Advertisment

'ଆମ ଲୋକଙ୍କର କଙ୍କଡ଼ା ବୁଦ୍ଧି, ନା ନିଜେ କିଛି କରିବେ ନା କରାଇ ଦେବେ'

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସଂସଦରେ ରଖିଥିବା ତଥ୍ୟ ସପକ୍ଷରେ ଯୁକ୍ତି ବାଢ଼ି ପୁଣି ଚର୍ଚ୍ଚାକୁ ଆସିଛନ୍ତି ପୁରୀର ବିଜେଡି ସାଂସଦ ପିନାକୀ ମିଶ୍ର। ସଂସଦରେ ସେ କେବଳ ୪ଟି ଟଏଲେଟ ନିର୍ମାଣ କଥାକହିଥିବା ବେଳେ ସମୟ ଅଭାବରୁ ଅନ୍ୟ ନିର୍ମାଣ କଥା କହିପାରନଥିଲେ ବୋଲି ଆଜି ସଫେଇ ଦେଇଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Pinaki Misra

Pinaki Misra

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସଂସଦରେ ରଖିଥିବା ତଥ୍ୟ ସପକ୍ଷରେ ଯୁକ୍ତି ବାଢ଼ି ପୁଣି ଚର୍ଚ୍ଚାକୁ ଆସିଛନ୍ତି ପୁରୀର ବିଜେଡି ସାଂସଦ ପିନାକୀ ମିଶ୍ର। ସଂସଦରେ ସେ କେବଳ ୪ଟି ଟଏଲେଟ ନିର୍ମାଣ କଥାକହିଥିବା ବେଳେ ସମୟ ଅଭାବରୁ ଅନ୍ୟ ନିର୍ମାଣ କଥା କହିପାରନଥିଲେ ବୋଲି ଆଜି ସଫେଇ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ନିଷିଦ୍ଧାଞ୍ଚଳରେ ଜାତୀୟ ଐତିହ୍ୟ କର୍ତ୍ତପକ୍ଷ-ଏନ୍ଏମ୍ଏର ଅନୁମତି ବିନା ଖନନ କାର୍ଯ୍ୟ ଚାଲିଛି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ ଆଣିବା ପରେ ପିନାକୀ ଏହାର ଜବାବ ଦେଇଥିଲେ ।

Advertisment

ପିନାକୀ ଏହାର ଜବାବରେ କହିଥିଲେ ଯେ, କୌଣସି ଖନନ କାର୍ଯ୍ୟ ହେଉନାହିଁ, କେବଳ ୪ଟି ଟଏଲେଟ୍ ତିଆରି ହେଉଛି ବୋଲି କହିଥିଲେ। ଏହାକୁ ନେଇ ରାଜ୍ୟରେ ସାଂସଦ ପିନାକୀ ମିଶ୍ରଙ୍କ ବିରୋଧରେ ସ୍ୱର ଉଠିଥିଲା। ଏପରିକି ପିନାକୀ ମିଛ କହୁଥିବା ଚର୍ଚ୍ଚା ହୋଇଥିଲା।

