Advertisment

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ। କଳ୍ପନା ଦାସ ଓ ଝିଅ ବବ୍‌ଲି ହତ୍ୟା ମାମଲାରେ ଛତିଶଗଡ଼ ରାୟଗଡ଼ ସେସନ୍ସ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Life Imprisonment To former MLA Anup Sai In A Murder Case

Life Imprisonment To former MLA Anup Sai In A Murder Case

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ। କଳ୍ପନା ଦାସ ଓ ଝିଅ ବବ୍‌ଲି ହତ୍ୟା ମାମଲାରେ ଛତିଶଗଡ଼ ରାୟଗଡ଼ ସେସନ୍ସ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ତେବେ ଅନ୍ୟତମ ଅଭିଯୁକ୍ତ ତଥା ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

Advertisment

୨୦୨୦ ମସିହା ଫେବୃଆରୀ ୧୩ରେ ଛତିଶଗଡ଼ର ରାୟଗଡ଼ ପୋଲିସ୍‌ ଅନୁପ ସାଏଙ୍କୁ ଗିରଫ କରିଥିଲା। ଏକ ଡବଲ୍‌ ମର୍ଡର ମାମଲାରେ ଅନୁପ ସାଏଙ୍କୁ ପୋଲିସ୍‌ ଗିରଫ କରିଥିଲା। 

ସୂଚନାଥାଉ କି, ୨୦୧୬ ଏପ୍ରିଲ ମାସରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ରେ କଳ୍ପନା ଦାସ ଓ ତାଙ୍କର ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟା କରାଯାଇଥିଲା। ଉଭୟଙ୍କୁ ହତ୍ୟା କରାଯାଇ ଛତିଶଗଡ଼ ସୀମାରେ ଫିଙ୍ଗା ଯାଇଥିଲା। ଛତିଶଗଡ଼ ପୋଲିସ୍‌ ମୃତଦେହ ଜବତ କରି ତଦନ୍ତ କରିଥିଲା। ଏହାକୁ ନେଇ ବିଭିନ୍ନ ଥାନାରେ ତଦନ୍ତ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟି କିଛି ଗୋପନୀୟ ତଥ୍ୟ ସଂଗ୍ରହ କରିଥିଲା ପୋଲିସ୍‌। ତେବେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହ କରି ଛତିଶଗଡ଼ ପୋଲିସ୍‌ ଅନୁପ ସାଏଙ୍କୁ ଗିରଫ କରିଥିଲା।

Advertisment
Former MLA Anup Sai
Advertisment
Advertisment