେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। More

‘ଆମକୁ ଉଦ୍ଧାର ନକଲେ ବାଲ୍‌କୋନିରୁ ଡେଇଁ ଆତ୍ମହତ୍ୟା କରିବୁ’

ସମିତି ସଭ୍ୟଙ୍କୁ ପାନ୍ଥ ନିବାସରେ ଅଟକ ରଖିଲା ପୋଲିସ୍‌। ଚାରିଆଡ଼େ ପୋଲିସ୍‌। ନା କୁଆଡ଼େ ଯିବାକୁ ଦେଉଛନ୍ତି ନା ଗେଟ୍‌ ଖୋଲୁଛନ୍ତି। ଏପରିକି ସମିତି ସଭ୍ୟମାନଙ୍କ ମୋବାଇଲ୍‌ ମଧ୍ୟ ପୋଲିସ୍‌ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। More

କୂଅ ଖନନ ପାଇଁ ପଥର ବ୍ଲାଷ୍ଟିଂ ବେଳେ ଯୁବକ ମୃତ

ବୌଦ୍ଧ ପୁରୁଣାକଟକ ଥାନା ରତନପୁର ଗାଁରେ କୂଅ ଖନନ ପାଇଁ ପଥର ବ୍ଲାଷ୍ଟିଂ ବେଳେ ଯୁବକ ମୃତ । More

ଅବସର ପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା

ସୋରରେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା, ପତ୍ନୀ ମଧ୍ୟ ଗୁରୁତର ଅବସ୍ଥାରେ ଥିବାର ସୂଚନା ମିଳିଛି । ବିଲ ଭିତରୁ ଅବସରପ୍ରାପ୍ତ ଅଧ୍ୟାପକଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି । More

ଆଜିଠୁ ସକାଳୁଆ ସ୍କୁଲ୍‌

ଆଜିଠୁ ଆରମ୍ଭ ହୋଇଛି ସକାଳୁଆ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସକାଳୁଆ ସ୍କୁଲ୍‌ କରାଯାଇଛି। More

ବେକାକୁ ତୈଳ ଦର: ଜାଣନ୍ତୁ ଆଜି ବଢିଲା କେତେ?

ହୁ ହୁ ହୋଇ ବଢୁଛି ତୈଳଦର : ଜାଣନ୍ତୁ ଆଜିର ରେଟ୍‌ କେତେ? More

ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରସଙ୍ଗ: 'ସାଂସଦ ମିଛ କହି ପୁରୀ ସହରବାସୀଙ୍କୁ ଅପମାନିତ କରିଛନ୍ତି'

ବିଜେଡି ସାଂସଦ ପିନାକୀ ମିଶ୍ର ମନ୍ତବ୍ୟ ରଖି ମାତ୍ର ୪ଟି ଟୟଲେଟ୍ ନିର୍ମାଣ ଚାଲିଥିବା କହିବା ପରେ ପିନାକୀଙ୍କୁ ହୋଇଛି ଜୋରଦାର ବିରୋଧ । ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ ପକ୍ଷରୁ ପିନାକୀଙ୍କ ବିରୋଧରେ ନାରାବାଜି ସହ ତାଙ୍କ ଫଟୋ ଥିବା ଫ୍ଲେକ୍ସ ପୋଡ଼ା ଯାଇଛି। More

ଓଡ଼ିଶା ବାହାରେ କେମିତି ପଢୁଛନ୍ତି, ଆଉ ବଢୁଛନ୍ତି ଆମ ଓଡ଼ିଆ ପିଲା ?

ଦିନେ ଓଡ଼ିଶାର ଅବିଚ୍ଛିନ୍ନ ଅଙ୍ଗ ଥିବା ଝାଡ଼ଖଣ୍ଡ ଷଢ଼େଇକଳାରେ କେମିତି ବଞ୍ଚିଛି ଆମ ଭାଷା? ଏଇ ସୂଚନା ଫଳକ ହୁଏତ ସେ ପ୍ରଶ୍ନର ଉତ୍ତର ଦେଇପାରେ । ହେଲେ ବିଚ୍ଛିନ୍ନାଞ୍ଚଳରେ ଭାଷାକୁ ବଞ୍ଚାଇବାର ଏ ସଂଘର୍ଷ ଭିତରେ ମଧ୍ୟ ଏବେ ବି ମୁଣ୍ଡ ଟେକି ରହି ପାରିଥିବା କିଛି ଓ଼ଡ଼ିଆ ସ୍କୁଲ ଅତ୍ୟନ୍ତ ସଂକଟରେ । More

ବିଜେପି ଛାଡିଲେ ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗି

ବିଜେପି ଛାଡିଲେ ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗି । ଉତ୍କଳ ଦିବସ ଅବସରରେରେ କୋଟିୟା ଠାରେ ଆମ କୋଟିୟା ଓ ସିଭିଲ ସୋସାଇଟି ତରଫରୁ ଆୟୋଜିତ ସଭାରେ ମା ମାଟି ପାଇଁ ବିଜେପିରୁ ଇସ୍ତଫା ଦେଲି ବୋଲି ପାଙ୍ଗି କହିଛନ୍ତି । More

ଗଡୁଛି ସମୟ ବଢୁଛି ଖର୍ଚ୍ଚ : ରାଜ୍ୟରେ ସେଚ ପ୍ରକଳ୍ପ କାମର ପୋଲ୍ ଖୋଲିଲେ ସିଏଜି

ପ୍ରକଳ୍ପଗୁଡ଼ିକରେ ୧୨ ହଜାର ୭୪୨ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ମାତ୍ର ୨୪ ଭାଗ ଜମିକୁ ଜଳସେଚନ ହୋଇ ପାରିଛି More

ଚାପମୁକ୍ତ ରୁହ, ଆତଙ୍କିତ ନହୋଇ ପରୀକ୍ଷାକୁ ଉତ୍ସବ ଭଳି ଭାବ : ବୋର୍ଡ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମୋଦି ମନ୍ତ୍ର

ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ପିଲାଙ୍କ ପାଇଁ ମୋଦି ମନ୍ତ୍ର ଚାପମୁକ୍ତ ରୁହ,ଆତଙ୍କିତ ନହୋଇ ପରୀକ୍ଷାକୁ ଉତ୍ସବ ଭଳି ଭାବ । ନୂଆଦିଲ୍ଲୀର ତାଲକତୋରା ଷ୍ଟାଡିୟମରୁ ଆଜି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ବାର୍ତ୍ତା ଦେଇଛନ୍ତି ପ୍ରଦାନମନ୍ତ୍ରୀ More