ଆଜି ଏନେଇ ପିନାକୀ ସଫେଇ ଦେବା ସହ ସେ ତଥ୍ୟ ସମ୍ବଳିତ କଥା କହିଥିଲେ ବୋଲି ଯୁକ୍ତି ବାଢ଼ିଛନ୍ତି। ଏନ୍ଏମ୍ଏର ଏନ୍ଓସି ଏବଂ ଏଏସ୍ଆଇ ଅଧିକାରୀଙ୍କ ଅନୁମତି ଆଧାରରେ ନିର୍ମାଣ କାର୍ଯ୍ୟ ହେଉଥିବା ସେ କହିଛନ୍ତି। ତେବେ ସଂସଦରେ ସମୟ ଅଭାବରୁ ସେ ଅଲଗା ନିର୍ମାଣ କାର୍ଯ୍ୟ କଥା କହିନପାରି କେବଳ ୪ଟି ଟଏଲେଟ୍ ହେଉଥିବା କହିଥିଲେ। କିନ୍ତୁ ଯାହା ବି କହିଛନ୍ତି ତଥ୍ୟ ଆଧାରରେ ଓ ଏନ୍ଓସି ଆଧାରରେ କହିଛନ୍ତି। କିଛି ବି ମିଛ କହିନାହାନ୍ତି ବୋଲି ସେ କହିଛନ୍ତି । ଯଦି ସତସାହସ ଅଛି ବାଚସ୍ପତିଙ୍କୁ ଜଣାନ୍ତୁ ବୋଲି ପିନାକୀ କହିଛନ୍ତି । ଏହି ଅବସରରେ ମିଛୁଆ ବୋଲି ସମାଲୋଚନା କରୁଥିବା ଲୋକଙ୍କୁ ସେ ଆକ୍ଷେପ କରିଛନ୍ତି। କିଛି ଲୋକଙ୍କର କଙ୍କଡ଼ା ପ୍ରବୃତ୍ତି ରହିଛି ଯାହାକି ସାରା ବିଶ୍ୱ ଜାଣେ ବୋଲି ପିନାକୀ କହିଛନ୍ତି।

Advertisment

ସେ କହିଛନ୍ତି ଯେ, “ଆପଣ ମିଛ କହିଥିବା ଆମେ କହୁନୁ, ଲୋକ କହୁଛନ୍ତି ବୋଲି ପ୍ରତିକ୍ରିୟା ରଖୁଛୁ । ଲୋକଙ୍କର ତ କଙ୍କଡ଼ା ବୁଦ୍ଧି ଅଛି, ଆମର କଙ୍କଡ଼ା ବିଶ୍ୱବିଖ୍ୟାତ। ସେମିତି ଲୋକ ନିଜେ କିଛି କରିବେ ନା କାହାକୁ କିଛି କରେଇ ଦେବେ। କିଛି ଲୋକଙ୍କର କଙ୍କଡ଼ା ବୁଦ୍ଧି ଅଛି ବୋଲି ସାରା ପୃଥିବୀ ଜାଣିଛି”। ତେବେ ସାଂସଦ ପିଦକୀ ମିଶ୍ରଙ୍କର ଏଭଳି ପ୍ରତିକ୍ରିୟା ପରେ ଏହା ଉପରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । 

ଗତକାଲି ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ ପକ୍ଷରୁ ପିନାକୀଙ୍କ ବିରୋଧରେ ନାରାବାଜି ସହ ତାଙ୍କ ଫଟୋ ଥିବା ଫ୍ଲେକ୍ସ ପୋଡ଼ା ଯାଇଥିଲା। ସଂସଦ ଭଳି ପବିତ୍ର ଗୃହରେ ଐତିହ୍ୟ କରିଡ଼ର ଉପରେ ସାଂସଦ କହିଥିବା ମିଛ ଯୋଗୁଁ ପୁରୀ ସହରବାସୀ ଓ ଜଗନ୍ନାଥ ପ୍ରେମୀ ଅପମାନିତ ହୋଇଥିବା ମଞ୍ଚର ଆବାହକ ଦର୍ଶାଇଛନ୍ତି । ପିନାକୀଙ୍କ ତଥ୍ୟ ଓ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଅଲଗା ବୋଲି ସେ କହିଛନ୍ତି ।

“ପିନାକୀ ମିଶ୍ର ପୁରୀ ଆସି ସର୍ବସାଧାରଣରେ କ୍ଷମା ମାଗନ୍ତୁ। ସେ କ୍ଷମା ନମାଗିଲେ ପଚା ଅଣ୍ଡା ମାଡ଼ କରିବୁ।” ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ ପକ୍ଷରୁ ଗତକାଲି ଏପରି ଚେତାବନୀ ଦିଆଯାଇଥିଲା। ଏଥିସହ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

Politics Pinaki Misra
Advertisment
Advertisment